ଅଧିକ ପଢ଼ନ୍ତୁ: ବାହାରିନରେ ପଖାଳ ଦିବସ ପାଳିଲେ ଓଡିଆ
ସେପଟେ ପଖାଳ ଦିବସ ପୂର୍ବରୁ ପୁଣି ଉଠିଲା ଜିଆଇ ଟ୍ୟାଗ ଦାବି। ଆଜିର ଆଧୁନିକ ଯୁଗରେ ଲୋକମାନେ ପଖାଳକୁ ମନେ ରଖିବା ପାଇଁ ପାଖଳ ଦିବସକୁ ପାଳନ କରିବାକୁ ପଡୁଛି । ସବୁଠୁ ବଡ଼ କଥା ପଖାଳ ପ୍ରତିଟି ଓଡ଼ିଆର ଖାଦ୍ୟ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପଖାଳକୁ ଜି ଆଇ ଟ୍ୟାଗର ମାନ୍ୟତା ମିଳିପାରିନାହିଁ। ସେଥିପାଇଁ ଯୁବ ପିଢ଼ି ଭୁଲି ଯାଉଛନ୍ତି । ତେଣୁ ସରକର ଏ ଦିଗରେ ଚିନ୍ତା କରି ଜି ଆ ଇ ଟ୍ୟାଗ ମିଳିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଉଚିତ କହିଛନ୍ତି ବିଧାୟକ ମହମ୍ମଦ ମୋକିମ ।
ଆହୁରି ପଢ଼ନ୍ତୁ: ଓଡ଼ିଆଙ୍କର ଭାରି ପ୍ରିୟ ପଖାଳ
ଓଡ଼ିଆ ସଂସ୍କୃତି, ପରମ୍ପରା ସହ ପଖାଳ ଓତପ୍ରୋତ ଭାବେ ଜଡ଼ିତ। ଓଡ଼ିଆଙ୍କ ଇଷ୍ଟ କାଳିଆ ସାଆନ୍ତଙ୍କ ପାଖରେ ବି ପଖାଳ ଲାଗି ହୁଏ। ଆଉ ରାତି ପାହିଲେ ପଖାଳ ଦିବସ ଥିବାରୁ ଏଥିପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା।