ଦଶପଲା: ବସ୍-ବାଇକ୍ ମୁହାଁମୁହିଁ ଧକ୍କା ଯୋଗୁ 2ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ । ଗତକାଲି ମଧ୍ୟରାତ୍ରୀରେ ରଥ ଗାଁ ଠାରେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି ।
ଘରୋଇ ଯାତ୍ରୀବାହୀ ବସ୍ ‘ଦୀକ୍ଷିତ’ ସହ ଏକ ବାଇକ୍ର ଧକ୍କା ହୋଇଥିଲା । ଫଳରେ ଜଣେ ବାଇକ୍ ଚାଳକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା । ସେଠାରେ ଡ୍ରେସିଙ୍ଗ୍ ହେବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଉଭୟ ମଦ୍ୟପାନ କରିଥିବା ଜଣାପଡ଼ିଛି। ମୃତ ବାଇକ୍ ଆରୋହୀ ଦୁହେଁ ହେଉଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା କୁଟିବାରି ଗାଁର ବିଶ୍ୱଜିତ ପ୍ରଧାନ ଏବଂ କଳାହାଣ୍ଡି ଜିଲ୍ଲା ଜୟପାଟଣା ଅନ୍ତର୍ଗତ ବାନେର ଗାଁ’ର କୃଷ୍ଣ ନାୟକ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ବସ ଓ ବାଇକକୁ ଜବତ କରିବା ସହ ଛାନଭିନ କରୁଛି ।
