ବୈପାରିଗୁଡ଼ାରେ ନାହିଁ ସ୍ଥାୟୀ ବସଷ୍ଟାଣ୍ଡ !
ବ୍ରିଜ ଉପରୁ ଡେଇଁ ଯୁବତୀ ଆତ୍ମହତ୍ୟା, ମୃତ୍ୟୁର କାରଣ ଅସ୍ପଷ୍ଟ

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ବୁର୍ଲା କେନାଲ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବ୍ରିଜ ଉପରୁ ଡେଇଁ ଯୁବତୀ ମୃତ । ଯୁବତୀ ଜଣକ ବ୍ରିଜ ଉପରୁ ଡେଇଁ ପଡ଼ିଥିଲେ । ଖୋଜା ଖୋଜି କରିବା ପରେ ପ୍ରାୟ ଅଧ କିଲୋମିଟର ଦୂର ବିଷ୍ଣୁ ମନ୍ଦିର ପଡା ସ୍ମସାନ ଘାଟରୁ ଉଦ୍ଧାର କରାଗଲା ।

ଗୁରୁତ୍ୱର ଯୁବତୀକୁ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବତୀ ଜଣକ ବୁର୍ଲା ଗାନ୍ଧୀ ପଡାର ମଧୁ ବାରିକ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମଧୁ କେଉଁ କାରଣରୁ ବ୍ରିଜ ଉପରୁ ଡେଇଁ ପଡିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।
Download Argus News App
