ରାୟଗଡା: ଗୁଣିଗାରେଡି ସନ୍ଦେହରେ ଡବଲ ମର୍ଡର । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଶୁକ୍ଲାଭଟା ଗ୍ରାମରେ । ଗତକାଲି ଗୁଣିଗାରେଡି ସନ୍ଧେହରେ ମକର ନାୟକଙ୍କୁ କରୁଣା ନାୟକ ଠେଙ୍ଗାରେ ପିଟିପିଟି ହତ୍ୟାକରି ଫେରି ଆସୁଥିବା ସମୟରେ ମକର ନାୟକଙ୍କ ଭାଇ ନକୁଳ ନାୟକ ପ୍ରତିଶୋଧ ପରାୟଣ ହୋଇ କରୁଣାକୁ ମଧ୍ୟ କୁରାଡିରେ ହତ୍ୟା କରିଥିଲେ। ଖବରପାଇ ଘଟଣା ସ୍ଥଳରେ ଅମ୍ବାଦଳା ପୋଲିସ ପହଞ୍ଚି ମୃତ ଶବ ଦୁଇଟିକୁ ଜବତ କରି ମୁନିଗୁଡା ସ୍ୟାସ୍ଥ୍ୟକେନ୍ଦ୍ରକୁ ଶବ ବ୍ୟବଛେଦ ପାଇଁ ପଠାଛି ।
ଘଟଣା ପୋଲିସ ହତ୍ୟାକାରି ନକୁଳ ନାୟକଙ୍କୁ ଅଟକରଖି ତଦନ୍ତ କରୁଛି । ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଠି ହେବାସହ ଭୟର ଆତଙ୍କ ଖେଳିଯାଇଛି । ମୃତକଙ୍କ ସମ୍ପର୍କୀୟ କହିବାନୁଯାୟୀ ଗୁଣିଗାରେଡି ସନ୍ଧେହରେ ହତ୍ୟା କରାଯାଇଅଛି ବୋଲି ସୂଚନା ମିଳିଛି ।
