ଭୁବନେଶ୍ୱର: କୋରୋନା ଭାଇରସ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଡ଼ଭାଇଜରି ଜାରି ହୋଇଛି । ସାଇବର ଠକେଇ ସମ୍ପର୍କିତ ଆଡ଼ଭାଇଜରି ଜାରି କରିଛି କ୍ରାଇମବ୍ରାଞ୍ଚ ।
ଫେକ୍ କାଗଜପତ୍ର ସୋସିଆଲ ମିଡ଼ିଆରେ ପୋଷ୍ଟ କରିହେବ ନାହିଁ
କୋରୋନା ସମ୍ପର୍କିତ ଫେକ୍ ୱେବସାଇଟ ମଧ୍ୟ କରିହେବ ନାହିଁ
କୋରୋନା ନେଇ ସ୍ପେଶାଲ ଅଫର କହି ଜିନିଷ ବିକ୍ରି କରିହେବ ନାହିଁ
ସାନିଟାଇଜର, ମାସ୍କର ଅନଲାଇନ ସପିଂ କରିପାରିବେ ନାହିଁ
କୋରୋନା ସମ୍ପର୍କିତ କୌଣସି ଫେକ୍ ଇ-ମେଲ୍ ପଠାଇପାରିବେ ନାହିଁ
ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧୯୯କୁ ବୃଦ୍ଧି ପାଇଛି । ଏହାସହ ଆକ୍ରାନ୍ତ ସଂଖ୍ୟା ୬ହଜାର ଟପିଛି । ୬୪୧୨ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫୦୩ଜଣ ସୁସ୍ଥ ହୋଇଛନ୍ତି । ବତ୍ତର୍ମାନ ୫୭୦୯ କରୋନା ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଓଡ଼ିଶାରେ ବର୍ତ୍ତମାନ ୪୮ଜଣ କରୋନା ଆକ୍ରାନ୍ତରେ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୫ ଆକ୍ଟିଭ କେସ୍ ରହିଛି ।
