ଆଠଗଡ଼/ବଡ଼ମ୍ବା: ପୁଣି ବଡ଼ମ୍ବାରେ ଉଠିଲା ଆବାସ ଘୋଟାଲା କଥା । ବଡମ୍ବା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଘୋଟାଲାର ତଦନ୍ତକୁ ବିଧାୟକ ଦେବୀ ପ୍ରସାଦ ମିଶ୍ର ଶିଥିଳ କରିବାକୁ ଚେଷ୍ଟା କରୁଛନ୍ତି । ଏନେଇ ଏକ ସମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବଜେପି ନେତା ବିଜୟ କୁମାର ଦଳବେହେରା ଅଭିଯୋଗ କରିଛନ୍ତି ।
ଦୁର୍ନୀତି ପାଇଁ କଟକ ଜିଲ୍ଲା ଗ୍ରାମ୍ୟ ପ୍ରକଳ୍ପ ସହ ନିର୍ଦ୍ଦେଶକ ବଡମ୍ବା ବିଡିଓ ଓ ବଡମ୍ବା ବ୍ଲକ ଚେୟାରମ୍ୟାନଙ୍କ ନାମରେ ବଡମ୍ବା ଥାନାରେ ସରକାରଙ୍କ ପକ୍ଷରୁ ଏତଲା ଦିଆଯାଇଛି । ତେବେ ବଡମ୍ବା ବିଧାୟକ ତଥା ଶାସକ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର ତଦନ୍ତକୁ ଶୀଥଳ କରିବା ଲାଗି ଅପଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି । ଏହା ସହିତ ବଡମ୍ବା ବିଡିଓ ଓ ବ୍ଲକ ଚେୟାରମ୍ୟାନଙ୍କୁ ୧୦ ଦିନ ଭିତରେ ଗିରଫ କରିବା ପାଇଁ ସେ ଦାବି କରିଛନ୍ତି । ଦାବି ପୁରଣ ନହେଲେ ବ୍ଲକ କାର୍ଯ୍ୟାଳୟକୁ ଅଚଳ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।
ଅର୍ଗସ ବ୍ୟୁରୋ : ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ଆଜି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଘେରୁଛି ବିଜେପି । ଯାଜପୁର ବିଜେପି ଜିଲ୍ଲାସଭାପତି ଗୌତମ ରାୟଙ୍କ ନେତୃତ୍ବରେ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ଆଜି ଦଶରଥପୁର ବ୍ଲକ ଘେରୁଚ୍ଛି ବିଜେପି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗରିବ ଲୋକଙ୍କ ଆବାସ ଲୁଟ ଠାରୁ ଆରମ୍ଭ କରି ଡି ଏମ୍ ଫଣ୍ଡକୁ ଭାଗ ବାଣ୍ଟ କରି ଖାଇବା, ବାର୍ଦ୍ଧକ୍ୟ ଭତ୍ତା ଲୁଟ, ପିଇବା ପାଣିର ସମସ୍ୟା ସହ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଘଟଣାରେ ଆଜି ଦଶରଥପୁର ବ୍ଲକ ଘେରୁଛୁ ବିଜେପି । ପାଖାପାଖି ୫ ହଜାର ଲୋକ ହତାରେ ଫ୍ଲାଗ କାର୍ଡ ଧରି ରାଜ୍ୟ ସରକାରଙ୍କ ଅନ୍ୟାୟ ଅନୀତି ବିରୋଧରେ ନାରା ଦେଇ ପଦଯାତ୍ରା କରି ବ୍ଲକ ଘେରୁଛି ବିଜେପି ।
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ। ୧୫ ଜଣିଆ ଟିମ୍କୁ ନେଇ ଲେଜର ସ୍କାନିଂ। ଆର୍ଟିଷ୍ଟିକ, ସର୍ଭେଲାନ୍ସ, ଫଟୋଗ୍ରାଫି ଟିମ୍ ସାମିଲ। ASI କୋର୍ କମିଟି ସଦସ୍ୟ, ଶ୍ରୀମନ୍ଦିର ବୈଷୟିକ ଟିମ୍ ଉପସ୍ଥିତ । ରିପୋର୍ଟ ଆସିବା ପରେ ରତ୍ନଭଣ୍ଡାର ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ । ତେବେ ଏହାକୁ ସରକାର ସମୟ ଗଡାଇବାର ନୂଆ ଚାଲ୍ ବୋଲି ବୁଦ୍ଧିଜୀବୀଙ୍କ ଅଭିଯୋଗ ।
ରତ୍ନଭଣ୍ଡାର ଅସୁରକ୍ଷିତ । ୨୦୧୮ ମସିହାରୁ ଯାଞ୍ଚ ରିପୋର୍ଟରୁ ସ୍ପଷ୍ଟ । ଏକଥା ସରକାର ବି ଜାଣିଛନ୍ତି । ଏହାସତ୍ତ୍ବେ ଲେଜର ସ୍କାନିଂର ଆବଶ୍ୟକତା ପଡିଲା କାହିଁକି ? । ହାଇକୋର୍ଟଙ୍କ ଚାପ ଯୋଗୁଁ ଏହା ରାଜ୍ୟ ସରକାରଙ୍କ ନୂଆ ଫନ୍ଦି ନୁହେଁ ତ ? ଯଦି ରତ୍ନଭଣ୍ଡାର ମରାମତି ହୁଏ ତାହେଲେ ଗଣତିରେ ଅସୁବିଧା କେଉଁଠି ? ।
ଅଧିକ ପଢନ୍ତୁ ଓଡ଼ିଶା ଖବର