ବିବାଦ ମଧ୍ୟରେ ଆଦାନୀ ଗ୍ରୁପ ତାର ଏଫପିଓ ସେଲ୍ ନେଇ ଆଶାବାଦୀ
ଗୁଳି ଫୁଟାଇ ଅଳଙ୍କାର ଦୋକାନରୁ ଲୁଟ୍ କଲେ ଦୁର୍ବୃତ୍ତ !
ଝାରସୁଗୁଡ଼ା: ବ୍ରଜରାଜନଗର ପୁଣି ଫୁଟିଲା ଗୁଳି । ସରାଫ ଅଳଙ୍କାର ଦୋକାନରେ ଗୁଳି ଫୁଟାଇ ଲୁଟ୍ କଲେ ଦୁର୍ବୃତ୍ତ । ଆଜି ସନ୍ଧ୍ୟା ପ୍ରାୟ 7.30 ସମୟରେ କିଛି ଦୁର୍ବୃତ୍ତ ସରାଫ୍ ଅଳଙ୍କାର ଦୋକାନ ସମ୍ମୁଖରେ ପହଞ୍ଚି ଅତର୍କିତ ଭାବେ ଦୋକାନ ଭିତରେ ପଶି ଗୁଳି ଫୁଟାଇଥିଲେ । ସେଠାରେ ଥିବା ଅନ୍ୟ ଲୋକମାନେ ଆତଙ୍କିତ ହୋଇଯାଇଥିଲେ । ହେଲେ ଦୁର୍ବୃତ୍ତମାନେ ସମସ୍ତଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଏବଂ ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ କରିଥିଲେ । ଲୁଟ୍ ପରେ ତୁରନ୍ତ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସିଟିଭ ଯାଞ୍ଚ କରି ପୋଲିସ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରିବ ବୋଲି ସୂଚନା ମିଳିଛି ।
Download Argus News App
