ଢେଙ୍କାନାଳ: ଢେଙ୍କାନାଳ କାମାକ୍ଷାନଗରରେ ସେସୁ କର୍ମଚାରୀଙ୍କ ଘରୁ ଲୁଟ୍ । ସଶସ୍ତ୍ର ଡକାୟତମାନେ ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗରର ଜଣେ ସେସୁ କର୍ମଚାରୀଙ୍କ ଘରୁ ଲୁଟ କରିଛନ୍ତି । ଲୁଟେରାମାନେ ଦୁଇ ଲକ୍ଷ ଟଙ୍କା ସହ ୧୩ ଭରି ସୁନା ଲୁଟି ନେଇଛନ୍ତି ।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତ୍ରରେ ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ଜଣେ ସେସୁ କର୍ମଚାରୀଙ୍କ ଘରୁ ଲୁଟ ହୋଇଛି । କର୍ମଚାରୀଙ୍କ ପଣ୍ଡୁଆ ଛକସ୍ଥିତ ବାସଭବନରୁ ଅସ୍ତ୍ର ଦେଖାଇ ଲୁଟେରାମାନେ ଦୁଇ ଲକ୍ଷ ଟଙ୍କା ସହ ୧୩ ଭରି ସୁନା ଲୁଟି ନେଇଛନ୍ତି । ରାତିରେ ସମସ୍ତେ ଶୋଇଥିବା ବେଳେ ପାଞ୍ଚଜଣ ଦୁର୍ବୁତ୍ତ ଘରେ ପଶି ଲୁଟ୍ କରିଛନ୍ତି । ସେମାନେ ମୁଖାପିନ୍ଧି ଆସି ଲୁଟ କରିଥିବା ସେସୁ କର୍ମଚାରୀ କହିଛନ୍ତି । ଏନେଇ ସେ ତୁମୁସିଙ୍ଗା ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ କରୁଛି ।
