
କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିଜେଡିର ମିଶ୍ରଣ ପର୍ବ । ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ପୂର୍ବତନ ବାଲିଗୁଡା କଂଗ୍ରେସ ବିଧାୟକ ପ୍ରାର୍ଥୀ କ୍ଲେଶ ପ୍ରଧାନ ବିଜେଡିରେ ଯୋଗ ଦେଇଛନ୍ତି । ଏଥିସହିତ ୧୫୦ରୁ ଉର୍ଦ୍ଧ୍ୱ କଂଗ୍ରେସ ଓ ବିଜେପି କର୍ମୀ ଦଳରେ ସାମିଲ ହୋଇଛନ୍ତି । ୨୦୧୪ ସାଧାରଣ ନିର୍ବାଚନରେ କ୍ଲେଶ ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ୨୬୮୦ ଭୋଟରେ ହାରିଥିଲେ ।

ଚଳିତବର୍ଷ କଂଗ୍ରେସରୁ ପୁଣି ଟିକଟ ପାଇବେ ବୋଲି ଆଶାୟୀ ଥିଲେ କ୍ଲେଶ କିନ୍ତୁ ଷଡ଼ଯନ୍ତ୍ର କରି ତାଙ୍କୁ ଟିକେଟ ଦେଇନଥିବାରୁ ସେ ଦଳ ଛାଡିଥିବା କହିଛନ୍ତି । ଏହି ମିଶ୍ରଣ ପର୍ବରେ ଡ. ଅଚ୍ୟୁତ ସାମନ୍ତ, ଜିଲ୍ଲା ବିଜେଡି ସମ୍ପାଦକ କୃଷ୍ଣ ମୋହନ ପାଣିଗ୍ରାହୀଙ୍କ ସମେତ ବିଜେଡିର ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ ।
