କଟକ: ପୁଣି ଚର୍ଚ୍ଚାକୁ ଆସିଛି ଚୌଦ୍ୱାର ଜେଲ୍ । ପୂର୍ବରୁ ବିଭିନ୍ନ ସମୟରେ ଚୌଦ୍ୱାର ଜେଲ୍ରେ ଚଢ଼ାଉ କରାଯାଇ ଗୁଟ୍କା ସିଗାରେଟ୍ ଭଳି ବିଭିନ୍ନ ନିଶା ଦ୍ରବ୍ୟ ଜେଲ୍ ପରିସରରୁ ଜବତ କରାଯାଇଛି । ତେବେ ପୁଣି ସେହି ସମାନ ଢ଼ଙ୍ଗରେ ଚର୍ଚ୍ଚାକୁ ଆସିଛି ଚୌଦ୍ୱାର ଜେଲ୍ । ଜେଲ୍ ଭିତରୁ ଫଟୋ ଭାଇରାଲ ହୋଇଛି । ଆଉ ସବୁଠୁ ବଡ଼ କଥା ହେଲା ଜେଲ୍ ଭିତରେ କଏଦୀମାନେ ଗଞ୍ଜେଇ ଦଳୁଛନ୍ତି ଆଉ ସେଲ୍ଫୀ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଜେଲ୍ ଭିତରକୁ ନିଶା ଦ୍ରବ୍ୟ କେମିତି ପ୍ରବେଶ କରୁଛି ? ଖାଲି ସେତିକି ନୁହେଁ ଜେଲ୍ ଭିତରେ ମୋବାଇଲ ବ୍ୟାନ୍ ଥିବା ବେଳେ କଏଦୀମାନେ ସେଲ୍ଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି କିପରି ? କିଏ ଦେଉଛି ତାଙ୍କୁ ମୋବାଇଲ । ଜେଲ୍ କର୍ତ୍ତୃପକ୍ଷଙ୍କ ହାତ ନାହିଁ ତ ?
