ଚାଷୀଙ୍କ କଲ୍ୟାଣ ପାଇଁ କାମ କରୁଛୁ। ମା'ଙ୍କୁ ଆହୁରି ସଶକ୍ତ କରିବା ଳକ୍ଷ୍ୟ। ମୁଁ ସବୁବେଳେ ସମସ୍ତଙ୍କ ସୁଖଦୁଃଖରେ ସାମିଲ ହୋଇଛି। ଗରିବଙ୍କ ହକ୍ ପାଇଁ ଲଢ଼ୁଛି। ମୁଁ କଥାରେ ନୁହେଁ କାମରେ ବିଶ୍ବାସ କରେ। କୋଭିଡ କଟକଣା ହଟିବା ପରେ ପ୍ରଥମ ଥର ପାଇଁ ଗ୍ରାଉଣ୍ଡରେ ପ୍ରଚାର କରିଛନ୍ତି ନବୀନ।
ଧାମନଗରରେ ବଡ଼ ଝଟକା ଖାଇବା ପରେ ଦଳର ସବୁଠୁ ବଡ଼ ଚେହେରା ନବୀନଙ୍କୁ ପଦମପୁରରରେ ମଇଦାନକୁ ଓହ୍ଲାଇଛି ବିଜେଡି। ତେବେ ନବୀନଙ୍କ ଆସିବ ପୂର୍ବରୁ ବିଧାନସଭାରେ ନୂଆ ଜିଲ୍ଲା ଗଠନ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀଙ୍କ ବିବାଦୀୟ ଉତ୍ତରକୁ ନେଇ ପଦମପୁରରେ ଦେଖାଦେଇଛି ଅସନ୍ତୋଷ। ସେହିପରି ମଣ୍ଡି ସମସ୍ୟା, ଇନପୁଟ୍ ସବସିଡି, ହସପିଟାଲ, ଦାଦନ ଓ କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ନେଇ ଦେଖିବାକୁ ମିଳିଛି ପ୍ରବଳ ଜନ ଅସନ୍ତୋଷ ।
ରାଜନୀତି ଖବର ଆହୁରି ପଢନ୍ତୁ