ଭୁବନେଶ୍ୱର: ନାରୀ ଆଉ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ନରହି ପୁରୁଷଙ୍କ ସହ ସମକକ୍ଷ ହେଲାଣି । ଆତ୍ମନିର୍ଭଶୀଳ ହେବା ପାଇଁ ନିଜେ ପରିଶ୍ରମ କରୁଛି । ପାରିବାରିକ ଦାୟିତ୍ୱ ଏବଂ କର୍ମକ୍ଷେତ୍ର ଦୁଇଟି ମଧ୍ୟରେ ତାଳମେଳ ରକ୍ଷା କରି ଆଗକୁ ବଢିବାକୁ ପ୍ରୟାସ କରୁଛି ନାରୀ । ଏଥିପାଇଁ ଅନେକ ବାଧାବିଘ୍ନ ଥିବା ସତ୍ତ୍ୱେ ସମାଜରେ ସମ୍ମାନର ସହ ବଂଚିବାକୁ ନରୀ ସଂଘର୍ଷ ଜାରି ରଖିଛି । ସେମିତି ଦୁଇ ଜଣ ନାରୀ ହେଲେ ଭୁବନେଶ୍ୱରର ସୁନିତା ଓ ସୁଚିସ୍ମିତା ।
କୌଣସି କାମ ଛୋଟ ନୁହେଁ । ମହିଳା ମାନେ ମଧ୍ୟ ପୁରୁଷଙ୍କ ଭଳି ଆତ୍ମନିର୍ଭରଶୀଳ ହୋଇ ସମାଜରେ ପ୍ରତିଷ୍ଠି ହୋଇ ପାରିବେ । ଏଭଳି ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ରାଜଧାନୀର ନୟାପଲ୍ଲୀ ଅଚଂଳର ଦୁଇ ମହିଳା । ଭୁବନେଶ୍ୱର ନିବାସୀ ସୁନୀତା ଏବଂ ସୁଚିସ୍ମିତା ଗତ 4 ବର୍ଷ ହେବ ଏକ ହୋଟେଲ କରି ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି । ଉଭୟଙ୍କ ହୋଟେଲ ଅର୍ଣ୍ଣପୂର୍ଣ୍ଣାର ଖାସିଅତ ହେଲା ଏଠାରେ ଘରତିଆରି ଖାଇବା ଭଳି ସ୍ୱାସ୍ଥ୍ୟକର ଖାଇବା ମିଳିଥାଏ ।
ଓଡିଆ ପିଠାପଣା ସହ ପତ୍ରପୋଡା ଆମିସ, ନିରାମିଶ ଅର୍ଣ୍ଣପୂର୍ଣ୍ଣାରେ ସବୁ ସୁଲଭ ଦରରେ ମିଳିଥାଏ । ଏଥିପାଇଁ ରାଜଧାନୀରେ ଥିବା ମାଳମାଳ ହୋଟେଲ ମଧ୍ୟରେ ଏହି ହୋଟେଲ ଲୋକଙ୍କ ପ୍ରିୟଭାଜ୍ୟ ହୋଇପାରିଛି ।
ପୁରୁଷ ପ୍ରାଧାନ୍ୟ ସମାଜରେ ସୁନିତା ଏବଂ ସୁଚିସ୍ମିତା ହୋଟେଲ ବିଜନେସରେ ନିଜେ ପ୍ରତିଷ୍ଠିତ ହେବା ସହ ଆଗକୁ ଅନ୍ୟ ମହିଳା ମାନଙ୍କୁ ସ୍ୱାବଲମ୍ୱୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
