କଟକ: ରାଜ୍ୟରେ ତଥା ଦେଶରେ ଏବେ ସାଇବର୍ ଠକେଇର ପରିମାଣ ବଢ଼ିବାରେ ଲାଗିଛି । ବିଭିନ୍ନ ସମୟରେ ପୋଲିସ ନିକଟରେ ଅଭିଯୋଗର ସଂଖ୍ୟା ବଢ଼ିଚାଲିଥିଲେ ମଧ୍ୟ ପୋଲସ ଏହାକୁ ରୋକିପାରିନି । ହେଲେ ଏନେଇ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚକୁ ମିଳିଛି ସଫଳତା । ସାଇବର ଠକେଇ କରୁଥିବା ଏକ ଟିମ୍କୁ ଗିରଫ କରିଛି ପୋଲିସ ।
ଠକେଇ ପାଇଁ କମ୍ପ୍ୟୁଟର ଯୁଗରେ ପ୍ରମୁଖ ସାଧନ ପାଲଟିଛି ଆଧୁନିକ ଜ୍ଞାନ କୌଶଳ । ତେବେ ଅତ୍ୟାଧୁନିକ ଜ୍ଞାନକୌଶଳରେ ଠକେଇ କରିଥିବା ଏଭଳି ଏକ ସାଇବର ଠକେଇ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଓଡିଶା କ୍ରାଇମବ୍ରାଞ୍ଚ ଟିମ୍ । ପେଟ୍ରୋଲ ପମ୍ପ କରାଇ ଦେବାକୁ କହି ଜାଲ ଓ୍ୱେବ୍ସାଇଟ୍ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କାର ଚୁନ ଲଗାଇଥିବା ସାଇବର ଠକେଇ ଗ୍ୟାଙ୍ଗର 3ଜଣ ସଦସ୍ୟଙ୍କୁ ସୁଦୂର ବିହାରରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ଟଙ୍କା, ଲ୍ୟାପଟପ, ମୋବାଇଲ ଆଦି ଜବତ କରାଯାଇଛି ।
ଆଜିଠୁ ଖୋଲିଲା ଏକ ନମ୍ବର ମାର୍କେଟ । ୫ ଦିନ ବନ୍ଦ ରହିବା ପରେ ବିଏମ୍ସି ପକ୍ଷରୁ ମିଳିଛି ଦାବି ପୂରଣ ନେଇ ପ୍ରତିଶ୍ରୁତି । ଆଜିଠୁ ମାର୍କେଟ ଖୋଲିବା ନେଇ ଏକ ନମ୍ବର ମାର୍କେଟ ସଭାପତି ଗୟାଧର ସ୍ବାଇଁ କହିଛନ୍ତି । ଗତକାଲି ବିଏମସି ଅତିରିକ୍ତ କମିଶନରଙ୍କ ସହ ଏସସିପି ନିଜେ ଆସି ମାର୍କେଟର ସ୍ଥିତି ପରଖିଥିଲେ । ସ୍ଥାୟୀ ପାର୍କିଂ ବ୍ୟବସ୍ଥା ନ ହେବା ଯାଏଁ କିଭଳି ଅସ୍ଥାୟୀ ପାର୍କିଂକୁ ଗୁରୁତ୍ଵ ଦିଆଯିବ ଓ ଭିଡ଼ ନ ହେବା, ସେଥିପ୍ରତି ପୋଲିସ ଓ ବିଏମ୍ସି ତଦାରଖ କରିବା ସହ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡିଶା ଖବର
ଫଳରେ ରାସ୍ତା ଉପରେ ୩ ଲାଇନ୍ ପାର୍କିଂ ନ ହୋଇ ୧ ଲାଇନ୍ ପାର୍କିଂ ହେବ । ଫୁଟ୍ ପାଥକୁ ବି ଖାଲି କରାଯିବ । ଅସ୍ଥାୟୀ ବ୍ୟବସାୟୀ ଯେଉଁଭଳି ଅଧିକ ଜାଗା ଅକ୍ତିଆର ନ କରନ୍ତି ସେଥିପ୍ରତି ଧ୍ୟାନ ଦିଆଯିବ ।
ଅର୍ଗସ ବ୍ୟୁରୋ : ଏସିଆନ ରୌପ୍ୟ ବିଜୟୀ ଓଡ଼ିଆ ପୁଅ କିଶୋର ଜେନାଙ୍କୁ ବାଲୁକାକଳାରେ ଶୁଭେଚ୍ଛା ।ଏସିଆନ ଗେମ୍ସର ଜାଭେଲିନ ଥ୍ରୋ ଇଭେଣ୍ଟରେ ଅଲିମ୍ପିକ ସ୍ଵର୍ଣ୍ଣ ବିଜେତା ନିରଜ ଚୋପ୍ରାଙ୍କ ସହ କଡା ଟକ୍କର ଦେଇ ଅଳ୍ପକେ ସ୍ୱର୍ଣ୍ଣ ପଦକ ହରେଇଥିବା ବେଳେ ରୌପ୍ୟ ହାତେଇଛନ୍ତି ନିରଜ । ଅନ୍ୟପଟରେ ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି ନିରଜ ।ତେବେ ଦୁହେଁ ଭାରତ ପାଇଁ ଗର୍ଵ ଆଣିଥିବା ବେଳେ ବାଲୁକାକଳା ମାଧ୍ୟମରେ ଉଭୟଙ୍କୁ ଶୁଭେଛା ଜଣାଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ।
ଅଧିକ ପଢନ୍ତୁ : ଏସୀୟ କ୍ରୀଡାରେ ଭାରତ ଦମଦାର ପ୍ରଦର୍ଶନ; ନୀରଜଙ୍କୁ ସ୍ୱର୍ଣ୍ଣ, କିଶୋରଙ୍କୁ ରୌପ୍ୟ
ଏହି ରଙ୍ଗୀନ ବାଲୁକାକଳାରେ ପ୍ରାୟ ୫୦୦ ଷ୍ଟିଲ ବାଉଲ ଇଂଷ୍ଟାଲ ହୋଇଥିବା ବେଳେ ଖୁବ ସୁନ୍ଦର ଭାବରେ ଭାରତ ହାତକୁ ଆସିଥିବା ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଉଭୟକୁ ସ୍ଥାନିତ କରିଛନ୍ତି ସୁଦର୍ଶନ।ଏହାସହିତ ପ୍ରାୟ ୧୦ ଫୁଟର ଏହି କଳାରେ ଜାଭେଲିନକୁ ସ୍ଥାନିତ କରିଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ ।ବିଶେଷକରି ଓଡ଼ିଆ ତଥା ପୁରୀର ସୁନା ପୁଅ କିଶୋର ଓଡିଶା ର ଗର୍ଵ ଓ ଗୌରବକୁ ବଢ଼ାଇଥିବାରୁ ତାଙ୍କର ଉତ୍ତରାତ୍ତୋର ସଫଳତା କାମନା କରିଛନ୍ତି ସୁଦର୍ଶନ ।ସେପଟେ କିଶୋରଙ୍କ ସଫଳତା ପରେ ତାଙ୍କ ଜନ୍ମ ମାଟି ଓ ପୁରୀ ସହର ତଥା ରାଜ୍ୟର ତମାମ ଜାଗାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି ।
ଭୁବନେଶ୍ୱର: ବୀରେଶ୍ୱର ମହାନ୍ତିଙ୍କ ତୃତୀୟ ଗଳ୍ପ ସଂକଳନ "କୃଷ୍ଣଚୂଡାର ହସ ଓ ଅନ୍ୟାନ୍ୟ ଗଳ୍ପ'ର ଶୁଭ ଉନ୍ମୋଚନ ହୋଇଯାଇଛି। ଖଣ୍ଡଗିରି ପାହାଡରେ ଅବସ୍ଥିତି ଥିବା ଶୁଭମ୍ ସତ୍ୟମ ରୟାଲ ଆପାର୍ଟମେଣ୍ଟ ଘାଟିକିଆର ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ଏହି ଗଳ୍ପର ଉନ୍ମୋଚନ କରାଯାଇଥିଲା। ଆପାର୍ଟମେଣ୍ଟର କମ୍ୟୁନିଟି ହଲ୍ ରେ ବରିଷ୍ଠ ନାଗରିକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବରେ ଉନ୍ମୋଚିତ ହୋଇଛି ବୀରେଶ୍ୱର ମହାନ୍ତିଙ୍କ ତୃତୀୟ ଗଳ୍ପ ।
ଏହି ଗଳ୍ପ ସଙ୍କଳନଟିରେ ସବୁ ବର୍ଗର ପାଠକଙ୍କ ମନକୁ ଛୁଇଁଲା ଭଳି ୨୫ ଟି ଗଳ୍ପ ସ୍ଥାନ ପାଇଛି। ତେବେ ଉନ୍ମୋଚନ ଉତ୍ସବରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀଯୁକ୍ତ ସରୋଜ ଦାଶ, ଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ଓ ଉପସଭାପତି ଡ. ଆର. ବି ଦାସ , ଯୁଗ୍ମ ସମ୍ପାଦକ ଶ୍ରୀ ଶରତ କୁମାର ସାହୁ, କୋଷାଧ୍ୟକ୍ଷ ଶ୍ରୀ କୈଳାଶ ଚନ୍ଦ୍ର ପୃଷ୍ଟି , ମୁଖ୍ୟବକ୍ତା ଶ୍ରୀ ଜଗନ୍ନାଥ ଦାସଙ୍କ ସହ ଆପାର୍ଟମେଣ୍ଟର ଅନ୍ୟ ବରିଷ୍ଠ ନାଗରିକମାନେ ମଧ୍ୟ ଉପସ୍ଥିତ ଥିଲେ । ଉନ୍ମୋଚନ ଉତ୍ସବରେ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଅଧିକ ପଢନ୍ତୁ ଓଡ଼ିଶା ଖବର