ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
କାଳିଯାଈରୁ ଭୋଜି ସାରି ଫେରୁଥିବା ବେଳେ ଚିଲିକାରେ ବୁଡ଼ିଲା ଡଙ୍ଗା, ୬ ଗୁରୁତର...
ବାଲୁଗାଁ: ଚିଲିକାରେ ବୁଡ଼ିଲା ଡଙ୍ଗା । ଡଙ୍ଗାରେ 16 ରୁ 17 ଜଣ ଲୋକ ଯାତ୍ରା କରୁଥିବା ବେଳେ 6ରୁ ଅଧିକ ଲୋକ ଗୁରୁତର ଅଛନ୍ତି । ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ବେଳେ ଏହି ଡଙ୍ଗା ପଛରେ ଆସୁଥିବା ଆଉ ଏକ ଡଙ୍ଗା, ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛି । ଏହି ପର୍ଯ୍ୟଟକମାନେ କାଳିଯାଈରୁ ଭୋଜି ସାରି ଫେରୁଥିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ତେବେ ଗୁରୁତରଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଓଡ୍ରାଫ ଟିମ୍ ଓ ମତ୍ସଜୀବୀଙ୍କ ଦ୍ୱାରା ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ତେବେ କାଳିଜାଈଙ୍କ ଦର୍ଶନ ସାରି ବଡକୂଳ ଫେରୁଥିବା ବେଳେ ଅଧାବାଟରେ ଡଙ୍ଗାଟି ବୁଡିଥଲା ।
Download Argus News App
