ଭୁବନେଶ୍ୱର: ଆରମ୍ଭ ହୋଇଗଲାଣି ନିର୍ବାଚନୀ ପ୍ରଚାର । କିଏ, କଣ ମୁଦ୍ଦା ନେଇ ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ପ୍ରସ୍ତୁତ ହେଉଛି ବ୍ଲୁପ୍ଲିଣ୍ଟ । ତେବେ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ରୁ ନିଜର ପ୍ରଚାର ଆରମ୍ଭ କରିଛନ୍ତି । କେନ୍ଦ୍ରୀୟ ଅବହେଳାକୁ ମୁଖ୍ୟ ମୁଦ୍ଦା କରିବା ସହ ଶଙ୍ଖରେ ଭୋଟ ପାଇଁ ଲୋକଙ୍କୁ କହିଛନ୍ତି । ଏହାସହ ବିଜେପି ଉପରେ ବର୍ଷି ୨୧ରୁ ୨୧ଟା ଲୋକସଭାରେ ବାଜି ମାରିବେ ବୋଲି ମଧ୍ୟ ଦମ୍ଭୋକ୍ତି ଦେଖାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଅନ୍ୟପଟେ ନବୀନଙ୍କ ଦମ୍ଭୋକ୍ତିକୁ ପାଣିଚିଆ କରି ପକାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାୟାବତୀ, ମମତା ଓ ଚନ୍ଦ୍ରବାବୁଙ୍କ ପରି ଦୃଢ ନୁହେଁ ଦୁର୍ବଳ ସରକାର କେନ୍ଦ୍ରରେ ଚାହୁଁଛନ୍ତି ନବୀନ । ଓଡିଶାବାସୀ ମୋଦିଙ୍କ ନେତୃତ୍ୱରେ ଦୃଢ ସରକାର ଗଢିବା ପାଇଁ ୨୧ରୁ ୨୧ ଆସନ ବିଜେପିକୁ ଦେବେ ବୋଲି ନବୀନଙ୍କ ୨୧ରୁ ୨୧ ସାଂସଦ ଆସନ ଜିତିବା ନେଇ ଦାବୀ ପରେ କଡା ଜବାବ ରଖି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେ କହିଛନ୍ତି ଯେ ରାହୁଲ ଓ ନବୀନଙ୍କ ପରମର୍ଶଦାତା ସାମ୍ ପିଟ୍ରୋଡା । ଭାରତର ପାକିସ୍ତାନ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣକୁ ପିଟ୍ରୋଡା ବିରୋଧ କରିଥିଲେ । ଶହୀଦ ପରିବାରକୁ ନବୀନଙ୍କ ଗୁଣ୍ଡା ବିଧାୟକଙ୍କ ଅପମାନ ସତ୍ୱେ ନବୀନ ନୀରବ । ଏହା ଓଡିଶାବୀସୀଙ୍କୁ ଲଜ୍ଜିତ କରିଛି । କଂଗ୍ରେସ ଦେଶରେ ଦୁର୍ବଳ ସରକାର ଚାହୁଁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦେଶରେ ଦୁର୍ବଳ ସରକାର କେମିତି ଚାହିଁବେନି ? ତେଣୁ କଂଗ୍ରେସ ଲାଇନ୍ରେ ନବୀନ ମନ୍ତବ୍ୟ ଦେବା ସ୍ୱାଭାବିକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ରୁ ୨୧ଟି ଲୋକସଭାରେ ବିଜେଡି ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରୁଛନ୍ତି । ମାତ୍ର ଆଗାମୀ ନିର୍ବାଚନରେ ମୋଦିଙ୍କ ନେତୃତ୍ୱରେ ବିଜେପି ସମସ୍ତ ୨୧ରୁ ୨୧ଟି ଲୋକସଭା ଆସନ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ସେ କହିଛନ୍ତି ଯେ ମେ ମାସ ଶେଷ ସପ୍ତାହରେ ଜଣାପଡିବ କିଏ କେତେ ଆସନ ଜିତିବ ? ଓଡିଆ ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ଭଲ ପାଇଲେଣି । ୨୦୨୨ ସୁଦ୍ଧା ସମସ୍ତ ଗରିବଙ୍କୁ ପକ୍କା ଘର ମିଳିବାର ଭରସା ନରେନ୍ଦ୍ର ମୋଦିଙ୍କ ଉପରେ ଓଡିଆ ଲୋକଙ୍କର ରହିଛି । ବିଜେପି ହିଁ ସମସ୍ତ ୨୧ ଲୋକସଭା ଆସନ ଜିତିବ ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଜଣେ କୁହାଳିଆ ନେତା ଦୁଇ ଦିନ ତଳେ ଭାରତୀୟ ଜନତା ପାର୍ଟିର ଟିକେଟ୍ କୁଆଡେ ଗଲା ବୋଲି ପ୍ରଶ୍ନ କରୁଥିଲେ । ବିଜୁ ଜନତା ଦଳ ଟିକେଟ୍ ବାଂଟିନଥିଲେ ବିଜେପି ଟିକେଟ୍ ବାଂଟି ପାରିନଥାନ୍ତା ବୋଲି କହିଥିଲେ । ଯେ ପ୍ରାଇସ, ପ୍ରେଷ୍ଟିଜ୍, ପେନସେନ୍ ନାଁରେ ଓଡିଆ ଚାଷୀମାନଙ୍କ କାନ୍ଧ ଉପରେ ଛିଡା ହୋଇ ନେତା ହୋଇଥିଲେ କିନ୍ତୁ ନିଜ ସ୍ୱାର୍ଥ, ପ୍ରାଇସ ଓ ପେନସନ ପାଇଁ ବ୍ୟବସ୍ଥା କରିଥିଲେ,ସେ ଆଜି ଥଟ୍ଟା କରୁଛନ୍ତି । ଏବେ ବିଜେଡି ପ୍ରାର୍ଥୀ ଘୋଷଣା କରିବ ନାହିଁ ବୋଲି ଗଣମାଧ୍ୟମ କହୁଛି । ପ୍ରତିଦିନ ଅନେକ ନେତା ବିଜେଡି ଛାଡୁଥିବା ଗଣମାଧ୍ୟମରେ ପ୍ରକାଶ ପାଉଛି ବୋଲି ସେ କହିଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ବିଜେଡି ସାଂସଦ ଭର୍ତୃହରିଙ୍କୁ ଅର୍ଥ ସଂସଦୀୟ କମିଟିର ଅଧ୍ୟକ୍ଷ ପାଇଁ ସେ ମୋଦିଙ୍କ ଦୂତ ଭାବେ ଯୋଗାଯୋଗ କରିଥିଲେ ମଧ୍ୟ ବିଜେଡି ଏହାକୁ ପ୍ରତ୍ୟାଖାନ କରିଥିଲା । ବିଜେଡି ସାଂସଦମାନେ ସଂସଦରେ ଓଡିଶାର ସମସ୍ୟା କଥା ନଉଠାଇ ପ୍ରତିରକ୍ଷା ଦଲାଲ ମିଶେଲ ମାମାର ଭୋଜି ଖାଉଛନ୍ତି । ମିଶେଲ ମାମାର ଭୋଜି ଖାଉଥିବା ଦଳର ନାଁ ହେଲା ବିଜେଡି । ସେହିପରି ଓଡିଆ ଲୋକକୁ ରାଜ୍ୟସଭାରେ ଉପସଭାପତି ଦାୟିତ୍ୱ ମିଳିଥିଲା ।
ବିଜେଡି ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭାର ଉପସଭାପତି ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏ ନେଇ ପ୍ରସ୍ତାବରେ ସେ ମଧ୍ୟସ୍ଥି ସାଜିଥିଲେ ମଧ୍ୟ ଏହାକୁ ବିଜେଡି ଗ୍ରହଣ କରିନଥିଲା । ଓଡିଆ ଲୋକଙ୍କୁ ବଡ ପଦବୀକୁ ନବୀନ ପ୍ରତ୍ୟାଖାନ କରୁଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅରୁଣଖମ୍ଭ ପାଖରେ ଠିଆ ହୋଇ ଏହା ସତ କି ନାହିଁ କହିବାକୁ ନବୀନଙ୍କୁ ଆହ୍ୱାନ କରିଛନ୍ତି ଶ୍ରୀ ପ୍ରଧାନ । ସେହିପରି ୩୩ ପ୍ରତିଶତ ସ୍ଥାନ ମହିଳା ସଂରକ୍ଷଣ କଥା କହୁଥିବା ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଓଡିଶାର ମହିଳା ଦେଶରେ ସବୁଠୁ ଅସୁରକ୍ଷିତ ବୋଲି ସେ କହିଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡିଶାକୁ ସ୍ୱତନ୍ତ୍ର ମାନ୍ୟତା ପାହ୍ୟା ଦାବୀ କରି ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।୧୪ତମ ଅର୍ଥ କମିଶନର ସର୍ତ ଅନୁଯାୟୀ ସ୍ୱତନ୍ତ୍ର ପାହ୍ୟାରୁ ଓଡିଶା ଦୂରେଇ ଗଲା ବୋଲି ସେ କହିଛନ୍ତି । ମୋଦିଙ୍କ ଲୋକପ୍ରିୟତା କାରଣରୁ ରାଜ୍ୟରେ କେନ୍ଦ୍ର ଯୋଜନା ଲାଗୁ ହେଉନାହିଁ । ନବୀନ ସରକାର କେଉଁ ଭଳି ଦୃଢ ସରକାର ଚାହୁଁଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ଧର୍ମନ୍ଦ୍ର ପ୍ରଧାନ କହିଛନ୍ତି ଯେ କାଳିଆ ଯୋଜନାରେ ଅନେକ ଚାଷୀଙ୍କୁ ଲାଭ ମିଳିିଥିବା ମୁଖ୍ୟମନ୍ତ୍ରୀ କହୁଥିବା ବେଳେ ସର୍ବସାଧାରଣରେ ଏହାର ତାଲିକା ପ୍ରକାଶ କରନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି । ବିଜେଡିର କ୍ୟାବିନେଟ ମନ୍ତ୍ରୀ, ବିଧାୟକ, ସରକାରୀ ଅଧିକାରୀ ଏହି ଯୋଜନାର ହିତାଧିକାରୀ ଅଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । ବିଫଳ, ଦୁର୍ନୀତିଗ୍ରସ୍ତ, ସମ୍ବେଦନହୀନ ଓ ଭ୍ରଷ୍ଟାଚାର ସରକାର ଚଲେଇଥିବା କାରଣରୁ ନବୀନ ବାବୁଙ୍କୁ ଡବଲ ଇଞ୍ଜିନ ସରକାର ପସନ୍ଦ ଆସୁନାହିଁ । ଓଡିଶାର ବିକାଶକୁ ଚରମ ସୀମାରେ ପହଂଚେଇବାକୁ ମୋଦି ସରକାରଙ୍କ ଚେଷ୍ଟା କାରଣରୁ ନବୀନ ବାବୁଙ୍କ ପେଟରେ ପୀଡା ହେଲାଣି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆଜି ପୂର୍ବତନ ସିଆର୍ପିଏଫ୍ ଡିଜି ପ୍ରକାଶ ମିଶ୍ର, ପୂର୍ବତନ ବିଧାୟକ ବୃନ୍ଦାବନ ମାଝି ଓ ଦେବୀ ଚାନ୍ଦଙ୍କ ସମେତ ଅନେକ ଲୋକ ବିଜେପିରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ଉପରେ ବିଶ୍ୱାସ ରଖି ଦଳରେ ଯୋଗଦେଉଥିବା ବେଳେ ସମସ୍ତଙ୍କ ଯୋଗଦାନ ଓଡିଶାରେ ଭାରତୀୟ ଜନତା ପାର୍ଟିକୁ ଦୃଢ କରିବା ସହ ଓଡିଶାର ରାଜନୀତିକୁ ପ୍ରଭାବିତ କରିବ । ସେହିପରି ପୂର୍ବତନ ଡିଜି ପ୍ରକାଶ ମିଶ୍ରଙ୍କ ଯୋଗଦାନ ବହୁ ଚୋରଙ୍କ ନିଦ ହଜାଇବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଅର୍ଗସ ବ୍ୟୁରୋ : ଭାରତର ରୋମାଞ୍ଚକର ବିଜୟ, ପ୍ରଥମ ଦିନିକିଆରେ ବାଜିମାତ୍ । ଅଷ୍ଟ୍ରେଲିଆକୁ ୫ ୱିକେଟ୍ରେ ହରାଇଲା ଭାରତ । ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ୧-୦ରେ ଆଗୁଆ ।
ଅଧିକ ପଢନ୍ତୁ : ଶାମିଙ୍କୁ ୫ ୱିକେଟ, ୨୭୬ ରନରେ ଅଲଆଉଟ ହେଲା ଅଷ୍ଟ୍ରେଲିଆ
କେ.ଏଲ୍. ରାହୁଲଙ୍କ ଅଧିନାୟକତ୍ଵରେ ଭାରତର ଦମ୍ଦାର ବିଜୟ । ଓପନିଂ ଯୋଡ଼ିରେ ୧୪୨ ରନ୍ କଲେ ଋତୁରାଜ ଓ ଶୁବମନ୍ । ଶୁବମନ୍ ୭୪, ଋତୁରାଜ ୭୧, ରାହୁଲ ୫୮, ସୂର୍ଯ୍ୟକୁମାରଙ୍କ ୫୦ ରନ୍ ସଂଗ୍ରହ କରିଥିଲେ ।
ଅର୍ଗସ ବ୍ୟୁରୋ : ପୁଣି ବଢ଼ିଲା ଲାଲୁ ପରିବାରର ସମସ୍ୟା । ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ, ରାବ୍ରି ଓ ତେଦସ୍ବୀଙ୍କୁ ଜାରି ହୋଇଛି କୋର୍ଟ ସମନ । ଦୁର୍ନୀତି ମାମଲାରେ ଲାଲୁପ୍ରସାଦ ଯାଦବ, ପତ୍ନୀ ରାବ୍ରି ଦେବୀଙ୍କ ସହ ପୁଅ ତେଜସ୍ବୀ ଯାଦବଙ୍କ ଅକ୍ଟୋବର ୪ ତାରିଖରେ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଜାରି ହୋଇଛି ।
ଅଧିକ ପଢନ୍ତୁ ଭାରତ ଖବର
ମାମଲାରେ ସିବିଆଇ ଗତ ୨୧ ତାରିଖରେ ଦ୍ବିତୀୟ ଚାର୍ଜସିଟ ଦାଖଲ କରିବା ପରେ ସମସ୍ତ ୧୭ ଅଭିଯୁକ୍ତଙ୍କୁ ସମନ ଜାରି ହୋଇଛି । ଲାଲୁ ପ୍ରସାଦ ରେଳମନ୍ତ୍ରୀ ଥିବାବେଳେ ବିଭାଗ ଗ୍ରେଡ ଫୋର ପଦବୀରେ ବେଆଇନ ଭାବେ ବହୁ ସଂଖ୍ୟାରେ ଯୁବକଙ୍କୁ ନିଯୁକ୍ତି ଦେଇଥିଲେ । ଏଥିପାଇଁ ଚାକିରି ଆଶାୟୀ ଲାଲୁଙ୍କ ପରିବାର ଲୋକଙ୍କ ନାମରେ ଜମି ରେଜିଷ୍ଟ୍ରି କରିବା ପରେ ଚାକିରିରେ ଯୋଗ ଦେଇଥିବା ଅଭିଯୋଗ ହୋଇଥିଲା ।
ନୂଆଦିଲ୍ଲୀ: 14 ଦିନ ପରେ ଚନ୍ଦ୍ରପୃଷ୍ଠରେ ଏବେ ଦିନ ହୋଇଛି। ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁର ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟକିରଣ ପଡ଼ିଛି। ଫଳରେ ପୁଣି ଉଜ୍ଜୀବିତ ହୋଇଛି ଭାରତର ଚନ୍ଦ୍ରଯାନ ଅଭିଯାନ ସମ୍ପର୍କିତ ଉତ୍କଣ୍ଠା। ସ୍ଲିପ୍ ମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଜାଗ୍ରତ ହେବେ ବୋଲି ଆଶା ରଖିଛନ୍ତି ବୈଜ୍ଞାନିକ। ଏଥିପାଇଁ ଆଉ କିଛି ଘଣ୍ଟା ପରେ ଇସ୍ରୋ ପ୍ରୟାସ ଆରମ୍ଭ କରିବ। ସୁପ୍ତ ହୋଇ ପଡି ରହିଥିବା ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସତେଜ ହେବା ଆଶା ଉଜ୍ଜୀବିତ ହୋଇଛି । କାରଣ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପଡିଛି ସୂର୍ଯ୍ୟକିରଣ। ଯାହାଦ୍ବାରା ଧିରେ ଧିରେ ସୋଲାର ପ୍ୟାନେଲ୍ ଚାର୍ଜ ହେବ। ସ୍ଲିପ୍ ମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଜାଗ୍ରତ ହେବେ ବୋଲି ଆଶା ରଖିଛନ୍ତି ବୈଜ୍ଞାନିକ। ଯଦି ଉଭୟ ବିକ୍ରମ ଓ ପ୍ରଜ୍ଞାନକୁ ଜାଗ୍ରତ କରିବାରେ ଇସ୍ରୋ ସଫଳ ହୁଏ ତେବେ ଇସ୍ରୋର ବିଜ୍ଞାନ କାରିଗରୀର ଉତ୍କର୍ଷତା ପୁଣି ପ୍ରତିପାଦିତ ହେବ ।
ଇସ୍ରୋର ଚନ୍ଦ୍ର ଅଭିଯାନର ଅନ୍ତ ହେବ ନା ସ୍ଲିପମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଜାଗ୍ରତ ହେବେ? ଏହାକୁ ନେଇ ଜାରି ରହିଛି ସସପେନ୍ସ। କାରଣ ବୈଜ୍ଞାନିକଙ୍କ ମତରେ ଯଦି ଭାଗ୍ୟ ସାଥ୍ ଦେବ ତାହେଲେ ଜାଗ୍ରତ ହେବେ ବିକ୍ରମ ଓ ପ୍ରଜ୍ଞାନ। କାରଣ ଚନ୍ଦ୍ରର ଦକ୍ଷିଣ ମେରୁରେ ସ୍ଲିପ ମୋଡରେ ରହିଛନ୍ତି ବିକ୍ରମ ଓ ପ୍ରଜ୍ଞାନ। ଇସ୍ରୋ ପକ୍ଷରୁ ଏହି ରୋଭର ଓ ଲ୍ୟାଣ୍ଡର ସେପ୍ଟେମ୍ବର ୨ ଓ ୪ ତାରିଖରେ ପୂରା ଚାର୍ଜ କରିବା ପରେ ସ୍ଲିପ୍ ମୋଡରେ ରଖାଯାଇଥିଲା। କାରଣ ଚନ୍ଦ୍ରରେ ରାତ୍ରୀକାଳ ଆରମ୍ଭ ହୋଇଯାଇଥିଲା। ଆଉ ଏହି ସମୟରେ ତାପମାତ୍ର ମାଇନସ୍ ୧୨୦ ଡିଗ୍ରୀରୁ ମାଇନସ୍ ୨୦୦ ଡିଗ୍ରୀ ପର୍ଯ୍ୟନ୍ତ ଚାଲିଯାଇଥାଏ। ତେଣୁ ଏହି ପ୍ରବଳ ଥଣ୍ଡାରେ ଇଲେକ୍ଟ୍ରୋନିକ୍ସ ଉପକରଣ ପ୍ରଭାବିତ ହେବାର ଆଶଙ୍କା ରହିଛି। ଯଦି ସ ବୁକିଛି ଠିକ୍ ଥାଏ ତେବେ ଏହା ପୁନଃ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ଅଧିକ। ଭାରତୀୟ ସମୟ ଅନୁସାରେ ୨୦ ସେପ୍ଟେମ୍ବର ସଂଧ୍ୟାରେ ସେଠାରେ ସୂର୍ଯ୍ୟକିରଣ ପଡିଛି। ଆସନ୍ତାକାଲି ସେମାନଙ୍କୁ ଜାଗ୍ରତ କରିବା ଲାଗି ପ୍ରୟାସ ଆରମ୍ଭ କରିବ ଇସ୍ରୋ। ଯଦି ସଫଳ ହୁଏ ତେବେ ଚନ୍ଦ୍ରପୃଷ୍ଠରୁ ଆହୁରି ଅଧିକ ତଥ୍ୟ ଇସ୍ରୋ ସଂଗ୍ରହ କରିବାରେ ସକ୍ଷମ ହେବ।
ଅଧିକ ପଢନ୍ତୁ ଭାରତ ଖବର