ସେପଟେ ଦୀର୍ଘ ୨ ବର୍ଷ ପରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକାକୁ ରାଜ୍ୟ ସରକାର ସାର୍ବଜନୀନ କରିଛନ୍ତି । ଯେଉଁ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠୁ ଧନୀ ହୋଇଥିବା ବେଳେ ଖଣି ମନ୍ତ୍ରୀ ପ୍ରଫୁଲ ମଲିକ ସବୁଠୁ ଗରିବ । ତେବେ ମୁଖ୍ୟମନ୍ତ୍ରୀ ହରିୟାନାରେ ଥିବା ନିଜ ଫାର୍ମା ହାଉସ ବିକିଥିଲେ ମଧ୍ୟ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସର୍ବାଧିକ ଧନୀ ଭାବେ ନିଜର ସ୍ଥାନ ବଜାୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ପରିମାଣ ୨୦୨୧ ଡିସେମ୍ବର ୩୧ ସୁଦ୍ଧା ୬୪ କୋଟି ୮୭ ଲକ୍ଷ ଟଙ୍କା ରହିଛି । ମୁଖ୍ୟମନ୍ତ୍ରୀ ଫରିଦାବାଦରେ ଥିବା ତାଙ୍କ ଫାର୍ମ ହାଉସକୁ ବିକ୍ରି କରିଦେଇଥିବା ନିଜେ ଦେଇଥିବା ସମ୍ପତ୍ତି ତାଲିକାରେ ଜଣାପଡ଼ିଛି । ଏହି ଫାର୍ମ ହାଉସ ବିକିଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରାୟ ୯ କୋଟିର ଆରବିଆଇ ବଣ୍ଡ, କୋଟିଏ ଟଙ୍କାର ପୋଷ୍ଟାଲ ସେଭିଙ୍ଗ ଓ ପ୍ରାୟ ୧ କୋଟି ୧୧ ଲକ୍ଷ ଟଙ୍କାର ଟର୍ମ ଡିପୋଜିଟ ରଖିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ସୁନାର ପରିମାଣ ୩.୪୫ ଲକ୍ଷ ଟଙ୍କା ବୋଲି ତାଙ୍କ ସମ୍ପତ୍ତି ତାଲିକାରେ ଉଲ୍ଲେଖ ଅଛି । ସେହିପରି ପୁରୁଣା ଆମ୍ବାସଡରର କାରକୁ ବି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହାବାଦ୍ ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଜନପଥରେ ଥିବା ଏକ ବ୍ୟାଙ୍କ ଆକାଉଣ୍ଟରେ ୭୨ ଲକ୍ଷ ଟଙ୍କାର ଜମା ପୁଞ୍ଜି ରହିଥିବା ବେଳେ ଭୁବନେଶ୍ୱର ଷ୍ଟେଟ ବ୍ୟାଙ୍କରେ ୨୧.୭୧ ଲକ୍ଷ ଟଙ୍କା ଅଛି । ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ପରିମାଣ ୨୦୧୫ ମସିହାରେ ମୋଟ ୪୮ କୋଟି ଟଙ୍କା ଥିବା ବେଳେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ୬୩ କୋଟି ୮୭ ଲକ୍ଷ ଆଉ ଏବେ 64 କୋଟିରେ ପହଞ୍ଚିଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।