ଭୁବନେଶ୍ୱର: ବାତ୍ୟା ଫୋନିର ତାଣ୍ଡବ ପରେ ସବୁକିଛି ସ୍ୱାଭାବିକ ହେବାକୁ ଚାଲିଛି ପ୍ରାଣମୂର୍ଚ୍ଛା କସରତ । ଏହାରି ଭିତରେ ବିଭିନ୍ନ ପରୀକ୍ଷା ହେବାକୁ ଥିବା ବେଳେ ଛାତ୍ରଛାତ୍ରୀ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଫୋନି ପ୍ରଭାବରେ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହୋଇଥିବାରୁ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିବା କଷ୍ଟସାଧ୍ୟ ହେଉଛି ।
ତେଣୁ ନିକଟରେ ଜେଇଇ ଆଡଭାନ୍ସଡ୍ର ରେଜିଷ୍ଟ୍ରେସନ ତାରିଖ ଘୁଞ୍ଚାଇ ଦିଆଯାଇଛି । ଏହାସହ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ(ଏସସିଟିଇଆଣ୍ଡଭିଟି) ପକ୍ଷରୁ ଆୟୋଜିତ ସମସ୍ତ ପ୍ରକାରର ଡିପ୍ଲୋମା ପରୀକ୍ଷାକୁ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି ।
‘ଫୋନି’ ବାତ୍ୟା ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଛି ଓ ମେ’ ୨୦ତାରିଖରୁ ଏସବୁ ପରୀକ୍ଷା ହେବ ବୋଲି ଆଜି ଏସସିଟିଇଆଣ୍ଡଭିଟି ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରୁ ଜଣାପଡ଼ିଛି । ଫୋନି ବାତ୍ୟାକୁ ଦୃଷ୍ଟିରେ ରଖି ପରୀକ୍ଷା ନିୟନ୍ତ୍ରକ ମେ’ ୨,୩ ଓ ୪ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିଥିଲେ ।
