ଅଧୁକ ପଢନ୍ତୁ ଓଡ଼ିଶା ଖବର
ସେପଟେ ବୈଠକ ବେଳେ ବସ ମାଲିକ ସଙ୍ଘ ମଧ୍ୟରେ ସୃଷ୍ଟି ହୋଇଛି ଫାଟ । ବୈଠକରୁ ହିଁ ଦୁଇ ଗୋଷ୍ଠୀରେ ପରିଣତ ହୋଇଛନ୍ତି ଘରୋଇ ବସ୍ ମାଲିକ ସଙ୍ଘ । ବାଲେଶ୍ବର ଜିଲ୍ଲା ଘରୋଇ ବସ୍ ମାଲିକ ସଙ୍ଘ ସରକାରଙ୍କ ସମର୍ଥନରେ ବାହାରି ଲକ୍ଷ୍ମୀ ଯୋଜନାକୁ ଭଲ ବୋଲି କହିବା ସହ ରାଜ୍ୟ ସଙ୍ଘର ନିଷ୍ପତ୍ତି କୁ ବିରୋଧ କରିଛି ।
ଘରୋଇ ବସ ମାଲିକ ସଂଘର ବିରୋଧ ଯୋଗୁ ପୂର୍ବ ଘୋଷଣା ମୁତାବକ ଅକ୍ଟୋବର ୨ରୁ କାର୍ଯ୍ୟକାରୀ କରିପାରି ନଥିଲେ ସରକାର । ପରେ 12 ତାରିଖରେ ମୁଖ୍ୟମନ୍ତ୍ରୀ ମାଲକାନଗିରିରୁ ଲଷ୍ମୀ ବସ ଚଳାଚଳର ଶୁଭାରମ୍ଭ କରିଥିଲେ । ମାତ୍ର ଗଜପତିରେ ଯୋଜନାର ଶୁଭାରମ୍ଭ ବେଳେ ହୋଇଥିଲା ଜୋରଦାର ବିରୋଧ । ସରକାର ବ୍ଲକ ହେଡକ୍ବାଟରରୁ ଜିଲ୍ଲା ହେଡକ୍ବାଟର ପର୍ଯ୍ୟନ୍ତ ବସ୍ ଚଳାଚଳକୁ ବନ୍ଦ ରଖିଛନ୍ତି ମାତ୍ର ମନ୍ତ୍ରୀଙ୍କ ଆଜିର ବୟାନ ପୁଣି ଥରେ ମାଲିକ ସଙ୍ଘର କଟା ଘାରେ ଚୂନ ବୋଳିବା ସଦୃଶ ହୋଇଛି ।