ସାଲେପୁର: ‘କଥାରେ ଅଛି ବାଡ଼ ଯଦି ଫସଲ ଖାଇବ ତେବେ...’ । ଏଭଳି ଏକ ଘଟଣା ଘଟିଛି ସେଲେପୁର ନିଶ୍ଚିନ୍ତକୋଇଲି ଅଞ୍ଚଳରେ । ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ଉପାସରେ ରହୁଛନ୍ତି ଆରାଧ୍ୟ ଦେବୀ ମା’ ହରଚଣ୍ଡି । ସ୍ଥାନୀୟ ଅଞ୍ଚଳର ପ୍ରତ୍ୟେକ୍ଷ ଠାକୁରାଣୀ ହେଉଛନ୍ତି ମା’ ହରଚଣ୍ଡି । ଏମିତିକି ସାରା ଓଡ଼ିଶାରେ ପ୍ରସିଦ୍ଧ ଏହି ଶକ୍ତିପୀଠ ଅଶୁରେଶ୍ୱର ହରଚଣ୍ଡି ମନ୍ଦିର । ହେଲେ ସେହି ମା’ ଆଜି ନିଜ ପିଲାଙ୍କ ପାଇଁ ଉପାସରେ । ଦୀର୍ଘ ତିନି ଦିନ ହେବ ସେବାୟତଙ୍କ କଳି ଯୋଗୁଁ ମନ୍ଦିରରେ ପୂଜାପାଠ ବନ୍ଦ ରହିଛି ।
ସୂଚନା ଅନୁଯାୟୀ, ଡଙ୍ଗା ସମସ୍ୟା ଯୋଗୁଁ ଚଳିତ ବର୍ଷ ମହାପ୍ରଭୁ ଚାପ ଖେଳ ପାରି ନାହନ୍ତି । ମହାପ୍ରଭୁଙ୍କ ଚାପ ଖେଳ ଚଳିତ ଥର ସମ୍ପୁର୍ଣ୍ଣ ବନ୍ଦ ରହିଛି । ଏହି ଘଟଣା ପରେ ମନ୍ଦିରରେ କାର୍ଯ୍ୟରତ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହ, ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଏଥିପାଇଁ ଦାୟୀ କରିଥିଲେ । ଫଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେବେଠାରୁ ମନ୍ଦିରରେ ପୂଜାପାଠ ବନ୍ଦ ରହିଛି । ଗୋଟିଏ ଗୋଷ୍ଠୀ ମନ୍ଦିରରେ ତାଲା ପକାଇଦେଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦର ସମାଧାନ ପାଇଁ ଅନେକ ଥର ମନ୍ଦିର କମିଟିର ବୈଠକ ବସୁଥିଲେ ମଧ୍ୟ ତାହା ସମାଧାନ ହୋଇପାରୁ ନାହିଁ ।
ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମନ୍ଦିର ବନ୍ଦ ଥିବାରୁ ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ ନକରି ଫେରିଯାଉଛନ୍ତି ।
ଅର୍ଗସ ବ୍ୟୁରୋ : ପୁଣି ଥରେ ପାଲଲହଡାରେ ମୁକେଶ ହଟାଓ ନାରା । ଅନୁଗୋ ଜିଲ୍ଲା ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଶଙ୍ଖମୁର ପଞ୍ଚାୟତରେ ବିଜେଡ଼ି ବିଧାୟକ ମୁକେଶଚଦ୍ର ପାଲଙ୍କୁ ବିରୋଧ କରିଛନ୍ତି ପଞ୍ଚାୟତବାସୀ । ନିର୍ବାଚନ ପୂର୍ବରୁ ଭୋଟ ମାଗି ଯାଇଥିବା ବିଧାୟକ ସାଢେ଼ ୪ ବର୍ଷରେ ଥରୁଟିଏ ବି ଗାଁ ମାଟି ମାଡି ନାହାନ୍ତି । ଆଜି ଯାଏ ଗାଆଁରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ନ ହୋଇଥିବା ଯୋଗୁଁ ବିଧାୟକଙ୍କୁ ବିରୋଧ କରିଛନ୍ତି ନିଜ ଦଳର ଦଳୀୟ କର୍ମୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୂର୍ବରୁ ଏକାଧିକ ବିଜେଡ଼ି କର୍ମୀ ଏକାଠି ହୋଇ ଆଗମୀ ନିର୍ବାଚନରେ ବିଜେଡ଼ିର ଦଳୀୟ ଟିକେଟ ମୁକେଶଙ୍କୁ ନ ମିଳୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ବିଧାୟକ ବିରୋଧ କରୁଥିବା ବ୍ୟକ୍ତି ବିଜେଡ଼ି କର୍ମୀ ନୁହେଁ ବୋଲି କହିଥିଲେ । ଅନ୍ୟପଟେ ଆଗକୁ ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ ଏକାଠି ହୋଇ ବିଧାୟକଙ୍କୁ ବିରୋଧ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି