ଭୁବନେଶ୍ୱର: କାର ଲୁଟ୍ କରିଥିବା ତିନି ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଏକାଥରକେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।
ଖଣ୍ଡଗିରି ଥାନା ଆମ୍ରି ହସ୍ପିଟାଲ ନିକଟରୁ ଜଣେ ଯୁବକଙ୍କୁ ପଥରରେ ଆକ୍ରମଣ କରି କାର ଲୁଟ ଘଟଣାରେ ଖଣ୍ଡଗିରି ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଖଣ୍ଡଗିରି ଡୁମ୍ଡୁମା ଅଞ୍ଚଳର କୃଷ୍ଣଚନ୍ଦ୍ର ଦାସ ଓରଫ କ୍ରିଷ୍ଣା, ଅମରଜିତ ପ୍ରଧାନ ଓରଫ ରକି, ମହେଶ୍ୱର ଦଳେଇ ଏବଂ ବୌଦ୍ଧ ଜିଲ୍ଲା କଟାଂମାଳ ଅଞ୍ଚଳର ପ୍ରଭାତ ସାହୁ । ପୋଲିସ ସେମାନଙ୍କ ପାଖରୁ ୩ଟି କାର ସହ ସୁନା ଗହଣା, ଗୋଟିଏ ମାଉଜର୍ ଓ ୪ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ବିଭିନ୍ନ ସମୟରେ ହେଉଥିବା ହାଇୱେ ଲୁଟ୍ ଘଟଣାରେ ମଧ୍ୟ ସମ୍ପୃକ୍ତ ଥିବା ଜଣାପଡ଼ିଛି । ଏନେଇ ଏକ ପ୍ରେସମିଟ ଜରିଆରେ ଭୁବନେଶ୍ୱର ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।
ଅର୍ଗସ ବ୍ୟୁରୋ: ଜାଣନ୍ତୁ କେମିତି କଟିବ ଆପଣଙ୍କର ଆଜିର ଦିନ।
ମେଷ-
ଅଶ୍ୱନୀ- ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ହେବ। ପ୍ରେମ ଏବଂ ପରିବାରର ବିକାଶରେ ଆଗ୍ରହ ହରାଇବାର ସମ୍ଭାବନା ରହିିଛି । ବ୍ୟବସାୟରେ ଅନେକ ବାଧାବିଘ୍ନ ର ସମ୍ମୁଖୀନ ହେବା ପରେ ସଫଳତାପାଇବେ ।
ଦ୍ୱିଜା- ରାଜନୈତିକ କ୍ଷେତ୍ରରେ ବିବାଦିୟ ପରିସ୍ଥିତି ଦେଖାଦେଇ ପାରେ । ଆର୍ଥିକ ଦୃଷ୍ଟିରୁ, ଅଧିକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି ।
କୃତିକା- କର୍ମ କ୍ଷେତ୍ରରେ ଅବାଞ୍ଛିତ ଉତ୍ତେଜନା ଏବଂ ଚିନ୍ତାର ସମ୍ମୁଖୀନ ହୋଇପାରନ୍ତି ।
ଛାତ୍ର ଛାତ୍ରୀ ମାନେ ନିଜ କ୍ୟାରିୟର କୁ ନେଇ ଚିନ୍ତିତ ରହିବେ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ
ବୃଷ-
କୃତିକା- ଲୋକମାନଙ୍କ ସହିତ ମିଳିମିଶି କାମ କରିପାରିଲେ ଆର୍ଥିକ ମାମଲା ସୁଧୁରିବ । କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ ।
ରୋହିଣୀ- ଭାଗୀଦାରି ବ୍ୟବସାୟରେ ସମସ୍ୟା ଦେଖାଦେଇପାରେ । ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଲେ ଯଶ ପ୍ରାପ୍ତି ହେବ ।
ମୃଗଶିରା- ପରିବାରରେ ସମ୍ପତି ଜନିତ ବିବାଦ ସୃଷ୍ଟି ହୋଇପାରେ । ନୂତନ ବନ୍ଧୁ କରିବାରେ ସମର୍ଥ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ
ମିଥୁନ-
ମୃଗଶିରା- ପରିବାରରେ ଅପ୍ରିତିକାର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ବ୍ୟବସାୟରେ ପ୍ରଚୁର ଲାଭ ହେବ ।
ଆଦ୍ରା- ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ ।
ବିଦ୍ୟାର୍ଥୀ ମାନେ ମନ ଲଗାଇ ପାଠ ପଢିଲେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ ।
ପୁନର୍ବସୁ- ରାଜନୈତିକ ନେତା ମାନେ ରାଜନୀତି ରେ ଲୋକ ସମ୍ପର୍କ ବୃଦ୍ଧି କରିବେ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ବିରଜାଙ୍କର ଆରଧନା କରନ୍ତୁ
କର୍କଟ-
ପୁନର୍ବସୁ- ବ୍ୟବସାୟିକ ସ୍ଥିତି ସୁଦୃଢ ହେବା ସହ ଆଶାତୀତ ଲାଭ ପାଇବେ । କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରିପାରିବେ ।
ପୁଷ୍ୟା- ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବା ସହ ପରୀକ୍ଷା ପ୍ରତିଯୋଗିତାରେ ଜୟଯୁକ୍ତ ହେବେ । ରାଜନୀତିରେ ଶତୃମାନେ ମଥାନତ କରିବେ ।
ଅଶ୍ଳେଷା- କର୍ମଚାରୀ ମାନେ ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନ ଲାଭ ଓ ପଦ ମର୍ଯ୍ୟାଦା ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କିଛି କ୍ଷୀର ଢାଳି ଦିନଟି ଆରମ୍ଭ କରନ୍ତୁ
ସିଂହ-
ମଘା- ସ୍ୱାସ୍ଥ୍ୟ ହାନୀ ହେବା ସହ ସନ୍ତାନମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିପାରନ୍ତି । ନୂତନ ବନ୍ଧୁଙ୍କୁ ପାଇ ଖୁସିହେବା ସହ କର୍ମ କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ପାଇ ପାରନ୍ତି ।
ପୂ- ଫାଲ୍ଗୁନୀ- କାର୍ଯ୍ୟ କ୍ଷେତ୍ରରେ ସଚ୍ଚୋଟ ଓ ନ୍ୟାୟୀ ବ୍ୟକ୍ତି ହିସାବରେ ସମ୍ମାନ ପାଇବେ । ସମାଜ ସେବା ଓ ରାଜନୀତିରେ ସୁନାମ ଅର୍ଜନ କରିପାରନ୍ତି ।
ଉ- ଫାଲ୍ଗୁନୀ- ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରିପାରିବେ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ ଏବଂ କୃତକାର୍ୟ୍ୟ ମଧ୍ୟ ହେବେ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗୀଙ୍କ ପୂଜା କରନ୍ତୁ
କନ୍ୟା-
ଉ- ଫାଲ୍ଗୁନୀ- ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଲାଭ ପାଇବା ସହ ବାକି ଥିବା ଅର୍ଥ ଆଦାୟ ହେବ । ଭୋଗ ବିଳାସକୁ ତୁଚ୍ଛ ମଣି କର୍ତ୍ତବ୍ୟ ସାଧନାକୁ ଭଗବତ୍ ସେବା ଭଳି ମାନ୍ୟତା ଦେବେ ।
ହସ୍ତା- ସନ୍ତାନ ସମ୍ବନ୍ଧୀୟ ସମସ୍ୟା ସମାଧାନ କରି ଖୁସୀ ହୋଇ ଯିବେ । ସରକାରୀ କ୍ଷେତ୍ରରେ ଉନ୍ନତିର ସୁଯୋଗ ପାଇବେ ।
ଚିତ୍ରା- ଅନ୍ୟର ସାହାର୍ଯ୍ୟ, ସମର୍ଥନ ଲକ୍ଷହାସଲରେ ସହାୟକ ହୋଇପାରିବ । ଧର୍ମ ଓ ସାଂସୃତିକ କାର୍ଯ୍ୟରେ ଅଗ୍ରଣି ହେବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ପାଣିରେ କିଛି ଲୁଣ ପକାଇ ଘରକୁ ପୋଛନ୍ତୁ
ତୁଳା-
ଚିତ୍ରା- ପୁରାତନ ରୋଗର ଉପଶମ ଫଳରେ ସ୍ୱାସ୍ଥ୍ୟ ଠିକ୍ ରହିବ । ଆର୍ଥିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ କୌଣସି ଜରୁରୀ କାର୍ଯ୍ୟ କୁ ପୂର୍ଣ୍ଣ କରିବେ ।
ସ୍ୱାତୀ- ବିଦ୍ୟାରେ ଉନ୍ନତି ହେବା ସହ ଉଚ୍ଚବିଦ୍ୟା ଅଧ୍ୟୟନ ପାଇଁ ସୁଯୋଗ ପାଇବେ । ରାଜନୀତିରେ ଅଧିକାରୀ ପ୍ରସନ୍ନ ରହିବା ଫଳରେ ପରିଶ୍ରମଦ୍ୱାରା କାର୍ଯ୍ୟ ସଫଳହେବ ।
ବିଶାଖା- ଯେକୈାଣସି ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମ୍ନା କରିବାର ସାହାସ ରହିବ । ସମ୍ମାନର ସହିତ ଦିନଚର୍ଯ୍ୟା କରି ଆରାମରେ ଚଳି ପାରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ
ବିଛା-
ବିଶାଖା- ଅନେକ ସମସ୍ୟାର ସମାଧାନ ହେବା ଫଳରେ ପାରିବାରିକ ଜୀବନ ସୁଖମୟ ହେବ । ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ ।
ଅନୁରାଧା- ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇଯିବ । ଛାତ୍ରଛାତ୍ରୀ ମାନଙ୍କର ସୁଖ୍ୟାତି ଲାଭ ହେବ ମାତ୍ର ତତ୍ପର ହେବା ଆବଶ୍ୟକ ।
ଜ୍ୟୋଷ୍ଠା- ଯାନବାହନରେ କୌଣସି ଜାଗାକୁ ଯାତ୍ରା କଲେ ସତର୍କତା ଅବଲମ୍ବନ କରିବା ଉଚିତ୍ । ସ୍ୱାର୍ଥ କୁ କେନ୍ଦ୍ର କରି ସୁବର୍ଣ୍ଣ ସୁଯୋଗକୁ ହାତଛଡା କିପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳା ମନ୍ତ୍ର ପାଠ କରନ୍ତୁ
ଧନୁ-
ମୂଳା- ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇ ବ୍ୟାୟାମ କରିବା ଆବଶ୍ୟକ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜ ମାନ କରିବ ।
ପୂ, ଷାଢା- ବ୍ୟବସାୟ ପାଇଁ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ । କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଧାର କରିବାକୁ ବାଧ୍ୟ ହେବେ ।
ଉ, ଷାଢା- ପଡୋଶୀ ମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିବେ । ନିଜର ଇଛା ବିରୋଧରେ କୌଣସି କାର୍ଯ୍ୟ କରିବା ଅନୁଚିତ୍ ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଗୋ ମତାଙ୍କୁ ସବୁଜ ଖାଦ୍ୟ ଏବଂ କିଛି ଗୁଣ୍ଡ ଖାଇବାକୁ ଦିଅନ୍ତୁ
ମକର
ଉ, ଷାଢା- ବ୍ୟବସାୟରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦର ସମାଧାନ ହୋଇଯିବ । ରାଜନୀତିରେ ଶତୃମାନେ ମିତ୍ରତାର ହାତ ବଢାଇବେ ।
ଶ୍ରବଣା- ଘରଠୁ କର୍ମ କ୍ଷେତ୍ରକୁ ଗୁରୁତ୍ୱ ଦେଇ ଅଧିକ ସମୟ ମଧ୍ୟ ଉତ୍ସର୍ଗ କରିବାକୁ ପଡିବ । ତରବରିଆ ହିସାବରେ କୌଣସି କାର୍ଯ୍ୟ ନ କରି ସବୁ ଆଡକୁ ନଜର ଦେଇ କାମ କରିବା ଉଚିତ୍ ।
ଧନିଷ୍ଠା- ଜାଗା, ଜମି , ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହୋଇଯିବ । କର୍ମ କ୍ଷେତ୍ରରେ ନୂତନ ନିଯୁକ୍ତିର ଯୋଗ ରହିଛି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କର ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ
ଧନିଷ୍ଠା- ଶାରୀରିକ ଅସୁସ୍ଥତା ଦୂରହେବା ସହ ସାମାଜିକ କ୍ଷେତ୍ରରେ ନିଜର ପରାକ୍ରମ ବଢିବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ସୁଚାରୁ ରୂପେ କରିପାରିବେ ।
ଶତଭିଷା- ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ । ଅତୀତର କୌଣସି ବିବାଦୀୟ ଘଟଣା ଜଟିଳ ଆଡକୁ ଗତିକରିପାରେ ।
ପୂ, ଭାଦ୍ରପଦ- ରାଜନୈତିକ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ପାଇବ । ବଡପଣିଆ ଦେଖାଇ ମନ୍ଦ ଫଳ ଭୋଗିବାକୁ ପଡିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ
ମୀନ
ପୂ, ଭାଦ୍ରପଦ- ପରିବାରର ସଦସ୍ୟଙ୍କ ସହିତ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସମ୍ପର୍କ ରହିବା ସହ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ବ୍ୟବସାୟରେ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇପାରେ ।
ଉ, ଭାଦ୍ରପଦ- ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ । ବାଦ ବିବାଦ ଠାରୁ ଦୂରେଇ ରହିବା ଉଚିତ୍ ।
ରେବତୀ-ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବା ସହ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ । ଅଧ୍ୟୟନରେ ମନୋନିବେଷ କରି ପ୍ରଶଂସା ପାଇବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କ ଗାୟତ୍ରି ମନ୍ତ୍ରକୁ ପାଠ କରନ୍ତୁ
ଅଧିକ ପଢ଼ନ୍ତୁ ରାଶିଫଳ ଖବର:
ଅର୍ଗସ ବ୍ୟୁରୋ: ପାରାଦୀପ ସମୁଦ୍ରରେ ଚାଲିଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ‘ସାଗର କବଚ-୨’ । ଉପକୂଳକୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗର ବିଭିନ୍ନ ବିଭାଗ ଏଥିରେ ସାମିଲ ହୋଇଛନ୍ତି । ଆଜି ଏହାର ଅନ୍ତିମ ଦିବସ । ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଜଳପଥରେ ଆତଙ୍କୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରତି ବର୍ଷ ଦୁଇ ଥର ଏହି ସମରାଭ୍ୟାସ କରାଯାଉଛି । ଏଥିରେ ଗୁଇନ୍ଦା, ମେରାଇନ ପୋଲିସ, କୋଷ୍ଟ ଗାର୍ଡ, ନାଭାଲ, ବନ ବିଭାଗ, ମତ୍ସ୍ୟ ବିଭାଗ ଭଳି ୧୮ରୁ ଅଧିକ ବିଭାଗ ସାମିଲ ରହିଛନ୍ତି ।
ଉପକୂଳବର୍ତ୍ତୀ ୪୮୦ କିଲୋମିଟର ସମୁଦ୍ର ବେଳାଭୂମିରେ ଚାଲିଛି ସମରାଭ୍ୟାସ । ଏଥିରେ ଦୁଇଟି ଟିମ୍ ଗଠନ ହୋଇଛି । ଯାହାର ନାଁ ରହିଛି ରେଡ୍ ଟିମ୍ ଓ ବ୍ଲୁ ଟିମ୍ । ରେଡ୍ ଟିମ୍ ମାରଣାସ୍ତ୍ର ସହ ଉପକୂଳରେ ପ୍ରବେଶ ପାଇଁ ଉଦ୍ୟମ କରିବେ ଏବଂ ଏମାନଙ୍କୁ ପ୍ରତିହତ କରିବେ ବ୍ଲୁ ଟିମ୍ । କାଲିଠୁ ଆରମ୍ଭ ହୋଇଥିବା ଏହି ସମରାଭ୍ୟାସର ଆଜି ହେଉଛି ଶେଷ ଦିନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: 14 ଦିନ ପରେ ଚନ୍ଦ୍ରପୃଷ୍ଠରେ ଆଜି ହେବାକୁ ଯାଉଛି ସକାଳ । ଶିବ ଶକ୍ତି ପଏଣ୍ଟରେ ଆସିବାକୁ ଥିବା ସୂର୍ଯ୍ୟୋଦୟକୁ ନେଇ ଭାରତୀୟ ବୈଜ୍ଞାନିକଙ୍କ ମନରେ ନୂଆ ଆଶାର ସଞ୍ଚାର। ଏହି ନୂଆ ସକାଳ ସହ ସ୍ଲିପ ମୋଡରୁ ଉଠିବେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ। ପୁଣି ଥରେ ଲ୍ୟାଣ୍ଡର ଓ ବିକ୍ରମ କେମିତି କାମ କରିବେ ସେ ନେଇ ଉଦ୍ୟମ କରିବ ଇସ୍ରୋ । ବିକ୍ରମ ଲାଣ୍ଡରର ରିସିଭର୍ ଅନ୍ ଥିଲେ ମଧ୍ୟ ପ୍ରବଳ ଥଣ୍ଡା ଓ ଅନ୍ଧାର ଯୋଗୁଁ ଏହାର ସବୁ ଯନ୍ତ୍ରାଂଶ ବନ୍ଦ ରହିଛି । ସୂର୍ଯ୍ୟଙ୍କଠାରୁ ଶକ୍ତି ଆହରଣ କରି ପୁଣି ବିକ୍ରମ ଓ ପ୍ରଜ୍ଞାନ ସକ୍ରିୟ ହେବେ ବୋଲି ଆଶା କରାଯାଉଛି ।
ଯଦି କୌଣସି କାରଣରୁ ଏହା ସମ୍ଭବ ନ ହୁଏ, ତେବେ ବିକ୍ରମ ଓ ପ୍ରଜ୍ଞାନ ସବୁଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଭାରତର ‘ମହାକାଶ ଦୂତ’ ଭାବେ ପଡି ରହିବେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏହି ୧୪ ଦିନ ଚନ୍ଦ୍ରର ଦକ୍ଷିଣ ମେରୁରେ ତାପମାତ୍ରା ମାଇନସ୍ ୨୫୦ ଡିଗ୍ରୀ ଥିବା ବେଳେ ବିକ୍ରମ ଓ ପ୍ରଜ୍ଞାନ ପୁନଃ କାର୍ଯ୍ୟ କରିବା ଏତେଟା ସହଜ ନୁହେଁ । ତେବେ ଯଦି ଇସ୍ରୋ ଲ୍ୟାଣ୍ଡର ଓ ରୋଭରକୁ ସକ୍ରିୟ କରିବାରେ ସଫଳ ହୁଏ ତେବେ ଏହା ଭାରତ ପାଇଁ ବଡ଼ ସଫଳତା ହେବ ।
ଅଧିକ ପଢ଼ନ୍ତୁ ଦେଶ ଖବର: