ରାଜ୍ୟରେ ଲକଡାଉନ ଯୋଗୁଁ ଆହାର ପାଇଁ ଡହଳ ବିକଳ ହେଉଛନ୍ତି ଅନେକ ବୁଲା କୁକୁର ଓ ଗାଈ । ହୋଟେଲ, ରେସ୍ତୋରାଁ, ବଜାର ଆଦି ବନ୍ଦ ଥିବାରୁ ଖାଦ୍ୟ ମିଳୁ ନଥିବାବେଳେ ଦିନ ରାତି ଉପବାସ ରହୁଛନ୍ତି । ଫଳରେ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 60 ଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇଛି ।
ଏହି ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ ଦୈନିକ 20,000 ଟଙ୍କା ଖର୍ଚ୍ଚ କରୁଥିବାବେଳେ କଟକ, ସମ୍ବଲପୁର, ରାଉରକେଲା ଏବଂ ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନ୍ ପ୍ରତିଦିନ 10,000 ଟଙ୍କା ଖର୍ଚ୍ଚ କରିବେ । ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ପଶୁମାନଙ୍କୁ ଖାଇବାକୁ ଦେବା ପାଇଁ ଦୈନିକ 5,000 ଟଙ୍କା ଏବଂ NAC ପ୍ରତିଦିନ 2,000 ଟଙ୍କା ଖର୍ଚ୍ଚ କରିବେ ।