ଭୁବନେଶ୍ୱର: ଗତକାଲି ଭୋଟ୍ ଗଣତି ଶେଷ ହେବା ପରେ ଜାରି ରହିଛି ୨୦୧୯ ନିର୍ବାଚନ ଫଳାଫଳ ଘୋଷଣା । ଭୋଟ ଗଣତି ଶେଷ ହୋଇଥିବା ବେଳେ ଯାଞ୍ଚ ପରତାଳ ପରେ ବିଧିବିଧ ଭାବେ ଘୋଷଣା କରାଯିବା ନେଇ କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର । ଏନେଇ ଆଜି ସାମ୍ବାଦିକ ସମ୍ମିଳୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ବିଜେଡି ୧୨ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୮ଟି ଆସନରେ ଆଗରେ ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଅଛନ୍ତି ।ସୁରେନ୍ଦ୍ର କୁମାରଙ୍କ ସୂଚାନ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସ୍କା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରମିଳା ବିଶୋଇ ବିଜୟୀ ହୋଇଥିବା ବେଳେ ବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଆଗୁଆ ଅଛନ୍ତି । ତେବେ ଭୋଟ ଗଣତି ଶେଷ ହୋଇଥିଲେ ସୁଦ୍ଧା ଯାଞ୍ଚ ପରେ ତାଙ୍କୁ ବିଜୟୀ ଘୋଷଣା କରାଯିବ । ସେହିଭଳି ବରଗଡରେ ବିଜେପିର ସୁରେଶ ପୂଜାରୀ ବିଜୟୀ ଘୋଷିତ ହୋଇଛନ୍ତି । ବ୍ରହ୍ମପୁରରେ ଚନ୍ଦ୍ର ଶେଖର ସାହୁ ବର୍ତ୍ତମାନ ସୁଦ୍ଧା ଆଗରେ ଅଛନ୍ତି । ଭଦ୍ରକରେ ବିଜେଡି ଲୋକସଭା ପ୍ରାର୍ଥୀ ଶ୍ରୀମତି ମଂଜୁଲତା ମଣ୍ଡଳୀ ବିଜୟୀ ଥିବା ବେଳେ ଆଉ କିଛି ସମୟ ପରେ ଏନେଇ ବିଧିବଧ ଭାବେ ଘୋଷଣା କରାଯିବ । ଭୁବନେଶ୍ୱରରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ବିଜୟୀ ହୋଇଛନ୍ତି । ସେହିଭଳି ବଲାଙ୍ଗିରରେ ବିଜେପି ପ୍ରାର୍ଥୀ ସଂଗୀତା ସିଂହଦେଓ ବିଜୟୀ ହୋଇଥିବା ବେଳେ କଟକ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ବିଜୟୀ ହୋଇଛନ୍ତି ।
ଢେଙ୍କାନାଳ ଲୋକସଭା ଆସନରେ ମହେଶ ସାହୁଙ୍କର ଭୋଟ ଗଣତି ଶେଷ ହୋଇଥିବା ବେଳେ ଆଉ ମାତ୍ର କିଛି ସମୟ ପରେ ତାଙ୍କ ରେଜଲ୍ଟ ଘୋଷଣା କରାଯିବା ନେଇ ସୂଚନା ଦେଇଛନ୍ତି ସିଇଓ । ଜଗତସିଂହପୁର ନିର୍ବାଚନ ମଣ୍ଡଳିରେ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଆଗୁଆ ରହିଥିବା ବେଳେ ଆଉ କିଛି ସମୟ ପରେ ବିଜୟୀ ଘୋଷଣା କରାଯିବ । ସେହିଭଳି ଯାଜପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ବିଜୟୀ ଘୋଷଣା କରାଯାଇଛି । କଳାହାଣ୍ଡିରେ ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ଆଗୁଆ ଥିବା ବେଳେ ବିଜୟୀ ଘୋଷିତ ଆଉ କିଛି ସମୟ ପରେ କରାଯିବ । କନ୍ଧମାଳରେ ଅଚ୍ୟୁତ ସାମନ୍ତ ବିଜୟୀ ଘୋଷିତ ହୋଇଥିବା ବେଳେ କେନ୍ଦ୍ରାପଡାରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ବିଜୟୀ ଘୋଷିତ ହୋଇଛନ୍ତି ।
କେନ୍ଦୁଝର ଲୋକସଭା ମଣ୍ଡଳିରେ ବିଜେଡି ପ୍ରାର୍ଥୀନୀ ଚନ୍ଦ୍ରାଣୀ ମୁର୍ମୁ ଆଗୁଆ ଥିବା ବେଳେ ଆଉ କିଛି ସମୟରେ ପରେ ବିଜୟୀ ନେଇ ଘୋଷଣା ହେବ । କୋରାପୁଟରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା ବିଜୟୀ ହୋଇଛନ୍ତି । ମୟୁରଭଂଜରେ ବିଜେପି ପ୍ରାର୍ଥୀ ବିଶେଶ୍ୱର ଟୁଟୁ ଆଗୁଆ ଅଛନ୍ତି । ନବରଙ୍ଗପୁରରେ ବିଜେଡି ପ୍ରାର୍ଥୀ ରମେଶ ମାଝି ଆଗୁଆ ଅଛନ୍ତି । ପୁରୀରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ବିଜୟୀ ଘୋଷିତ ହୋଇଛନ୍ତି । ସେହିଭଳି ସମ୍ବଲପୁରରେ ବିଜେପି ପ୍ରାର୍ଥୀ ନିତିଶ ଗଙ୍ଗଦେବ ଆଗୁଆ ଅଛନ୍ତି । ସୁନ୍ଦରଗଡରେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ବିଜୟୀ ଘୋଷିତ ହୋଇଛନ୍ତି ।
ଅର୍ଗସ ବ୍ୟୁରୋ: ଜାଭେଲିନରେ ଭାରତର ଦମଦାର ପ୍ରଦର୍ଶନ । ପୁଣି ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା । ଚତୁର୍ଥ ଥ୍ରୋରେ 88.88 ମିଟର ଫିଙ୍ଗି ସ୍ବର୍ଣ୍ଣ ପଦକ ହାସଲ କଲେ ନୀରଜ । କିଶୋର ଜିତିଲେ ରୌପ୍ୟ ପଦକ । କିଶୋର ଜେନାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ । ଚତୁର୍ଥ ଥ୍ରୋରେ 87.54 ମିଟର ଫିଙ୍ଗିଲେ କିଶୋର । ଓଡ଼ିଶା ପାଇଁ ଗୌରବର ମୁହୂର୍ତ୍ତ । ଏହାସହ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି କିଶୋର ଜେନା ।
Historic GOLD & SILVER for India 🔥🔥🔥
Neeraj Chopra wins Gold & Kishore Jena wins Silver medal in Javelin Throw.
Neeraj with SB: 88.88m
Kishore with PB: 87.54m (Also qualifies for Paris Olympics. #AGwithIAS | #IndiaAtAsianGames #AsianGames2022 pic.twitter.com/CRxQN9ZxL0 — India_AllSports (@India_AllSports) October 4, 2023
ଆହୁରି ପଢନ୍ତୁ ଖେଳ ଖବର...
କଟକ : ଡ୍ରାଇଭର ଙ୍କୁ ମାଡ଼ ମାରି ୧ଲକ୍ଷ ୨୦ ହଜାର ଜରିମାନା ଗଣିଲେ ବାଲିଘାଟ ମାଲିକ। ସୋମବାର ଦିନ ନୂଆପାଟଣା ଗ୍ରାମର ଡ଼୍ରାଇଭର ପିତାମ୍ବର ନାୟକଙ୍କୁ ବିନା କାରଣ ରେ ବ୍ରହ୍ମପୁରା ବାଲିଘାଟ ନିକଟରେ ମାଡ଼ ହୋଇଥିଲା। ଡ୍ରାଇଭର ବ୍ରହ୍ମପୁରା ବାଲିଘାଟକୁ ବାଲି ଆଣିବା ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଏହାର ପ୍ରତିବାଦରେ ମଙ୍ଗଳବାର ବ୍ରହ୍ମପୁରା ବାଲିଘାଟ ନିକଟରେ ନରସିଂହପୁର ଡ୍ରାଇଭର ମହାସଂଘ ପକ୍ଷରୁ ଶହେରୁ ଉର୍ଦ୍ଧ୍ବ ଡ୍ରାଇଭର ବାଲିଘାଟ କୁ ବନ୍ଦ କରି ରଖିଥିଲେ।
ଅଧିକ ପଢନ୍ତୁ ଓଡିଶା ଖବର
ଆଜି ନିଜିଗଡ଼ ସ୍ଥିତ ଡ୍ରାଇଭର ସଙ୍ଘ ମୁଖ୍ୟ କାର୍ଯ୍ୟାଳୟରେ ବାଲିଘାଟ ପରିଚାଳକ, ମାଲିକ ଓ ଆହତ ଡ୍ରାଇଭରଙ୍କ ସହ ନରସିଂହପୁର ଡ୍ରାଇଭର ମହାସଙ୍ଘ ର ସଭାପତି, ଉପସଭାପତି ଙ୍କ ସମେତ ପଚାଶରୁ ଉର୍ଦ୍ଧ୍ବ ଡ୍ରାଇଭର ଏକଜୁଟ ହୋଇ ବାଲିଘାଟ ଉପରେ ୧ଲକ୍ଷ ୨୦ ହଜାର ଟଙ୍କାର ଜୋରିମାନା ଆଦାୟ ସହ ଭବିଷ୍ୟତରେ କୌଣସି ଡ୍ରାଇଭରଙ୍କୁ ଆକ୍ରମଣ ନ କରିବାକୁ ଉପଦେଶ ଦେଇଛନ୍ତି।
ଭୁବନେଶ୍ୱର: ଭଣ୍ଡ ତ୍ରିକାଳ ଦର୍ଷୀ ବାବା ଓ ମାତାଙ୍କ କଳା କାରନାମା । ଘର ଭାଙ୍ଗିଲେ ସମ୍ପତ୍ତି ଲୁଟିନେଲେ । ମହିଳାଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ । ପୂର୍ବରୁ ସ୍ୱାମୀକୁ ଗିରଫ କରିଥିଲା ଏବେ ସ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।
ଅଭିଯୋଗ ଅନୁସାରେ ଘରର ସମସ୍ୟା ଦୂର ପାଇଁ ନିଜକୁ ମାତା ବୋଲାଉଥିବା ରିନି ନାମକ ଜଣେ ମହିଳାଙ୍କୁ ଭେଟିଥିଲେ ଅଭିଯୋଗକାରୀ । ବିଭିନ୍ନ କଥା କହି ଅଭିଯୋଗକାରୀ ମହିଳାଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ ମାତା ରିନି । ଏପରିକି ପୂଜା କଲେ ସମସ୍ୟାର ସମାଧାନ ହେବ ତାହାର ବାଟ ବତାଇ 5 ଲକ୍ଷ ଟଙ୍କା ନେଇ ଯାଇଥିଲେ ।
ପରେ ମହିଳାଙ୍କୁ କିଛି ସୁଫଳ ନମିଳିବାରୁ ଠକେଇ ନେଇ ବଡଗଡ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ରିନି ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏବେ ଖୋଜା ଚାଲିଛି ପବନରେ ହୁକୁମ ଦେଉଥିବା ବାବା କେଉଁଠି ।
ଆହୁରି ପଢନ୍ତୁ ଅପରାଧ ଖବର...