
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନର ସରକାର ଗଢିବାକୁ ପ୍ରୟାସ ଜାରି ରଖିଛି ଓ ଜନତାଙ୍କୁ ଆହ୍ୱାନ ଦେଉଛି । ତେବେ ବିଜେପି ଓ ମୋଦିଙ୍କ ଡବଲ ଇଞ୍ଜିନ୍ ନାରାକୁ ଖୋଲାଖୋଲି ସାମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ବିଜେପିର ମେନ୍ ଇଞ୍ଜିନ୍ ଲାଇନ୍ଚ୍ୟୁତ ହେବ ବୋଲି ମଧ୍ୟ ନବୀନ କହିଛନ୍ତି । ତେବେ ଏହାର ଜବାବ୍ ଦେଇଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।
ଲେଖାଶ୍ରୀ କହିଛନ୍ତି, ଫେସବୁକ୍ ଲାଇଭ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ବିଜେଡିର ଇଞ୍ଜିନ୍ ଦଦରା ଇଞ୍ଜିନ୍ । ଏହି ଦଦରା ଇଞ୍ଜିନ୍କୁ ଏକ ତାମିଲ୍ ଇଞ୍ଜିନ୍ ଠେଲୁଛନ୍ତି । ତେଣୁ ଏହି ଇଞ୍ଜିନ୍ ଉପରେ ଏବେ ଆଉ ଓଡ଼ିଆଙ୍କ ଭରଷା ନାହିଁ । ତେଣୁ ସାଢେ 4 କୋଟି ଓଡ଼ିଆ ଏବେ ଦିଲ୍ଲୀ ଓ ଓଡ଼ିଶାରେ ମୋଦିଙ୍କ ଡବଲ ଇଞ୍ଜିନ୍ ଲଗାଇବାକୁ ପ୍ରସ୍ତୁତ ହେଲେଣି ବୋଲି ଲେଖାଶ୍ରୀ କହିଛନ୍ତି ।
ଓଡ଼ିଶାକୁ ଲୁଟିବାକୁ କିଛି ଅଣଓଡ଼ିଆ ଅଫିସର ମୁଖ୍ୟ ପୁରୋଧା ସାଜିଥିବା କହିଛନ୍ତି ଲେଖାଶ୍ରୀ । ସେହିପରି ଖଣି ଦୁର୍ନୀତି, ଚିଟ୍ଫଣ୍ଡ୍ ଦୁର୍ନୀତିର ଅଭିଯୋଗ ଆଣି ସେ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।

