ଭୁବନେଶ୍ୱର: ଦୁଇ ଦିନ ପରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ପ୍ରଚାର ମୈଦାନରେ ସମସ୍ତ ଦଳର ହେଭିୱେଟ । ଶେଷ ପର୍ଯ୍ୟୟ ନିର୍ବାଚନ ପାଇଁ ପ୍ରଚାର ଗୋଟିଏ ଦିନ ମଧ୍ୟରେ ସରିବାକୁ ଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟ ପ୍ରସଙ୍ଗକୁ ଆସିପାରିଲେ ନାହିଁ । କେବଳ କେନ୍ଦ୍ରୀୟ ଅବହେଳା ଏବଂ ମୋଦି ବିରୋଧୀ ମନ୍ତ୍ରରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ନବୀନ । ଦୀର୍ଘ ୧୯ ବର୍ଷର ଉପଲବ୍ଧି ବିଷୟରେ ନକହି କେବଳ କେନ୍ଦ୍ରୀୟ ଅବହେଳାକୁ ମୁଦ୍ଦା କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କିମ୍ବୁତ କିମ୍ବାକାର କଥା କହି ଓଡିଆ ଲୋକଙ୍କର ବୌଦ୍ଧିକ କ୍ଷମତାକୁ ମୁଖ୍ୟମନ୍ତ୍ରୀ ହେୟଜ୍ଞାନ କରୁଥିବା ସାମାଜିକ ଗଣମାଧ୍ୟମରେ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଏହାସହ ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ ୩୦ ଦିନରୁ ଅଧିକ ନିର୍ବାଚନ ପ୍ରଚାର ଆରମ୍ଭ କରିଥିବା ବେଳେ ପ୍ରଚାର ଶେଷ ହେବାକୁ ବସିଲାଣି । ମାତ୍ର ଏଯର୍ପ୍ୟନ୍ତ କେଉଁ ପ୍ରସଙ୍ଗ ଉପରେ ବିଜେଡି ନିର୍ବାଚନ ଲଢୁଛି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲୁନଥିବା ବେଳେ କେବଳ ନରେନ୍ଦ୍ର ମୋଦିଙ୍କୁ ଗାଳି ଦେବା, ତାଙ୍କ ପ୍ରତି ଅସ୍ୱୀୟା ଭାବ ପ୍ରକାଶ କରିବା ଏବଂ କେନ୍ଦ୍ରୀୟ ଅବହେଳା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାରର ପ୍ରସଙ୍ଗ ହୋଇଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯ ବର୍ଷର ଦୀର୍ଘ ଶାସନ ତଥା ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ରହିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ କଲେ ତାହାକୁ ଓଡିଆ ଲୋକଙ୍କ ଆଗରେ ଉପସ୍ଥାପିତ କରିବାକୁ ତାଙ୍କର ସତସାହାସ ଓ ନୈତିକତା ନାହିଁ । ମୁଖ୍ୟମନ୍ତ୍ରୀ କେବଳ ମନଗଢା କଥା କହି, କିମ୍ବୁତ କିମ୍ବାକାର କଥା କହି ଏକ ସମାଜ ଆଗରେ ଓଡିଆ ଲୋକଙ୍କର ବୌଦ୍ଧିକ କ୍ଷମତାକୁ ହେୟଜ୍ଞାନ କରୁଛନ୍ତି । ଦଳେ ନକଲି ଓଡିଆଙ୍କ ପରାମର୍ଶରେ ଓଡିଆ ଲୋକଙ୍କୁ କିଛି ବି କହି ପାର୍ ହୋଇଯିବା କଥା ମୁଖ୍ୟମନ୍ତ୍ରୀ ଭାବୁଛନ୍ତି । ମୁଖ୍ୟମନ୍ତ୍ରୀ ମିଛ ତଥ୍ୟର ସୌଦାଗର । ମିଛୁଆ ରାଧୁଆ ଗପ ଭଳି ନବୀନ ବାବୁଙ୍କ ବାରମ୍ବାର ମିଛ କହୁଛନ୍ତି । ଓଡିଆ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ମିଛ ଜାଣିସାରିଲେଣି ଓ ତାଙ୍କ ସାଙ୍ଗରେ ଆଉ ଠିଆ ହେବେ ନାହିଁ ବୋଲି ସେ କହିଛନ୍ତିା
ପ୍ରଚାର ସରିବାକୁ ବସିଲା ମାତ୍ର ମୋଦିଙ୍କ ବିରୋଧ ଛଡା କେଉଁ ପ୍ରସଙ୍ଗରେ ବିଜେଡି ନିର୍ବାଚନ ଲଢୁଛି ସ୍ପଷ୍ଟ କଲେନି ନବୀନ ବାବୁ । କିମ୍ବୁତ କିମ୍ବାକାର କଥା କହି ଓଡିଆ ଲୋକଙ୍କର ବୌଦ୍ଧିକ କ୍ଷମତାକୁ ହେୟଜ୍ଞାନ କରୁଛନ୍ତି ମୁଖ୍ୟମନ୍ତ୍ରୀ । pic.twitter.com/ldklz6gZ79
— Chowkidar Dharmendra Pradhan (@dpradhanbjp) April 26, 2019
ଶ୍ରୀ ପ୍ରଧାନ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଓଡିଶାକୁ ନିର୍ବାଚନ ପ୍ରଚାରରେ ଆସୁଛନ୍ତି । ଯେଉଁଠି ଖଣି ମାଫିଆ ଓ ସାମ ପିଟ୍ରୋଡାଙ୍କ ଭଳି ଅନ୍ତରାଷ୍ଟ୍ରୀୟ ମଧ୍ୟସ୍ଥି ତାର ଯୋଡାହୋଇ ଅଛି ସେ ଜାଗାକୁ ରାହୁଲ ଗାନ୍ଧି ପ୍ରଚାର କରିବାକୁ ଆସୁଛନ୍ତି । ଏଥିରୁ ନିର୍ବାଚନ ଶେଷ ପର୍ଯ୍ୟାୟରେ ରାହୁଲ ଗାନ୍ଧି ବିଜେଡି ଓ କଂଗ୍ରେସର ମିଳିତ ଖଣି ଚୋରୀ ଓ ସାମ ପିଟ୍ରୋଡାଙ୍କ ପରି ଅନ୍ତରାଷ୍ଟ୍ରୀୟ ମଧ୍ୟସ୍ଥି ସମ୍ପର୍କର ଆଧାର ସ୍ପଷ୍ଟ କରିଛନ୍ତି ବୋଲି କହିବା ସହ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଭାବେ ବିଜେଡି ଓ କଂଗ୍ରେସ ନିର୍ବାଚନ ଲଢୁଛନ୍ତି, ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି । ଏହାଠୁ ବଡ ପ୍ରମାଣ କଣ ହୋଇପାରେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଦେଶରେ ଅସ୍ଥିର ସରକାର ହେବ ବୋଲି ମୁଖ୍ୟମନ୍ତ୍ରୀ ଭବିଷ୍ୟତବାଣୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏପ୍ରକାର ଭବିଷ୍ୟତବାଣୀ ୨୦୧୪ରେ କରିଥିଲେ ମଧ୍ୟ ଭାରତର ପରିପକ୍ୱ ଗଣତନ୍ତ୍ର ନରେନ୍ଦ୍ର ମୋଦିଙ୍କୁ ବଡ ଦାୟିତ୍ୱ ଓ ଅଧିକାର ଦେଲା । ଚଳିତ ଥର ମୋଦି ପୂର୍ବପେକ୍ଷା ଆହୁରି ଅଧିକ ବଡ ଦାୟିତ୍ୱ ମିଳିବ । ବିଶେଷ କରି ମୋଦିଙ୍କ ଉପରେ ଜନ ଆଶୀର୍ବାଦରେ ଓଡିଶାର ଭୂମିକା ରହିବ । ତିନୋଟି ନିର୍ବାଚନ ପର୍ଯ୍ୟାୟରେ ଓଡିଶାର ୩ କୋଟି ୨୪ ଲକ୍ଷ ଲୋକ ନରେନ୍ଦ୍ର ମୋଦିଙ୍କୁ ଆଶୀର୍ବାଦ କରୁିଥିବା ବେଳେ ଶେଷ ବା ଚତୁର୍ଥ ପର୍ଯ୍ୟୟ ନିର୍ବାଚନରେ ମଧ୍ୟ ଓଡିଆ ଲୋକମାନେ ନରେନ୍ଦ୍ର ମୋଦିଙ୍କ ସହ ଯିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶେଷତଃ କେନ୍ଦ୍ରାପଡା ଓ ବାଲେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅଭୁତପୂର୍ବ ଜନସମର୍ଥନ ଦେଖାଯାଇଛି । ଓଡିଆ ଲୋକମାନେ ଏଥର ନରେନ୍ଦ୍ର ମୋଦିଙ୍କୁ ଆଶୀର୍ବାଦ କରି ଓଡିଶାରେ ଡବଲ ଇଞ୍ଜିନର ସରକାର କରିବେ । ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ନରେନ୍ଦ୍ର ମୋଦିଙ୍କୁ ଓଡିଆ ଲୋକମାନେ ଚତୁର୍ଥ ପର୍ଯ୍ୟାୟରେ ଜନ ଆଶୀର୍ବାଦ କରିବେ । ଓଡିଶାରେ ମୋଦିଙ୍କ ନେତୃତ୍ୱରେ ବିଜେପିର ବିପୁଳ ବିଜୟ ଲୋକସଭା ଓ ବିଧାନସଭାରେ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
