ଭୁବନେଶ୍ୱର: ରାଜଧାନୀର ଏକ କ୍ଷାତିନାମା ଘରୋଇ ଶିକ୍ଷାନୁଷ୍ଠାନରୁ ଦୁଇ ଅଣ ଓଡ଼ିଆ ଛାତ୍ରଙ୍କୁ ଗିରଫ କରିଛି ଇନ୍ଫୋସିିଟି ଥାନା ପୋଲିସ । ଗିରଫ ଛାତ୍ରଙ୍କ ନିକଟରୁ ତିନୋଟି ଅଫୁଟା ଗୁଳି ଜବତ କରାଯାଇଥିବା ବେଳେ ସେମାନେ ବନ୍ଧୁକ ଫିଙ୍ଗି ଦେଇଥିବା ଅନୁମାନ କରୁଛି ପୋଲିସ ।
ସୂଚନା ଅନୁଯାୟୀ ଭୁବନେଶ୍ୱର ଇନ୍ଫୋସିଟି ଥାନା ଅନ୍ତର୍ଗତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଦୁଇ ଛାତ୍ର ଗୋଷ୍ଠି ମୁହାଁମୁହିଁ ହୋଇଛନ୍ତି । ଏଥିରେ ଏକାଧିକ ଛାତ୍ର ଆହତ ହୋଇଛନ୍ତି । ତେବେ ଗଣ୍ଡଗୋଳରେ ସମ୍ପୁକ୍ତ ଥିବା ଛାତ୍ରଙ୍କ ମଧ୍ୟରେ ଦୁଇ ଜଣ ଅଣ ଓଡ଼ିଆ ଛାତ୍ର ରହିଛନ୍ତି । ସେମାନଙ୍କୁ କଲେଜ କର୍ତ୍ତୃପକ୍ଷ ମାସେ ପୂର୍ବରୁ ଏଭଳି ବିଶୃଙ୍ଖଳା ପାଇଁ ସସ୍ପେଣ୍ଡ କରିଛନ୍ତି । ହେଲେ ସେମାନେ ଆସି କଲେଜ ଭିତରେ ଛାତ୍ରଙ୍କ ସହ ମାର୍ପିଟ୍ କରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରିଥିବା ଅଭିଯୋଗ ହୋଇଛି । ଗଣ୍ଡଗୋଳର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହି ଦୁଇ ଅଣ ଓଡ଼ିଆ ଛାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଛାତ୍ରମାନେ ବିହାରରୁ ଆସି ଏଠି ପାଠପଢୁଥିବା ବେଳେ ସେମାନେ ବିଧାୟକଙ୍କ ପୁଅ ବୋଲି ନିଜକୁ ପରିଚୟ ଦେଇଛନ୍ତି । ଅଭିଯୁକ୍ତ ଛାତ୍ରମାନେ ହେଲେ ଆରିୟାନ ସିଂ ଓରଫ୍ ମୋଲୁ ଏବଂ ଉତ୍ସବ ସିଂ ଓରଫ୍ ବାବୁ ।
ସୂଚନା ଅନୁଯାୟୀ କଲେଜରେ ଦୁଇ ଛାତ୍ରଗୋଷ୍ଠି ମଧ୍ୟରେ ଅନେକ ଦିନ ହେଲା ତିକ୍ତତା ଲାଗି ରହିଥିଲା । ହେଲେ ଗତକାଲି ରାତିରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍ ଭଳି ପରିସ୍ଥିତି ଉପୁଜିଥିଲା । ଏଥିରେ ଆରିୟାନ ଓ ଉତ୍ସବ ମାଉଜର ବ୍ୟବହାର କରିଥିଲେ । ଉତ୍ସବ ଇନଫୋସିଟି ଅଚଂଳରେ ଏକ ଆପାର୍ଟମେଟଂରେ ରହୁଥିବା ବେଳେ ଆରିୟାନ କାନନବିହାର ଫେଜ-୨ରେ ଏକ ଆପାର୍ଟମେଟଂରେ ରହୁଥିଲା । ବନ୍ଧୁକ ଓ ଗୁଳି ଉତ୍ସବ ବିହାରରୁ ଆଣିଥିବା ପୋଲିସ ନିକଟରେ ସ୍ୱୀକାର କରିଛି । ଏନେଇ ଏସ୍ସିପି ତରୁଣ କୁମାର ଦାସ ସୂଚନା ଦେଇଛନ୍ତି ।
ଅର୍ଗସ ବ୍ୟୁରୋ: ଧାନ ଖରିରେ ନିଆଁ ଲଗାଇଦେଲେ ଦୁବୁତ୍ତ । ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ତବଲା ପଞ୍ଚାୟତ ଖୁଲିଆ ଗ୍ରାମର ରାଜେଶ ମୁଣ୍ତା ନାମକ ଜଣେ ଚାଷୀଙ୍କ ଧାନ ଖରିରେ ନିଆଁ ଲଗାଇଦେଇଛନ୍ତି।
ଖବର ପାଇ ଘଟଣା ସ୍ଥଳକୁ ସମ୍ବଲପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ରାଜେଶ ମୁଣ୍ତା ଜଣେ ଗରିବ ଚାଷୀ ହୋଇଥିବା ବେଳେ ଏଥିରେ ସାଢେ ୩ ଏକର ଧାନ ପୋଡି ପାଉଁଶ ହୋଇଛି । ଆଜି ସକାଳୁ ଏହି ଘଟଣା ଘଟିଥିବା ବେଳେ କିଭଳି ନିଆଁ ଲାଗିଲା ନାଁ କିଏ ଲଗାଇଦେଲା ତାହା ଜଣାପଡ଼ିନି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବିଶ୍ବକପ ପରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସହ ଟିମ ଇଣ୍ଡିଆର ଅନେକ ବରିଷ୍ଠ ଖେଳାଳି ଛୁଟି କାଟୁଛନ୍ତି। ବିଶ୍ବକପ ହାରିବା ପରେ କୋହଲି ଏବଂ ରୋହିତ ବର୍ତ୍ତମାନ ପାଇଁ ଟି-୨୦ ଫର୍ମାଟରୁ ଦୂରରେ ଅଛନ୍ତି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳୁଛି। ଏହି ସିରିଜ ପରେ ଟିମ ଇଣ୍ଡିଆକୁ ଦକ୍ଷିଣଆଫ୍ରିକା ଗସ୍ତରେ ଯିବାକୁ ପଡ଼ିବ। ଯେଉଁଠାରେ ପ୍ରଥମ ୩ଟି ଟି-୨୦, ୩ଟି ଓ୍ବାନଡେ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବ। ବିଶ୍ବକପରେ ସବୁ ମ୍ୟାଚରେ ବିରାଟଙ୍କ ପ୍ରଦର୍ଶନ ଥିଲା ଏକଦମ ଜବରଦସ୍ତ। ସେ ସବୁ ମ୍ୟାଚରେ ଦେଶକୁ ଗର୍ବିତ ମଧ୍ୟ କରିଥିଲେ।
ବିରାଟ କୋହଲି ବିସିସିଆଇକୁ ସୂଚନା ଦେଇଛନ୍ତି, ସେ ଓ୍ବାନଡେ ଏବଂ ଟି-୨୦ ଫର୍ମାଟରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିରତି ନେଉଛନ୍ତି। ଏବଂ ସେ ଏହି ଦୁଇ ଫର୍ମାଟକୁ କେବେ ଫେରିବେ ସେ ନିଜେ ଜଣାଇବେ। ଏହି କଥା ଶୁଣି ବିରାଟଙ୍କ କୋଟି କୋଟି କ୍ରିକେଟ ଫ୍ୟାନ ନିରାଶ ହୋଇପଡ଼ିଛନ୍ତି।
ଫ୍ୟାନ ମାନେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି ଯେ, ବାଧହୁଏ ବିରାଟ ବର୍ତ୍ତମାନ ହ୍ବାଇଟ ବଲଠାରୁ ନିଜକୁ ଦୂରେଇବାକୁ ଚାହୁଁଛନ୍ତି। ଉଭୟ ଫର୍ମାଟରୁ ତାଙ୍କର ଅବସର ଗ୍ରହଣ କରିବାର ସଙ୍କେତ ଦେଇଛନ୍ତି।
ବିରାଟ କୋହଲି ପତ୍ନୀ ଅନୁଷ୍କାଙ୍କ ସହ ବର୍ତ୍ତମାନ ଲଣ୍ଡନରେ ଛୁଟି କାଟୁଛନ୍ତି ଭାରତୀୟ ଟିମର କ୍ୟାପଟେନ ରୋହିତ ଶର୍ମା ମଧ୍ୟ ସ୍ତ୍ରୀ ରିତିକାଙ୍କ ସହ ଲଣ୍ଡନରେ ଛୁଟି କାଟୁଛନ୍ତି। ସେପଟେ ରୋହିତ ମଧ୍ୟ ବିଶ୍ବକପ ପରାସ୍ତ ହେବାପରେ କ୍ୟାମେରାଠାରୁ ଦୂରରେ ଅଛନ୍ତି। ଏୟାରପୋର୍ଟରେ ତାଙ୍କ ଝିଅ ସମାଇରା ଏକ ମିଡିଆରେ କହିଛନ୍ତି ଯେ, ମୋ ପାପା ବହୁତ ପଜିଟିଭ। ଆଉ ମାସେ ପରେ ସେ ପୁଣି ହସିବେ ଆଉ ସେଇ ଜୋଶରେ ଖେଳିବେ। ଏହି ଦୁଇ ଖେଳାଳି ଗତ ୨-୩ମାସ ଧରି କ୍ରମାଗତ କ୍ରିକେଟ ଖେଳିଛନ୍ତି। ପ୍ରଥମେ ଏସିଆ କପରେ ଟିମ ଇଣ୍ଡିଆ ଚାମ୍ପିୟନ ହୋଇଥିଲା। ତା'ପରେ ଘରୋଇ ସିରିଜରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଏବଂ ପରେ ବିଶ୍ବକପରେ କ୍ରମାଗତ ୧୦ଟି ମ୍ୟାଚ ଜିତି ଶେଷରେ ଫ୍ୟାଇନାଲ ମ୍ୟାଚରେ ଇଣ୍ଡିଆ ହାରିଯାଇଥିଲା। ଏହି ସମୟରେ ବିରାଟଙ୍କ ନିଷ୍ପତ୍ତି ଅବସରର ସଙ୍କେତ ପରି ମନେ ହେଉଛି।
କିନ୍ତୁ ବିରାଟଙ୍କ ବର୍ତ୍ତମାନର ଫର୍ମ ଏବଂ ଫିଟନେସକୁ ଦେଖିଲେ ସେ ଏହି ସମୟରେ କୌଣସି ଫର୍ମାଟରୁ ଅବସର ନେବା ଉଚିତ ନୁହେଁ। କାରଣ ବିରାଟ ହେଉଛନ୍ତି ଇଣ୍ଡିଆ ଟିମର ରନ ମେସିନ। ତାଙ୍କ ବିନା ଦଳ ଜିତିବା ଏକପ୍ରକାର ଅସମ୍ଭବ କହିଲେ ଅତ୍ୟୁକ୍ତି ହେବନାହିଁ। ଆଉ ଜିତିଲେ ବି ସେଭଳି ମଜା ଆସିବନି। କାରଣ ବିରାଟ କୋହଲିଙ୍କ ଫ୍ୟାନ ଫଲୋଇଙ୍ଗ ସବୁଠାରୁ ଅଧିକ। ପଡ଼ିଆକୁ ଆସିଲେ ହିଁ ଯେମିତି ଲୋକଙ୍କର କ୍ରେଜ ବଢ଼ିଯାଏ। ସେଥିପାଇଁ ବର୍ତ୍ତମାନ ସେ ଏଭଳି ନିଷ୍ପତ୍ତି ନେବା ଉଚିତ ନୁହେଁ। ଫ୍ୟାନମାନଙ୍କ ପାଇଁ ଖେଳିବା ଦରକାର।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର