
ଯାଜପୁର: ଅଳ୍ପ କିଛିଦିନ ବ୍ୟବଧାନରେ ଜିଲ୍ଲା ପ୍ରଶାସନ କୋମଳମତି ନାବାଳିକାଙ୍କ ପାଇଁ ଆରମ୍ଭ ହୋଇଥିଲା ପରି ରଥ । ସେମାନେ କିପରି କୌଣସି ପ୍ରକାର ନିର୍ଯ୍ୟାତନାର ଶିକାର ନହେବେ, ସେମାନଙ୍କର ଭବିଷ୍ୟତ କିପରି ଆଲୋକମୟ ହେବ ସେଥିପାଇଁ ରାଜ୍ୟ ସରକାରଙ୍କର ପରୀ ଯୋଜନାକୁ ଜିଲ୍ଲାର ପ୍ରତ୍ୟେକ ସ୍ଥାନରେ କରାଯାଇଥିଲା । ପରିରଥ ବୁଲାଇବା ସହ ବିଭିନ୍ନ ଲୋକକଳା ମାଧ୍ୟମରେ ପ୍ରଚାର ଓ ପ୍ରସାର କରିଥିଲେ । ହେଲେ ଏହି ଯୋଜନା କେତେଦୂର ସଫଳ ହୋଇଛି ତାହାର ସ୍ପଷ୍ଟ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଜାରପୁର ବ୍ଲକର ରୁଦ୍ର ପୁର ଗାଁରେ । ଏଠାରେ ଖୋଦ ବାପା ବନିଛି ସଇତାନ । ଭୁଲିଯାଇଛି ବାପ ଝିଅର ପବିତ୍ର ସମ୍ପର୍କକୁ । ସଇତାନ ବାପ ନାମରେ ନିଜର ଚଉଦ ବର୍ଷ ନାବାଳିକା ଝିଅର ଇଜ୍ଜତ ସହ ବାରମ୍ବାର ଖେଳ ଖେଳିବାର ସଙ୍ଗିନ ଅଭିଯୋଗ ଆଣିଛି ପୀଡ଼ିତା ।
ବିଞ୍ଝାରପୁର ଥାନା ଅନ୍ତର୍ଗତ ରୁଦ୍ରପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଯାହାକୁ ନେଇ ସାରା ଜିଲ୍ଲାରେ ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି । ୧୪ ବର୍ଷର ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମ କରିବା ସହ ଶାରୀରିକ ନିର୍ଯ୍ୟାତନା ଦେବାର ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ପୀଡ଼ିତା । ଏହା ପୁଣି ଆଜି କିମ୍ବା କାଲିର ଘଟଣା ନୁହଁ । ଦୀର୍ଘ ୬ ମାସ ଧରି ଅଭିଯୁକ୍ତ ବାପା ପୀଡ଼ିତାକୁ ଦେଇଚାଲିଛି ଏପରି ନିର୍ଯ୍ୟାତନା । ଏଥିପାଇଁ ଗ୍ରାମରେ ମଧ୍ୟ ଅନେକ ଥର ନ୍ୟାୟ ନିଶାବ ବସିସାରିଛି । ହେଲେ ଫଳ ସୁନ, ସଇତାନ ବାପ ପାଖରୁ ବର୍ତ୍ତୀ ପାରିନି ନିରୀହ ପୀଡ଼ିତା । ଏଭଳି କର୍ମକୁ ବିରୋଧ କରିବାରୁ ପୀଡ଼ିତାର ମା’କୁ ମାରି ଲହୁ ଲୁହାଣ କରିଛି ଅଭିଯୁକ୍ତ ବାପ । ଶେଷରେ ନିର୍ଯ୍ୟାତନା ସହ୍ୟ ନକରିପାରି ୧୭.୦୬.୧୯ ରିଖରେ ବିଞ୍ଝାର ପୁର ଥାନାରେ ସଇତାନ ବାପା ବିରୁଧ୍ୟରେ ଅଭିଯୋଗ ଆଣିଛନ୍ତି ପୀଡ଼ିତା ।
ଏଭଳି ଅଭିଯୋଗ ହେବା ପରେ ବିଞ୍ଜାରପୁର ଥାନା ଅଧିକାରୀଙ୍କର ଭୂମିକା ଆସିଛି ସନ୍ଧେହ ଘେରରେ । ଅଭିଯୋଗ ପରେ ଅଭିଯୁକ୍ତକୁ ଥାନାକୁ ଆଣିଥିଲେ ମଧ୍ୟ କୌଣସି ତଦନ୍ତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିନଥିଲେ ଥାନା ଅଧିକାରୀ ଶିବ ଚରଣ ବେହେରା । ଏପଟେ ପୀଡ଼ିତା ବାରମ୍ବାର ଥାନାକୁ ଦୌଡି ଦୌଡି ହୋଇଥିଲେ ନିରାଶ । ଯାଜପୁର ଏସଡ଼ିପୀଓ ଉପେନ୍ଦ୍ର ଜେନା ଏହି ଖବର ପାଇ କଡା ନିର୍ଦ୍ଦେଶ ଦେବା ପରେ ଯାଇ ତଦନ୍ତ ବଢିଥିଲା ଆଗକୁ । ଅଭିଯୁକ୍ତକୁ ଗିରଫ କରି ମେଡିକାଲ ଟେଷ୍ଟ କରାଯାଇଥିଲା । ଏପଟେ ଅଭିଯୋଗର ସତ୍ୟତା ଆସିବାରୁ ଅଭିଯୁକ୍ତକୁ କୋର୍ଟ ଫରୁଆଡ଼ କରି ଅଧିକ ତଦନ୍ତ ଚଳାଇଥିବାର କହିଛନ୍ତି ଯାଜପୁର ଏସଡ଼ିପୀଓ । ଏଭଳି ସାଂଘାତିକ ଘଟଣାର ଥାନାରେ ଅଭିଯୋଗ ପରେ ବି ଥାନା ଅଧିକାରୀ ଶିବଚରଣ ବେହେରାଙ୍କର ନୀରବତା ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ଗଣମାଧ୍ୟମ ବିଞ୍ଜାରପୁର ଥାନା ଅଧିକାରୀଙ୍କଠାରୁ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ମଧ୍ୟ ଥାନା ଅଧିକାରୀ ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନାକରିଥିଲେ । କଣ ଥିଲା କାରଣ , କେଉଁ କାରଣ ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ମନାକରିଥିଲେ ? ତାହା ନିଶ୍ଚିତ ଭାବରେ ତଦନ୍ତସାପେକ୍ଷ କୋମଳମତି ଝିଅଟିଏ ଯଦି ନିଜ ପରିବାର ମଧ୍ୟରେ ଏଭଳିକି ନିଜର ବାପା ପାଖରେ ଯଦି ସୁରକ୍ଷିତ ନୁହେଁ ତେବେ ତାକୁ କିଏ ଦବ ସୁରକ୍ଷା ତାହା ବର୍ତମାନ ବଡ ପ୍ରଶ୍ନବାଚୀ ।

