ରାୟଗଡା: ଏକ ମାସର ଶିଶୁ କନ୍ୟାର ବିବାହ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ବଦଳିଛି ଯୁଗ । ଆଧୁନିକ ଯୁଗରେ ଝିଅଟିଏ ନିଜ ପାଇଁ ଯୋଗ୍ୟ ବର ଚୟନ କରୁଛି । କିନ୍ତୁ ରାୟଗଡାରେ ରହିଛି ଏପରି ଏକ ଗାଁ ଯେଉଁଠାରେ ଶିଶୁ କନ୍ୟାଟି ମାସକର ହେବା ପରେ ତାର ବିବାହ କରିଦିଆଯାଏ । ତେବେ ଏହି ଅଜବ ପରମ୍ପରା ପଛରେ ରହିଛି ଅଜବ କାରଣ ।
ବଧୂ ବେଶରେ ସଜେଇ ହୋଇଛନ୍ତି କୁନି କୁନି ପିଲା । ହାତରେ ଚୁଡି, ମଥାରେ ମୁକୁଟ, ତା ସାଙ୍ଗକୁ ଚୁନରି ପିନ୍ଧାଇ ସଜେଇ ଦିଆଯାଏ କୁନିକୁନି ପିଲାଙ୍କୁ । ମାଆମାନେ ସେମାନଙ୍କୁ ଧରି ଖୁସିରେ ମଧ୍ୟ ନାଚନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳେ ରାୟଗଡା ଜିଲ୍ଲା କୋଳନରା ବ୍ଳକ ଅନ୍ତର୍ଗତ ଗୌଡ ଲେଲିବାଡି ଗାଁରେ । ଏଠାରେ ପ୍ରାୟ 50ଟି ଯାଦବ ପରିବାର ବାସ କରନ୍ତି । ତେବେ ଗାଁର ରୀତି ଅନୁଯାୟୀ ପାଳନ କରାଯାଏ ପିଲା କନିଆ ବିବାହ ପର୍ବ ।
ଏହି ନିଆରା ପରମ୍ପରାରେ ଗାଁର ପ୍ରତ୍ୟେକ କନ୍ୟାକୁ ନିଜ ବଂଶର ମାମୁଁ କିମ୍ବା ଅନ୍ୟ ବର ସହିତ ବିବାହ କରାଯାଏ । ବାହାଘର ପରି ଏଥିରେ ମଧ୍ୟ ନାଚଗୀତ, ଭୋଜିଭାତର ଆୟୋଜନ ହୋଇଥାଏ । ଏହି ପରମ୍ପରା ପାଳନ ନକଲେ ଗୃହ ପାଇଁ ଅମଙ୍ଗଳ ବୋଲି ସାଧାରଣରେ ବିଶ୍ୱାସ ରହିଛି । ତେଣୁ ଗାଁ ଲୋକେ ଏହି ପରମ୍ପରା ପାଳନ କରନ୍ତି । ଯଦି କୌଣସି କାରଣ ବଶତଃ କେହି ବିବାହ କଲାନି ତେବେ ତାକୁ ଦୂର ଜଙ୍ଗଲରେ କିଛି ଖାଦ୍ୟ ସହ ଛାଡିଦିଆଯାଏ ।
କୋଲନରା ଅଞ୍ଚଳରେ କାହିଁ କେଉଁ କାଳରୁ ଚାଲିଆସୁଛି ଏହି ପରମ୍ପରା । ଯୁଗ ଆଗେଇ ଥିଲେ ବି ଏଠାକାର ଲୋକଙ୍କ ମନରେ ଅନ୍ଧ ବିଶ୍ୱାସ ବସା ବାନ୍ଧି ରହିଛି ।
ଅର୍ଗସ ବ୍ୟୁରୋ: ରାସ୍ତାକଡ଼ରେ ଛିଡା ହୋଇଥିବା ହାଇୱାକୁ ଧକ୍କା ଦେଲା କାର୍ । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା 16 ନଂ ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଭଦ୍ରକ ପୁରୁଣା ବଜାର ଅଞ୍ଚଳର କିଛି ଯୁବକ ଦୋବଲ ଅଞ୍ଚଳକୁ ଯାଉଥିବାବେଳେ ଅଘଟଣ ଘଟିଥିଲା ।
ଦୁର୍ଘଟଣାରେ 5 ଜଣ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ବିଳମ୍ବିତ ରାତିରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଦୁଇ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଥିମଧ୍ୟରୁ ଅଧା ରାସ୍ତାରେ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଦୁଇ ଟ୍ରକ ମୁହାଁମୁହିଁ ଧକ୍କା। ଜଣେ ମୃତ ଜଣେ ଗୁରୁତର। ଜମନକିରା ଥାନା ୫୩ନଂ ଜାତୀୟ ରାଜପଥ ଚିମିମହୁଲରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସିମେଣ୍ଟ ବୋଝେଇ ଟ୍ରକ ଓ କଣ୍ଟେନର ମଧ୍ୟରେ ମଧ୍ୟରେ ମୁହାମୁହିଁ ଧକ୍କା । କଣ୍ଟେନର ଗାଡିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ସିମେଣ୍ଟ ବୋଝେଇ ଟ୍ରକ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନୟାଗଡ: ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବା ବେଳେ ଏବେ ଆକ୍ସନ ମୋଡ଼୍ ରେ ରଣପୁର ଅବକାରୀ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଅବକାରୀ ଥାନା ଓଏସଆଇ ସୁବାଷ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ରଣପୁର ବ୍ଲକର ନର୍ସିଙ୍ଗପୁର ଓ ଅମ୍ବାଝରରେ ଚଢ଼ାଉ କରିଥିଲା । ବିପୁଳ ପରିମାଣରେ ମଦ ତିଆରି ସାମଗ୍ରୀ , 135 ଲିଟର ଦେଶୀ ମଦ ଓ ଗୋଟିଏ ବାଇକ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ ।
ଅଭିଯୁକ୍ତମାନେ ହେଲେ ଆମ୍ବାଝର ଗ୍ରାମର ଶରତ ଶ୍ରୀଚନ୍ଦନ ଓ ରାକେଶ ଶ୍ରୀଚନ୍ଦନ, ନର୍ସିଙ୍ଗପୁର ଗ୍ରାମର ଚିତ୍ତରଞ୍ଜନ ସାହୁ । ତେବେ ଜବତ ମଦ ଓ ମଦ ତିଆରି ସାମଗ୍ରୀର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।
ଆହୁରି ପଢନ୍ତୁ ଅପରାଧ ଖବର...