କଟକ: କଟକ ସହରରେ ପୋଲିସର ଏନ୍କାଉଣ୍ଟର । କଟକ ମାଲଗୋଦାମ ଅଞ୍ଚଳରେ ପୁଲିସ୍ ଏନ୍କାଉଣ୍ଟରେରେ ଅପରାଧୀ ମୁନୁ ଓରଫ୍ ମନୋଜ ସ୍ୱାଇଁ ଆହତ ହୋଇଛି। ପ୍ରଥମେ ମନୋଜ ପୋଲିସ ଉପରକୁ ବୋମାମାଡ କରିଥିଲା । ଯାହା ଫଳରେ ପୋଳିସ ମଧ୍ୟ ନିଜ ପକ୍ଷରୁ ଆକ୍ରମଣ କରିଥିଲେ । ଯେଉଁଥିରେ ମନୋଜର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ମନୋଜ ଯୋବ୍ରା ମହାନଦୀ କୂଳରେ ଥିବା ସୂଚନା ପାଇ ପୋଲିସ୍ ଚଢ଼ାଉ କରିଥିଲା। ହେଲେ ମନୋଜ ପୋଲିସ୍ ଉପରକୁ ଗୁଳି ଓ ବୋମା ମାଡ଼ କରିଥିଲା। ତେବେ ବୋମାମାଡ଼ରେ ମାଲଗୋଦାମ ଆଇଆଇସି ରବିନାରାୟଣ ଭଞ୍ଜଙ୍କ ସହ ୩ ଜଣ ପୋଲିସ୍ କର୍ମୀ ଆହତ ହୋଇଛନ୍ତି।
ଅର୍ଗସ ବ୍ୟୁରୋ: ଚାନ୍ଦବାଲି ବ୍ଲକରେ ଗଛମୂଳେ ପାଠ ପଢ଼ିବା ଦୃଶ୍ୟ କିଛିଦିନ ପୂର୍ବରୁ ଦେଖିବାକୁ ମିଳିଥିବା ବେଳେ ପୁଣି ଏକ ବିଦ୍ୟାଳୟରେ ଧାନ ଗୋଦାମରେ ପାଠ ପଢା ଦୃଶ୍ୟ ଏବେ ଚର୍ଚ୍ଚା ଜୋର ଧରିଛି। ଶିକ୍ଷାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଦ୍ୟାଳୟ ଗୁଡ଼ିକୁ ୫-ଟି ରେ ସାମିଲ କରି ରୂପାନ୍ତରିତ କରାଯାଉଛି। ଛାତ୍ରଛାତ୍ରୀ ମାନଙ୍କ ପାଇଁ ସୁନ୍ଦର ପରିବେଶ ସାଙ୍ଗକୁ ଉନ୍ନତ ପ୍ରଣାଳୀର ଶ୍ରେଣୀ ଗୃହ ଯୋଗାଇ ଦିଆଯାଉଛି। ହେଲେ ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତ ମହାମୁନି ଦୟାନିଧି ପରମହଂସ ବାଳିକା ଉଚ୍ଚ ବିଦ୍ୟାଳୟର ଦୟନୀୟ ସ୍ଥିତି ଆପଣଙ୍କୁ ବ୍ୟଥିତ କରିବ। ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବରୁ ନିକଟସ୍ଥ ଏକ ଧାନ ଗୋଦାମ ଘରେ ତଳେ ବସି ତିନୋଟି ଶ୍ରେଣୀର ବାଳିକା ମାନେ ପାଠ ପଢୁଥିବା ଦୃଶ୍ୟ ଶିକ୍ଷା ବିଭାଗର କରୁଣ ଚିତ୍ର ପଦାରେ ପକାଇଛି।
୧୯୯୫ ମସିହାରୁ ସ୍ଥାପିତ ଉକ୍ତ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ୨୫ ଜଣ, ନବମ ଶ୍ରେଣୀରେ ୪୦ ଜଣ ଓ ଦଶମ ଶ୍ରେଣୀରେ ୩୬ ଜଣ ବାଳିକା ପାଠ ପଢ଼ୁଛନ୍ତି। ବିଦ୍ୟାଳୟରେ ତିନି ଜଣ ଶିକ୍ଷକ ଓ ପାଞ୍ଚ ଜଣ ଶିକ୍ଷୟତ୍ରୀ ସମେତ କର୍ମଚାରୀ ଚାରି ଜଣ ରହିଛନ୍ତି।
ବିଦ୍ୟାଳୟ ରୂପାନ୍ତରିତ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ 'ମୋ ସ୍କୁଲ୍' ଯୋଜନାରେ ୪୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ବେଳେ ଏବେ 'ଆମ ଓଡ଼ିଶା - ନବୀନ ଓଡ଼ିଶା ' ଯୋଜନାରେ ୨.୫ ଲକ୍ଷ ଟଙ୍କା ଅନୁଦାନ ମିଳିଛି। ପୂର୍ବରୁ ବିଦ୍ୟାଳୟରେ ମାତ୍ର ଦୁଇ ଗୋଟି ଶ୍ରେଣୀ ଗୃହ ରହିଥିବା ବେଳେ ନୂତନ ଭାବେ ଅତିରିକ୍ତ ଗୋଟିଏ ଶ୍ରେଣୀ ଗୃହ ନିର୍ମାଣ ଆରମ୍ଭ ହୋଇଛି। ତୃତୀୟ ପର୍ଯ୍ୟାୟରେ ଉକ୍ତ ବିଦ୍ୟାଳୟ ୫-ଟି ରେ ସାମିଲ ହେବା ପରେ ଏବେ ଦୁଇ ଶ୍ରେଣୀ ଗୃହ ରୂପାନ୍ତରିତ ଚାଲୁରହିଛି। ଫଳରେ ବିଦ୍ୟାଳୟରେ ଶ୍ରେଣୀ ଗୃହ ଆଦୌ ନାହିଁ। ଫଳରେ ପାଞ୍ଚ ମାସ ହେବ ପାଠ ପଢା ଏଣେତେଣେ ବେସରକାରୀ ଘରେ ଚାଲୁରହିଛି।
ନିକଟସ୍ଥ ଏକ ଅର୍ଦ୍ଧନିର୍ମିତ ବେସରକାରୀ ଘରେ ପାଠପଢା ଚାଲୁ ରହିଥିବା ବେଳେ ନିର୍ମାଣ କାର୍ଯ୍ୟ ପାଇଁ ଘର ମାଲିକ ମନା କରିଦେଲେ। ଏବେ ନିକଟସ୍ଥ ଏକ ଧାନ ଗୋଦାମ ଘରେ ଧାନ ମହଜୁଦ ଥାଇ ଅତି ଅସ୍ୱାସ୍ଥ୍ୟକର ପରିବେଶରେ ପାଠପଢା ଚାଲୁ ରହିଛି। ଯାହାକି ଶିକ୍ଷାବିତ୍ ତଥା ଅଭିଭାବକ ମାନଙ୍କୁ ଆନ୍ଦୋଳିତ କରିଛି। ଅନ୍ୟପଟେ ରୂପାନ୍ତରିତ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲୁଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ସମିତି ସଭ୍ୟ ଅଭୟ ବଳ ଅଭିଯୋଗ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବଲାଙ୍ଗିରରେ ଶହଶହ କୋଟି ଟଙ୍କା ରେଡ ହେଉଛି । ଯୁଆଡେ ଦେଖିବେ ସିଆଡେ ପୁଳାପୁଳା ଟଙ୍କା ବାହାରୁଛି । ଗଣିଗଣି ହାତ ଦରଜ ହୋଇଗଲାଣି, ଏବେ ମେସିନରେ ଚାଲିଛି ଜବତ ଟଙ୍କାର ଗଣତି । କଂଗ୍ରେସ ସହ ବିଜେଡିର ମନ୍ତ୍ରୀ ଏବଂ ବିଧାୟକଙ୍କର ଲିଙ୍କକୁ ନେଇ ସବୁଠି ଚର୍ଚ୍ଚା । ଆଉ ଏହାରି ଭିତରେ ପ୍ରଶ୍ନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଟଙ୍କା ଜବତ ହେବା ଖବର ମତେ ବିସ୍ମିତ କରିଛି । କେନ୍ଦ୍ରୀୟ ସଂସ୍ଥାର ଚଢାଉ ଦ୍ୱାରା ଓଡ଼ିଶା ଭଳି ରାଜ୍ୟରୁ ଏକାସାଙ୍ଗରେ ଏତେ ପରିମାଣରେ ବେନାମୀ ଅର୍ଥ ଜବତ ହେବା ଚିନ୍ତାର ବିଷୟ । ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଭଳି ରାଜ୍ୟର କିଛି ବ୍ୟକ୍ତିଙ୍କ ଏହି ଟଙ୍କା ସହ ସମ୍ପର୍କ ଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ତେଣୁ ଏହା ତଦନ୍ତ ସାପେକ୍ଷ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ବଲାଙ୍ଗିରରେ ଜବତ ହେଉଥିବା କଳାଧନ ସହ ଓଡ଼ିଶାର କିଛି ମୁଷ୍ଟିମେୟ ଲୋକମାନଙ୍କର ସମ୍ପର୍କ ଅଛି କି ? ସଚ୍ଚୋଟତାର ଡିଣ୍ଡିମ ପିଟୁଥିବା କିଛି ଲୋକମାନେ ଏହି ଘଟଣାରେ ଚୁପ୍ କାହିଁକି ? ନୈତିକତାର କଥା କହୁଥିବା କିଛି ରାଜନୈତିକ ଦଳର ନେତାମାନେ ଏହି ଘଟଣାରେ ନୀରବ ଥିବାରୁ ସାଧାରଣ ଜନତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
କେବଳ ଏତିକି ନୁହେଁ ବରଂ ଓଡ଼ିଶା ସମେତ ଦେଶର ଜନସାଧାରଣ #ModiKiGuarantee ଉପରେ ଭରସା କରୁଛନ୍ତି । ମୋଦି ସରକାରରେ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୋଟି ଗୋଟି କରି ଜନତାଙ୍କ ଠାରୁ ହରିଲୁଟ୍ ହୋଇଥିବା ଅର୍ଥ ଅସୁଲ କରଯିବା ସହ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ, ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି। ତେବେ ଏଟଙ୍କା ଯଦି ସାଧାରଣ ଲୋକଙ୍କର ହୋଇଥିବ ତାହାଲେ ନିଶ୍ଚିତ ଫେରାଯିବ ଏହାହେଉଛି ମୋଦିଙ୍କର ପ୍ରତିଶ୍ରୁତି ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି ।
ଏପଟେ ମଦ ବେପାରୀଙ୍କ ସହ ବିଜେଡି ନେତାଙ୍କ ଲିଙ୍କର ସିବିଆଇ ଯାଞ୍ଚ ଦାବି କରିଛି ବିଜେପି । ନିର୍ବାଚନ ପାଇଁ ସାହୁ ବ୍ରଦର୍ସ ଏବଂ କମ୍ପାନୀ ପାଖରେ ଟଙ୍କା ରଖିଥିଲା କି ବିଜେଡି ? ଧୀରଜ ସାହୁ ଝାଡଖଣ୍ଡର କଂଗ୍ରେସ ରାଜ୍ୟସଭା ସଦସ୍ୟ । ତାଙ୍କ ଭାଇ ଉଦୟ ସାହୁ, ଶିବ ପ୍ରସାଦ ସାହୁ ବି ବେପାରରେ ସାମିଲ୍ । ପୁରା ପରିବାରର ଅକ୍ତିଆରରେ ପଶ୍ଚିମ ଓଡ଼ିଶାର ମଦ ସାମ୍ରାଜ୍ୟ ।
ଏତେ ଟଙ୍କାର ସାମ୍ରାଜ୍ୟ ପଛରେ କାହାର ପ୍ରୋତ୍ସାହନ ? ନୌକରସାହାଙ୍କ ସୁରକ୍ଷାରେ ଚାଲିଥିଲା କି ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ ? ସାହୁ ବ୍ରଦର୍ସଙ୍କୁ କେମିତି ବାରମ୍ବାର ମିଳୁଥିଲା ମଦ ଲାଇସେନ୍ସ ? ବିଜେଡି ନେତାଠୁ ଅଫିସର ଯାଏ ମାସିକିଆ ଚାନ୍ଦା ନେଉଥିବା ଚର୍ଚ୍ଚା । ଲାଲ୍ ଡାଏରୀ ମିଳିବା ପରେ ଏବେ ନେତାଙ୍କ ଆଖିରୁ ନିଦ ହଜିଥିବା ଚର୍ଚ୍ଚା।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୬୯ତମ ରାଷ୍ଟ୍ରୀୟ ଅଧିବେଶନକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନିଜ ଅଭିଭାଷଣ ଆରମ୍ଭରୁ ଭାରତ ମାତା କି ଜୟ ସ୍ଲୋଗାନ ଦେଇ ଦେଶର କୋଣ ଅନୁକୋଣରୁ ଆସିଥିବା ସମସ୍ତ ଛାତ୍ରଛାତ୍ରୀ ନମସ୍କାର ଜଣାଇବା ସହ ଏ ବି ଭି ପି ବିଶ୍ୱର ଏକ ମାତ୍ର ଛାତ୍ର ସଂଗଠନ ଯାହା କି ପାଠପଢ଼ା ସହ ଚରିତ୍ର ଗଠନରେ ଏହି ସଂଗଠନର ଭୂମିକା ଗୁରୁତ୍ୱପୁର୍ଣ୍ଣ ଗ୍ରହଣ କରୁଛି । ଏହି ଅଧିବେଶନରେ ଅତିଥି ହୋଇଥିବାରୁ ମୁଁ ଗର୍ବିତ। ଆମେ ସୌଭାଗ୍ୟବାନ ଅମୃତ କାଳରେ ଏହି ଅଧିବେଶନ ହୋଇଛି । ମୁଁ ଗର୍ବରେ କହିବି ବିଦ୍ୟାର୍ଥୀ ପରିଷଦର praduct ବୋଲି । ରାଷ୍ଟ୍ରର ହିତ ପାଇଁ ବିଦ୍ୟାର୍ଥୀ ପରିଷଦ ନିଜେ ରାସ୍ତାରୁ ହଟିବେନି। ସରକାରଙ୍କୁ ବି ହଟିବାକୁ ଦେବେନି। ମଦନ ଦାସ ତ୍ରିଦେବ ବିଦ୍ୟାର୍ଥୀଙ୍କୁ ସଠିକ ବାଟରେ ନେଉଥିଲେ। ସମାଜରେ କଣ ଠିକ ବିଦ୍ୟାର୍ଥୀ ପରିଷଦର ସଦସ୍ୟଙ୍କୁ ଜଣାଇଥିଲେ । କାଶ୍ମୀର ବି ଆମର ନର୍ଥ ଇଷ୍ଟ ବି ଆମର। ଜୟ ପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଏବିଭିପିର ଯୋଗଦାନ ବହୁତ ବଡ ବଡ଼ କାର୍ଯ୍ୟ କରିଛି।
ଆମ କାମ ଶେଷ ହୋଇନି। ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ଲାଗିଛୁ। ଦେଶ ପାଇଁ ଜୀବନ ଦେବା ନୁହେଁ ଦେଶ ପାଇଁ ଜୀବନ ଯିଇବା ବଡ କଥା । ଅମୃତକାଳର ସଂକଳ୍ପ ତୁମ ପାଇଁ। ଏବିଭିପିର ସମସ୍ତ ସଙ୍ଘଠନର ବରିଷ୍ଟାଙ୍କୁ ଧନ୍ୟବାଦ। ତୃଷ୍ଟି କରଣ ଓ ପରିବାରବାଦ ଜାଗାରେ ଆମ ସରକାର ବିକାଶକୁ ପ୍ରାଧାନ୍ୟ ଦେଇଛି । ଅର୍ଥ ନୀତିରେ ଆମେ ପାଞ୍ଚ ନମ୍ବର ଖୁବ ଶୀଘ୍ର ୩ନମ୍ବରକୁ ଆସିବୁ । ମୋଦି ସରକାରଙ୍କ ଯୋଗୁଁ ଆଜି lalchowkରେ ତ୍ରିରଙ୍ଗା ଉଡାଇବାକୁ କେହି ଅଟକେଇପାରିବେନି। ରାଜନୀତି ସ୍ଥିରତା, ଶାନ୍ତିର ମାହୋଲ, ସୁରକ୍ଷିତ ଭାରତ ଆଜି ମୋଦିଙ୍କ ନେତୃତ୍ୱରେ ହୋଇଛି। ଯୁବାଶକ୍ତି ଦେଶକୁ ବଦଳାଇପାରିବେ। ଆଜିର ଯୁବକଙ୍କୁ ରାସ୍ତା ଖୋଜିବାକୁ ପଡ଼ିବନି। 75ବର୍ଷ ଧରି ଏହି ସଂଘଠନ ରାସ୍ତା ଦେଖାଉଚି । ଡିଜିଟାଲ କ୍ରାନ୍ତି ସହ drone, ଆନିମେସନରେ ବିଶ୍ୱସ୍ତରରେ ଆମ ଯୁବକ କାମ କରୁଛନ୍ତି । ଷ୍ଟାର୍ଟଅପ କ୍ଷେତ୍ରରେ ୨ରେ ଅଛୁ। ମୋଦି ସରକାରଙ୍କ ସମୟରେ 15 aiims, 390ବିଶ୍ୱବିଦ୍ୟାଳୟ,7000collage କରିଛୁ। ଦେଶରେ ଏବେ ଷ୍ଟାର୍ଟ up ଦୁଇ ଲକ୍ଷ ଅଛି। ନାସନାଲ space policy ଆରମ୍ଭ ହୋଇଛି। ଛାତ୍ର ଛାତ୍ରୀଙ୍କୁ ଉପଦେଶ ଦେଇ ନିଜର ବ୍ୟକ୍ତିଗତ ଜୀବନରେ ବୃଦ୍ଧି କରିବା ସହ ଦେଶ ପ୍ରତି କର୍ତଵ୍ୟ ଭୁଲିବ ନାହିଁ କହିଥିଲେ । କେହି କଳ୍ପନା କରିନଥିଲେ କିନ୍ତୁ ମୋଦି କରିଦେଖାଇଲେ ରାମ ମନ୍ଦିର ।
ଦେଶରେ କେବେ ବି କେହି ଭାବି ନ ଥିଲେ medical, engineer, ନିଜ ଭାଷାରେ ପଢିବେ । ଆମ ସଂସ୍କୃତି ହିଁ ଆମ ଆଧୁନିକତା।ବିଦ୍ୟାର୍ଥୀ ପରିଷଦ ସଂସ୍ଥା ନୁହିଁ ରାଷ୍ଟ୍ର ନିର୍ମାଣରେ ଏକ ଆନ୍ଦୋଳନ। ଭାରତମାତାକୁ ନିଜର ଜୀବନ ସମର୍ପିତ କରିବା ଉଚିତ।ତିନି ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ଦେଶର ସମସ୍ତ ରାଜ୍ୟରୁ ଛାତ୍ରଛାତ୍ରୀ ଓ ଏବିଭିପି ସଦସ୍ୟ ମାନେ ଭାଗ ନେଇ ଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଭିଭାଷଣ ଶୁଣି ଅନେକ ଛାତ୍ରଛାତ୍ରୀ ନିଜର ପାଠ ପଢା ସହ ରାଷ୍ଟ୍ର ଗଠନରେ ପୂର୍ଣ୍ଣ ରୂପେ ସହଯୋଗ କରିବେ ବୋଲି କହିଛନ୍ତି।ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଉଦେଶ୍ୟ ଛାତ୍ରଛାତ୍ରୀ ମାନେ ନିଜର ପାଠପଢା ସହ ଚରିତ୍ର ଓ ରାଷ୍ଟ୍ର ନିର୍ମାଣ ପାଇଁ ନିରନ୍ତର ପ୍ରୟାସ କରିବା ଉଚିତ ଯାହାକି ଏହି ଅଧିବେଶନର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଅମିତ ଶାହ।
ଅଧିକ ପଢ଼ନ୍ତୁ ଦେଶ ଖବର: