କଳାହାଣ୍ଡି: ଭ୍ୟାନରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୧୫ ଜଣ ବ୍ୟକ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଆମପାଲିରେ । ଘାଟି ଉପରକୁ ଭ୍ୟାନଟି ଉଠୁଥିବା ବେଳେ ହଠାତ ସେଥିରେ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଭ୍ୟାନଟି ଜଳି ଯାଇଥଲା । କିନ୍ତୁ ଗାଡିରେ ଥିବା ୧୫ ଜଣ ବ୍ୟକ୍ତି ଅଳ୍ପକେ ବର୍ତି ଯାଇଛନ୍ତି । ବର୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଅଛି ।
ସୁଚନାନୁସାରେ, ଭ୍ୟାନଟି କଳାହାଣ୍ଡି ଆମପାଲିର ଘାଟି ଉପରକୁ ଯାଉଥିଲା । କୌଣସି ଏକ କାରଣରୁ ଘାଟି ଉପରକୁ ଉଠିବା ସମୟରେ ହଠାତ ଗାଡିରେ ନିଆଁ ଲାଗିଯାଇଥିଲା । ଗାଡିରେ ୧୫ ଜଣ ଯାତ୍ରୀ ଥିଲେ । ସେମାନେ ଅଳ୍ପକେ ବର୍ତି ଯାଇଛନ୍ତି । କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ସ୍ପଷ୍ଠ ହୋଇପାରିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି ।
