ରାଜ୍ୟରେ ଚଳିତ ବର୍ଷ ଖରିଫ ସିଜନ ପାଇଁ ରେକର୍ଡ 16 ଲକ୍ଷ 60 ହଜାର 71 ଜଣ ଚାଷୀ ପଞ୍ଜିକୃତ କରିଥିବା ବେଳେ ଖରିଫ ସିଜନ ଆଉ ମାତ୍ର ୭ ଦିନ ବାକି ଅଛି । ଏବେ ବି ରାଜ୍ୟର 1 ଲକ୍ଷ 67 ହଜାର 303 ଜଣ ପଞ୍ଜିକୃତ ଚାଷୀ ଧାନ ବିକ୍ରି କରି ପାରିନାହାନ୍ତି । ସେହିଭଳି 2020-21 ଖରିଫ ସିଜନରେ 2 ଲକ୍ଷ 81 ହଜାର 369 ଜଣ ପଞ୍ଜିକୃତ ଚାଷୀ ଏବଂ 2021-22 ସିଜନ ରେ 2 ଲକ୍ଷ 50 ହଜାର 667 ଜଣ ପଞ୍ଜିକୃତ ଚାଷୀ ଧାନ ବିକ୍ରି ରୁ ବଞ୍ଚିତ ହୋଇଥିଲେ ।
ତେବେ ରାଜ୍ୟ ସରକାରଙ୍କ ପୁରୁଣା ଟ୍ରାକ ରେକର୍ଡ ଭଲ ନଥିବା ବେଳେ ଚଳିତ ବର୍ଷ ସମସ୍ତ ପଞ୍ଜିକୃତ ଚାଷୀ ଧାନ ବିକ୍ରି କରିପାରିବେ କି ନାହିଁ ବୋଲି ଏବେ ପ୍ରଶ୍ନ ଉଠିଛି । ଅନ୍ୟପଟେ ବିଧାନସଭା ର ତଥ୍ୟ ରୁ ଖୋଲିଛି ରାଜ୍ୟ ସରକାରଙ୍କ ପୋଲ । ଦେଖନ୍ତୁ 2014-15 ରୁ 2021-22 ଖରିଫ ସିଜନ ର ତଥ୍ୟ । ଗତ 8 ବର୍ଷ ଧରି ରାଜ୍ୟ ସରକାର ମୋଟ ଉତ୍ପାଦନ ର 50% କମ ଧାନ ଚାଷୀ ଙ୍କ ଠାରୁ ସଂଗ୍ରହ କରିଛନ୍ତି ।ଅନ୍ୟପଟେ ଚଳିତ ଖରିଫ ସିଜନ ରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳୁଛି ।
ଅଧିକ ପଢନ୍ତୁ : ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନାମରେ ଅଭିଯୋଗ ଆଣିଲା ଝାରସୁଗୁଡ଼ା ଜିଲ୍ଲା ବିଜେପି
ଏ ହେଉଛି କୃଷି ବିଭାଗ ର ତଥ୍ୟ। ରାଜ୍ୟରେ ଚଳିତ ଖରିଫ ସିଜନ ରେ 140.25 ଲକ୍ଷ ମେଟ୍ରିକ ଟନ୍ ରୁ ଉର୍ଦ୍ଧ୍ବ ଧାନ ଉତ୍ପାଦନ ହୋଇଥିବା ବେଳେ ଏବେ ସୁଦ୍ଧା ମାତ୍ର 65.19 ଲକ୍ଷ ମାଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି । ଚଳିତ ଖରିଫ ସିଜନ ରେ ଧାନ ସଂଗ୍ରହ ପାଇଁ ହାତରେ ଆଉ ୭ ଦିନ ଥିବା ବେଳେ ଉତ୍ପାଦନର ମାତ୍ର 46.42% ଧାନ ସଂଗ୍ରହ କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ଚାଷୀ ଓ ଚାଷୀନେତା ।