ଭୁବନେଶ୍ୱର: ପୁଣି ଜଣେ ପ୍ରେମିକକୁ ପ୍ରେମିକାଙ୍କୁ ଜବରଦସ୍ତ ଧୋକା । ଏକାଠି ରହିଲେ, ମିଶିକି ଖାଇଲେ, ମିଶିକି ବୁଲିଲେ ଆଉ ଶେଷରେ ପ୍ରେମିକକୁ ଜେଲ୍ର ଚାରିକାନ୍ଥ ଦେଖାଇଲା ପ୍ରେମିକା । କଥାଟା ଅଡ଼ୁଆ ଲାଗିଲେ ମଧ୍ୟ ଏଭଳି ଅଭିଯୋଗ କରିଛନ୍ତି ଜଣେ ପ୍ରେମିକ ।
ଜେଲ୍ରୁ ବାହାରିବା ପରେ ପ୍ରେମିକ ଜଣକ ନିଜ ପ୍ରେମିକାଙ୍କ ନାଁରେ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ । ଯୁବକଙ୍କ ଅଭିଯୋଗ ଅନୁଯାୟୀ ସେ ତାଙ୍କ ପ୍ରେମିକାକୁ ପାଠ ପଢ଼ାଇବା ସହ ସବୁ କ୍ଷେତ୍ରରେ ସହଯୋଗ କରିଥିଲେ । ଆଉ ଯେତେବେଳେ ତାଙ୍କ ପ୍ରେମିକା ପୋଲିସ ଚାକିରି ପାଇଲା ସେତେବେଳେ ତାଙ୍କୁ ଛାଡ଼ିଦେଲା । ଚାକିରି ପାଇବା ପରେ ଦୀର୍ଘ 4ବର୍ଷର ସମ୍ପର୍କକୁ ଭୁଲିଗଲା ପ୍ରେମିକା । ଆଉ ତା’ପରେ ତାଙ୍କୁ ମିଛ କେସ୍ ଲଗାଇ ଜେଲ୍ର ଚାରିକାନ୍ଥ ମଧ୍ୟକୁ ପଠାଇଦେଲା । ଏଭଳି ଏକ ଘଟଣା ବର୍ତମାନ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ଭୁବନେଶ୍ୱର ଡୁମ୍ଡୁମା ଅଞ୍ଚଳରେ ରହୁଥିବା ଆଶୁତୋଷ ଦାଶ ଏଭଳି ଠକାମିର ଶିକାର ହୋଇ ଜେଲରେ ସଜା କାଟି ଫେରିବା ପରେ ମୁହଁ ଖୋଲିଛନ୍ତି । ପ୍ରେମିକାର ପୋଲିସ ଚାକିରି ହେବା ପରେ ବିୁଜୁ ପଟ୍ଟନାୟକ ପୋଲିସ ଏକାଡମୀରେ ଟ୍ରେନିଂ ନେଉଛି । କିଛି ଦିନ ପୂର୍ବରୁ ତାଙ୍କ ନିକଟକୁ ଦେଖାକରିବାକୁ ଯାଇଥିଲେ ଆଶୁତୋଷ । ସେଇଠି ଉଭୟଙ୍କ ମଧ୍ୟରେ ବଚଷା ହୋଇଥିଲା । ଆଉ ପୂର୍ବରୁ ପାଠ ପଢିବା ପାଇଁ ଦେଇଥିବା ଟଙ୍କା, ମା ଓ ଭଉଣୀର ସୁନା ଅଳଙ୍କାର ଫେରାଇବାକୁ କହିଥିଲା ଆଶୁତୋଷ । ହେଲେ ପ୍ରେମିକା ସେ ସବୁ ନଦେବାରୁ ବାଧ୍ୟ ହୋଇ ଦୁଇ ଚାପୁଡା ମାରିଥିଲା । ଆଉ ସ୍ଥାନୀୟ ଲୋକ ସେଠାରେ ଆଶୁତୋଷଙ୍କୁ ପିଟିଥିଲେ । ଏହା ପାରେ ଏକ ମିଛ ମାମଲା କରି ଜେଲ୍ ପଠାଇଦେଲା ବୋଲି କହିଛନ୍ତି ଆଶୁତୋଷ ।
ଏହି ଘଟଣାରେ ଖଣ୍ଡଗିରି ଥାନା ପୋଲିସ ଆସୁତୋଷକୁ ଗିରଫ କରିବା ପରେ ତାଙ୍କ ନାଁରେ ମିଛରେ ଆଇପିସି 354, 354 ଡି, 341, 323, 307, 294, 506, 34 ଓ 67 ଭଳି ସଙ୍ଗୀନ ଦଫା ଲଗାଇଥିବା ଅଭିଯୋଗ କରିଛନ୍ତି ଆସୁତୋଷ ।
