ଅନୁଗୁଳ: ବୃଦ୍ଧାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ଏଭଳି ଅଭାବନୀୟ ଗଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଳଲହଡା ସଦର ମହକୁମାସ୍ଥିତ ଶିବ ମନ୍ଦିର ନିକଟ ମାଙ୍କଡା ନଦୀ ଗଣେଶ୍ଵର ଘାଟ ନିକଟରେ । ଏହି ଘାଟି ପାଖରେ ଥିବା ପଳାସ ଗଛରେ ବେକରେ ଏକ କପଡା ବନ୍ଧା ଅବସ୍ଥାରେ ଝୁଲନ୍ତା ମୃତଦେହ ମିଳିଛି । ସୂଚନା ଅନୁସାରେ ପାଲଲହଡା ଥାନା ଅନ୍ତର୍ଗତ ସାମନ୍ତ ସାହିର ଦୁଲ୍ଲଭ ନାୟକ ( ୫୫ ବର୍ଷ) ଗତ ରାତିରୁ ଘରୁ କେଉଁଆଡେ ଚାଲିଯାଇଥିଲେ ।
ଓ ଆଜି ସକାଳୁ ନଦୀ ଘାଟକୁ ଯିବା ସମୟରେ କିଛି ସ୍ଥାନୀୟ ବାସିନ୍ଦା ଗଛରେ ଝୁଲନ୍ତା ଅବସ୍ଥାରେ ଦୁଲ୍ଲଭ ନାୟକଙ୍କୁ ଦେଖିଥିଲେ । ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହାସହ ପାଲଲହଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ସୂଚନା ମିଳିଛି । ଏହାସହ ପୋଲିସ ତାର ତଦନ୍ତ ଜାରି ରଖିଛି ।
