ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ
ଡୁଙ୍ଗୁରି ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜର ଉରଃଲଦାନୀ ସଂରକ୍ଷିତ ଚେରେ ଡୁଙ୍ଗୁରି ଜଙ୍ଗଲରେ ଗୋଟିଏ ହାତୀର ମୃତ ଦେହ ଉଦ୍ଧାର କରିଛି ବନ ବିଭାଗ । ତିନି ଚାରି ଦିନରୁ ମରିପଡି ଥିବା ଜଣାପଡୁଛି । ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସେହି ଅଞ୍ଚଳକୁ କେହି ଯାଉ ନ ଥିବାରୁ ହାତୀଟି ମରି ପଚିଯାଇଛି । ଦାନ୍ତ ପାଇଁ ହାତୀକୁ କେହି ମାରିଛି କି ନିଜେ ମରି ପଡିଛି ସ୍ପଷ୍ଟ ହୋଇପାରିନାହିଁ । ଆଜି ବନ ବିଭାଗର ବରିଷ୍ଠ ଅଧିକାରୀ ତଦନ୍ତ କରିଛନ୍ତି । ଏହାସହ ପୋଷ୍ଟ ମଟର୍ମ କରିବା ପରେ ସବୁ ଜଣା ପଡିବ ବୋଲି ବନ ବିଭାଗ ସୂଚନା ଦେଇଛନ୍ତି । ତେବେ କଳାହାଣ୍ଡିରେ ଗଜରାଜ ଅସୁରକ୍ଷିତ ଅଛନ୍ତି ବୋଲି ସ୍ପଷ୍ଟ ହୋଇଛି ।
Download Argus News App
