ଭୁବନେଶ୍ୱର: ବିଜେଡି ବିଧାୟକ ଦେବାଶିଷଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ବିଧାୟକ ଦେବାଶିଷ ସାମନ୍ତରାୟ ସହିଦଙ୍କ ପରିବାରକୁ ଅସମ୍ମାନ କରିଥିବାରୁ କ୍ଷମା ମାଗିଲେ । ହେଲେ ଏହି ଘଟଣା ଦେଶ ବିଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେବା ପରେ ପୁଣି ଦେବାଶିଷଙ୍କ ମୁଣ୍ଡ ଉପରେ ଝୁଲୁଛି ଡେମୋକ୍ଲିସ ଖଣ୍ଡା । ବିରୋଧୀମାନେ ତାଙ୍କର ବିଧାୟକ ପଦରୁ ଇସ୍ତଫା ଦାବି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ କାହଁକି ଚୁପ୍ ଅଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ।
ସହିଦଙ୍କ ଦାଦାଙ୍କୁ ଧକ୍କା ମାରିବା ଏବଂ ଏହି ଭିଡିଓ ପାକିସ୍ତାନୀ ଟିଭିରେ ମୁଖ୍ୟ ମୁଦ୍ଦା ହେବା ପରେ ଦେବାଶିଷଙ୍କ ପାଇଁ ଅଡୁଆ ବଢୁଛି । ପାକିସ୍ତାନ ମଡିଆରେ ଏହି ଖବର ପ୍ରସାରଣକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ଅନ୍ତରାଷ୍ଟ୍ରୀୟ ସ୍ତରରେ ଓଡିଶା ତଥା ଦେଶର ପ୍ରତିଛବି ଖରାପ ହେବା ପରେ ବିଧାୟକଙ୍କ କେବଳ କ୍ଷମା ପ୍ରାର୍ଥନାକୁ ସହଜେ ଗ୍ରହଣ କରିପାରୁନି ବିରୋଧୀ ବିଜେପି । ସେହିଭଳି ଦେବାଶିଷଙ୍କ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ବୋଲି ପ୍ରଶ୍ନ ପଚାରିଛି କଂଗ୍ରେସ ।
ଅଭିଜିତ ଆୟାରଙ୍କ ସୋସିଆଲ ମିଡିଆରେ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ହୋଇଥିଲା । ଏପରିକି ଓଡିଶାର ଐତିହ୍ୟ ଏବଂ ଓଡିଶା ବିଧାୟକମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପାଇଁ ସେ ବାରମ୍ବାର କ୍ଷମା ମାଗିଥିଲେ । ତେବେ ସରକାର ତାଙ୍କୁ ଗୃହ କମିଟି ନିକଟରେ ହାଜର କରି ତିନି ତିନି ଥର ଜେରା କରିବା ସହ ଜେଲ ମଧ୍ୟ ପଠାଇଥିଲେ । ହେଲେ ଏଠି ବିଜେଡି ନେତାଙ୍କ ପ୍ରତି ମୁଖିଆଙ୍କ କୋହଳ ମନୋଭାବ କାହିଁକି ?
ମାତ୍ର ସେପଟେ ଦଳୀୟ ମୁଖପାତ୍ର ଏହାକୁ ଅତି ହାଲୁକା ଭାବେ ନେଇ କହିଛନ୍ତି ଘଟଣାକୁ ଅଧିକ ରାଜନୀତିର ରଂଗ ଦିଆଯାଉଛି । ସହିଦଙ୍କ ପରିବାର ସଦସ୍ୟଙ୍କୁ ଅସମ୍ମାନ ଘଟଣାରେ କେବଳ ଓଡିଶାର ଛବି ଖରାପ ହେଲା ନାହିଁ ବରଂ ଦେଶର ଛବି ମଧ୍ୟ ଖରାପ ହେଲା । ଏହାକୁ ନେଇ ବେଶ କିଛି ଦିନ ରାଜନୀତିକ ବୟାନବାଜି ଚାଲିବା ପରେ ମୁଖ୍ୟମନ୍ତ୍ରୀ ଆଉ କେତେ ଦିନ ଏହି ପ୍ରସଙ୍ଗରେ ନିରବ ରହିବେ ନା ନିଜ ନିରବତା ଭାଙ୍ଗି ଦେବାଶିଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ତାହା ଦେଖିବାକୁ ବାକି ରହିଲା ।
ଦେବାଶିଷଙ୍କ ପ୍ରତି ବିଜେଡି ମୁଖିଆ କେଉଁଭଳି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆପଣ ଭାବୁଛନ୍ତି ? ଏନେଇ ଆପଣଙ୍କ ମତାମତ ତଳେ ଥିବା କମେଣ୍ଟ ବକ୍ସରେ ଦେଇପାରିବେ
କଟକ: କାଲି ପ୍ରଥମାଷ୍ଟମୀ, ଘରେ ଘରେ ଏଣ୍ଡୁରୀ ପିଠାର ମହକ ସାଙ୍ଗକୁ ଦେଖିବାକୁ ମିଳିବ ଓଡିଆ ସଂସ୍କୃତିର ଝଲକ । ଜ୍ୟେଷ୍ଠ ସନ୍ତାନଙ୍କ ସୁଖ ସମୃଦ୍ଧି ଦୀର୍ଘ ଜୀବନ ପାଇଁ ପ୍ରତ୍ୟେକ ଓଡିଆ ଘରେ ପାଳନ ହୋଇଥାଏ ପ୍ରଥମାଷ୍ଟମୀ । ତେବେ ଏଥିପାଇଁ ମଧ୍ୟ ସ୍ବତନ୍ତ୍ର ନୀତିକାନ୍ତୀ ହେବାର କାର୍ଯ୍ୟକ୍ରମ ରହିଛି । ମାମୁ ଘରୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଯିବ ପଢ଼ୁଆଁ ଭାର । ପୋଢୁଆଁ ହେବେ ମହାବାହୁ । ନିଆଳି ମାଧବଙ୍କ ପୀଠରୁ ପଢୁଆଁ ସାମଗ୍ରୀ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଶ୍ରୀଜିଉଙ୍କ ଅଙ୍ଗରେ ନୂଆ ଲୁଗା ସହ ଖଦି ଓ ଛେଦା ପ୍ରସାଦ ଲାଗି ହେବ।
ଆଜି ଏହି ଭାର ନେଇ ଶ୍ରୀମନ୍ଦିରରେ ପହଞ୍ଚିବେ ହଜାର ହଜାର ସଂଖ୍ୟାରେ ଭକ୍ତ । ଶୋଭାଯାତ୍ରାରେ ଭୋଇ ସେବକ, ମହୁରିଆ, ପାଇକ ଆଖଡ଼ା, ରମତାଳି, ସଙ୍କୀର୍ତ୍ତନ ଦଳ, ବେହେରା ସେବକମାନେ କାର୍ଯ୍ୟସୂଚୀ ଅନୁସାରେ ଯାତ୍ରା କରିବେ । ପାଟ, ଫଳ ମୂଳ, ଅରୁଆ ଚାଉଳ, ବିରି, ନଡ଼ିଆ, ଘିଅ, ମହୁ ଆଦି ବିଭିନ୍ନ ପ୍ରକାର ଦ୍ରବ୍ୟ ନେଇ ନିଆଳି ପ୍ରାଚୀ କ୍ଷେତ୍ରରୁ ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: 4 ରାଜ୍ୟରେ ନିର୍ବାଚନ ଫଳ ଘୋଷଣା ସରିଥିବା ବେଳେ ଆଜି ଆସିବ ମିଜୋରାମର ଫଳ। ୪୦ସିଟ୍ ପାଇଁ ଆଜି ହେବ ଭୋଟ ଗଣତି । ତେବେ ମିଜୋ ନ୍ୟାସନାଲ ଫ୍ରଣ୍ଟ ଓ ଜାରାମ୍ ପିପୁଲ୍ସ ମୁଭମେଣ୍ଟ ମଧ୍ୟରେ ହେବ କଡ଼ା ଟକ୍କର ।
ଏନେଇ ବୁଥ୍ ବାହୁଡ଼ା ମତରୁ ସ୍ଫଷ୍ଟ ହୋଇଛି । ପୂର୍ବରୁ ନିର୍ବାଚନ କମିଶନ ଡିସେମ୍ବର ୩ରେ ଅନ୍ୟ 4 ରାଜ୍ୟ ସହ ମିଜୋରାମ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ । କିନ୍ତୁ ଭୋଟ ଗଣତି ଦିନ ରବିବାର ହୋଇଥିବାରୁ ମିଜୋରାମ ଏନଜିଓ ସଂଯୋଜକ କମିଟି ଦିନକ ପରେ ଭୋଟ ଗଣତି କରିବାକୁ କହିଥିଲେ । ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକେ ଇଷ୍ଟର ପାଳନ କରୁଥିବାରୁ ନିର୍ବାଚନ କମିସନ ମିଜୋରାମ ନିର୍ବାଚନ ଫଳ ଘୋଷଣା ତାରିଖ 3 ବଦଳରେ 4କୁ ଘୁଞ୍ଚାଇ ଦେଇଥିଲେ ।
ଅଧିକ ପଢନ୍ତୁ ଭାରତ ଖବର