ପୁଣି ତେଜିଲା ଚିଟ୍ ଫଣ୍ଡ ତାତି
ପଦ୍ମ ଧରିଲେ ପୂର୍ବତନ ନଗରପାଳ

ଟିଟିଲାଗଡ: ଗତକାଲି ସ୍ଥାନୀୟ ଧର୍ମଶାଳାରେ ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂ ଦେଓ, ବଲାଙ୍ଗୀର ବିଜେପି ସାଂସଦ ଶ୍ରୀମତୀ ସଂଗୀତା ସିଂ ଦେଓ ଏବଂ ଟିଟିଲାଗଡ ବିଜେପି ବିଧାୟକ ପ୍ରାର୍ଥୀ ଅଶୋକ ଦୋରାଙ୍କର ଉପସ୍ଥିତିଥିରେ ଟିଟିଲାଗଡ ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାଶ ବିଜେପିରେ ଯୋଗ ଦେଲେ । ପ୍ରଥମେ ଘଣ୍ଟାସୁନି ମନ୍ଦିର ଠାରୁ ଗୋଟିଏ ବିଶାଳ ମୋଟର ସାଇକଲ ରାଲିରେ ନଗର ଭ୍ରମଣ ପଶ୍ଚାତ ସାଧାରଣ ସଭା ଅନୁଷ୍ଟିତ ହେଲା। ଶ୍ରୀ ଦାସଙ୍କ ସହିତ ପ୍ରମୋଦ ସରାଫ ପୂର୍ବତନ ବିଜେଡି ଅଧ୍ୟକ୍ଷ, ପ୍ରଦୀପ ସାହୁ, ପୂର୍ବତନ ବ୍ଲକ ସଭାପତି, ବହୁ ପୂର୍ବତନ ଏବଂ ପ୍ରଚଳିତ ସରପଞ୍ଚ ଏବଂ ସମିତି ସଭ୍ୟ ସହଙ୍କ ଶତାଧିକ କର୍ମୀ ଆଜି ବିଜେପିରେ ଯୋଗ ଦେଲେ।
Download Argus News App
