ଭୁବନେଶ୍ୱର, ଜୁଲାଇ ୧୧: ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରାଜ୍ୟ ବିଜେପି ପଦାଧିକାରୀଙ୍କ ପ୍ରଥମ ଭର୍ଚୁଆଲ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଥିବା ବେଳେ ବୈଠକରେ ଆଗାମୀ ୬ ମାସ ପାଇଁ ରାଜନୈତିକ ଖସଡ଼ା ପ୍ରସ୍ତୁତ କରାଯାଇଛିି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳ ସଂଗଠନ, ସେବା, ସଂଘର୍ଷ ଓ ସମ୍ବାଦକୁ ଆଧାର କରି ଆଗକୁ ବଢ଼ିବା ପାଇଁ ଋଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ରାଜନୀତିରେ ସେବାକୁ ହିଁ ମହତ୍ୱ ଦିଆଯାଇଛି । ଦଳ ନିର୍ବାଚନ ଜିତିବା ପାଇଁ ନୁହେଁ, ଦଳର ସଂଗଠନ କେବଳ କ୍ଷମତା ଦଖଲ କରିବା ପାଇଁ ନୁହେଁ ବରଂ ସମାଜକୁ ଭଲ ପାଇ ସେବା କରିବା, ସେବା ହିଁ ସଗଠନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶରେ ବିଗତ ସାଢେ ୩ ମାସ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୃଢ କ୍ରିୟାନ୍ୱୟନ କାରଣରୁ ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିପାରିଛନ୍ତି । କରୋନା ମହାମାରୀ ସମୟରେ ଦଳ ପକ୍ଷରୁ ଗରିବଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବା ସହ ମାସ୍କ ବଣ୍ଟାଯିବା ଓ ରକ୍ତଦାନ ଶିବିର ଆୟୋଜନ କରିବା ଭଳି ଅନେକ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିଛି । ଏହାସହ ବିଭିନ୍ନ ଭର୍ଚୁଆଲ ଜନସମ୍ବାଦ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଯାଇ ପାରିଛି ଶ୍ରୀ ପ୍ରଧାନ କହିଛନ୍ତି ।
ପ୍ରଧାନମନ୍ତ୍ରୀ ପୂର୍ବ ଭାରତର ବିକାଶକୁ ପ୍ରାଥମିକତା ଦେଇଥିବା ବେଳେ ଓଡିଶାକୁ ବିକାଶର ପ୍ରୟୋଗଶାଳା କରାଯିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ୧୧୫ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରେ ଓଡିଶାର ୧୦ଟି ଜିଲ୍ଲାକୁ ଏହି କାର୍ଯ୍ୟକ୍ରମରେ ସାମିଲ କରି ଏହସବୁ ଜିଲ୍ଲାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀଙ୍କ ଯୋଜନାର ଅଧିକ ଲାଭ ଓଡିଶା ପାଇଛି । କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଅଧିକ ଲାଭ ଓଡିଶା ପାଇଛି । ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଗାମୀ ୫ ମାସ ଯାଏଁ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାକୁ ମଧ୍ୟ ଆହୁରି ତିନିମାସ ବୃଦ୍ଧି କରାଯାଇଛି । ନିକଟରେ ଆତ୍ମନିର୍ଭର ପ୍ୟାକେଜରେ କୃଷି କ୍ଷେତ୍ର କିମ୍ବା ଏମଏସଏମଇ ହେଉ ଏହି ଯୋଜନାର ଅଧିକ ଲାଭ ଓଡିଶା ପାଇଛି । ଏହି କଥାକୁ ଲୋକମାନଙ୍କ ପାଖରେ ପହଁଚାଇବାର ଦାୟିତ୍ୱ ଦଳକୁ ନେବାର ଆବଶ୍ୟକତା ରହିଛି । ଏହବ୍ୟତିତ ଓଡିଆଙ୍କ ହକ୍ ପାଇଁ ଲଢିବାକୁ ବିଜେପିର କାର୍ଯ୍ୟକର୍ତା ମାନଙ୍କୁ ଆହ୍ୱାନ କରିଛନ୍ତି ଶ୍ରୀ ପ୍ରଧାନ ।
କରୋନା ମହାମାରୀ ସତ୍ୱେ ଚଳିତବର୍ଷ ରଥଯାତ୍ରାର ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ମାନ୍ୟବର ସୁପ୍ରିମକୋର୍ଟଙ୍କ ସମେତ ଗୋବର୍ଦ୍ଧନ ମଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ମହାରାଜ, ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ, ପୁରୀର ଜନସାଧାରଣ, ଛତିଶା ନିଯୋଗ, ସେବାୟତ ତଥା ମନ୍ଦିର ପ୍ରଶାସନକୁ ଶ୍ରୀ ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମେତ ଦଳର ସମସ୍ତ ନେତୃବୃନ୍ଦ ଓ ପଦାଧିକାରୀ ଧନ୍ୟବାଦ ଦେଇଥିଲେ ।
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ଦଳର କାର୍ଯ୍ୟକର୍ତାମାନେ ଟିମୱାର୍କ କରି ତୃଣମୂଳ ସ୍ତରରେ ଦଳର ସଂଗଠନକୁ ମଜବୁତ୍ କରି କେନ୍ଦ୍ରୀୟ ଯୋଜନାକୁ ଲୋକଙ୍କ ପାଖରେ ପହଁଚାଇବାର ଆବଶ୍ୟକତା ରହିଛି । ସମସ୍ତଙ୍କର ବ୍ୟାପକ ଦକ୍ଷତାକୁ ପରିପ୍ରକାଶ କରି ସାଢେ ୪ କୋଟି ଓଡିଆଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ କାମ କରିବାକୁ ପଡିବ ବୋଲି ଶ୍ରୀ ମହାନ୍ତି ଆହ୍ୱାନ କରିଛନ୍ତି । ସମଗ୍ର ଓଡିଶାକୁ ବିକାଶରେ ସାମିଲ କରିବା ଓ ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ସଂଗଠନର ଲକ୍ଷ୍ୟ ରହିବା ଉଚିତ୍ । ଏହା ସହ ନିକଟରେ କାର୍ଯ୍ୟକର୍ତାମାନେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କ୍ୱିୟାନ୍ୱିତ ହୋଇଥିବା ଗରିବ କଲ୍ୟାଣ ଯୋଜନା ଓ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଯୋଜନାକୁ ସମାଜର ସବୁଠୁ ତଳ ଶ୍ରେଣୀରେ ପହଁଚାଇବା ପାଇଁ କାମ କରନ୍ତୁ ବୋଲି ସେ କହିଛନ୍ତି ।
ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱିରାଜ ହରିଚନ୍ଦନ କହିଛନ୍ତି ଯେ କେନ୍ଦ୍ର ସରକାର ଗରିବଙ୍କ ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ କରୁଛନ୍ତି । ଅପରପକ୍ଷରେ ରାଜ୍ୟ ସରକାର କୋଭିଡ୍ ପରିଚାଳନାରେ ସରକାର ବିଫଳ ହୋଇଛନ୍ତି । ନାରୀ ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଉଛି । ମନରେଗା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବି ଦୁର୍ନୀତି ହୋଇଛି ବୋଲି ସେ ଅଭିଯୋଗ କରିଥିଲେ ।
ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏହି ପଦାଧିକାରୀ ବୈଠକର ପରିଚାଳନା କରିଥିଲେ । ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରାଜ୍ୟ ପଦାଧିକାରୀଙ୍କୁ ଶ୍ରୀ ମହାପାତ୍ର ସ୍ୱାଗତ କରିଥିଲେ । ଏହି ଅବସରରେ କରୋନା ସମୟରେ ରାଜ୍ୟ ବିଜେପି ପକ୍ଷରୁ କରାଯାଇଥିବା ବିଭିନ୍ନ ସାମାଜିକ ଭିତିକ କାର୍ଯ୍ୟକ୍ରମ ଯଥା ଗରିବଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ବଂଟନ କରିବା, ମାସ୍କ ବଂଟନ, ରକ୍ତଦାନ ଶିବିର ପ୍ରଭୁତି କାର୍ଯ୍ୟକ୍ରମ ଉପରେ ଏକ ଭିଡିଓ ପ୍ରଜେନଟଂସେନ ଉପସ୍ଥାପନ କରାଯାଇଥିଲା । ବୈଠକରେ ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ବିଏଲ ସନ୍ତୋଷ, ରାଷ୍ଟ୍ରୀୟ ସଂଗଠନ ସହ ସମ୍ପାଦକ ସୌଦାନ ସିଂହ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଦଳକୁ ଆଗେଇ ନେବା ନେଇ ପ୍ରଦାଧିକାରୀଙ୍କୁ ମାର୍ଗଦର୍ଶନ କରିଥିଲେ ।
ଅର୍ଗସ ବ୍ୟୁରୋ : କେବଳ ପ୍ରଚାର ସର୍ବସ୍ୱ ରାଜ୍ୟ ସରକାର ବିଜ୍ଞାପନ ମାଧ୍ୟମରେ ପ୍ରଚାର ପ୍ରସାରରେ ମାତିଛି କିନ୍ତୁ ଅପରପକ୍ଷେ ସ୍ୱାସ୍ଥ୍ୟ, ଶିକ୍ଷା, ମହିଳାସଶକ୍ତିକରଣ ନାରେ ହରିଲୁଟ୍ ହେଉଛି ।‘ଗାଡକଣସ୍ଥିତ କୃତ୍ରିମ ଅଳିଆ ପାହାଡ’ ସ୍ଥାୟୀ ସମାଧାନ କରନ୍ତୁ ।ମୁଖ୍ୟମନ୍ତ୍ରୀ ନବୀନ ବାବୁ ଭୁବନେଶ୍ୱରେ ଅଳିଆ ପାହାଡ ଛିଡା କରାଇଛନ୍ତି । ନବୀନ ଶାସନ ଓ ଅଳିଆ ଗନ୍ଧରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ସାରା ସହର ଗନ୍ଧମୟ । ଜିଲ୍ଲା ବିଜେପି ଏହା କୁ ନେଇ ବିଗତ ଦଶ ଦିନ ଧରି ସତ୍ୟାଗ୍ରହ କରି ଆସୁଛି ଯାହାକୁ ଭୁବନେଶ୍ୱର ବାସୀଙ୍କ ବିପୁଳ ସମର୍ଥନ ଦେଖିବାକୁ ମିଳୁଛି।ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଜିଲ୍ଲା ବିଜେପି ତରଫରୁ ଆରମ୍ଭ ହୋଇଥିବା ଏହି ସତ୍ୟାଗ୍ରହ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଏବଂ ଏହି ଆନ୍ଦୋଳନ ପ୍ରତି ମୁଁ ଜଣେ ଭୁବନେଶ୍ୱର ବାସିନ୍ଦା ହିସାବରେ ପୂର୍ଣ୍ଣ ସମର୍ତନ ରହିଛି ବୋଲି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଥିଲେ।ଦୀର୍ଘଦିନର ବିଜେଡି ସରକାର ସାଧାରଣ ଲୋକଙ୍କ ଦୁଃଖର କାରଣ ସାଜିଛି । ରାଜ୍ୟ ସରକାର ଏହି ‘ଡମ୍ପିଂ ୟାର୍ଡ’ ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଏହି ସତ୍ୟାଗ୍ରହକୁ ଜାରି ରଖିବ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱରର ଲୋକେ ଭୋଟ ଓ ଟିକସ ଦେଇ ରୋଗକୁ ଉପାହାରରେ ପାଉଛନ୍ତି । ଟିକସ ନେଇ ନିଜ ଦାୟୀତ୍ୱ ଭୁଲି ଯାଉଛି ବିଏମସି । ସ୍ମାର୍ଟସିଟି ଭୁବନେଶ୍ୱରର ସ୍ୱଚ୍ଛତା ରକ୍ଷା ପାଇଁ ରାଜ୍ୟ ସରକାର, ମେୟର, କମିଶନର, ବିଭାଗୀୟ ଅଧିକାରୀ, ବିଏମସି କର୍ତୃପକ୍ଷ ମିଳିତ ଭାବେ ଦାୟୀତ୍ୱ ନିଅନ୍ତୁ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଦାବି କରିଛନ୍ତି । ଏହି ଦୁର୍ଗନ୍ଧ ପରିବେଶ ପାଇଁ ଭୁବନେଶ୍ୱରବାସିନ୍ଦାଙ୍କ ଦୁଃଖ ଓ ଧର୍ଯ୍ୟର ସୀମାକୁ ରାଜ୍ୟ ସରକାର ପରୀକ୍ଷା ନକରି ଏହାର ସୁବ୍ୟବସ୍ଥା କରନ୍ତୁ ।ଭୁବନେଶ୍ଵରକୁ ଆବର୍ଜନା ଓ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବାରେ ବିଜୁ ଜନତା ଦଳ ୧ ନମ୍ବର। ବିଜୁ ଜନତା ଦଳର ବିଧାୟକ ମାନେ ଓ ମେୟର ନୈତିକତା ଦୃଷ୍ଟିରୁ ରାଜଧାନୀ ବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ସ୍ଥାନୀୟ ଅଞ୍ଚଳରେ ଏଥିପାଇଁ ରୋଗରେ ଆକ୍ରାନ୍ତ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବହନ କରନ୍ତୁ।ରାଜଧାନୀ ଭୁବନେଶ୍ୱରବାସିନ୍ଦାଙ୍କୁ ‘ସୁରକ୍ଷିତ ସ୍ୱାସ୍ଥ୍ୟ ଏବଂ ସନ୍ତୁଳିତ ପରିବେଶ’ ପ୍ରଦାନ କରିବାକୁ ବିଜେପି ପ୍ରତିଶୃତିବଦ୍ଧ । ଏଥି ସହ ‘ସବୁଜ ଭୁବନେଶ୍ୱର ଗଠନ’ ଭାରତୀୟ ଜନତା ପାର୍ଟିର ପ୍ରାଥମିକତା।ଅଳିଆ ପାହାଡ଼ କରି ଦାୟିତ୍ବ ନନେଲେ ଭୁବନେଶ୍ୱର ବାସୀ ସେ ଦାୟିତ୍ବ ନେବାକୁ ପସ୍ତୁତ ତେଣୁ ମେୟର ମହୋଦୟ ଙ୍କୁ ବିନମ୍ବର ଅନୁରୋଧ ସେ ଦାୟିତ୍ବ ଛାଡ଼ିଦିଅନ୍ତୁ ବୋଲି ଶ୍ରୀ ସିଂ କହିଛନ୍ତି।
ସହର ସାରା ଗନ୍ଧେଇଲାଣି। ରାଜଧାନୀ ବାସୀ ଅଣନିଶ୍ୱାସି ହେଲେଣି। ଭୁବନେଶ୍ୱର ର ତିନି ଜଣ ବିଧାୟକ ଓ ମେୟର ମହାଶୟା କୁଆଡେ଼ ଗଲେ? ବିଜେଡ଼ି କୁ ଭୋଟ୍ ଦେଇ କଣ ଲୋକେ ଭୁଲ କଲେ? ଏଭଳୀ ଏକ ଘଡ଼ି ସନ୍ଧି ସମୟରେ ଶାସନରେ ଥିବା ଲୋକ ପ୍ରତିନିଧି ଦାୟିତ୍ବ ନନେବା ଦୁର୍ଭାଗ୍ୟ ଜନକ। ମୁଖ୍ୟମନ୍ତ୍ରୀ ମାତ୍ର ଆଠ କିମି ଦୂରରେ ରହୁଛନ୍ତି କିନ୍ତୁ ସେ ମଧ୍ୟ ନୀରବ। ଏହା ପ୍ରମାଣ କରୁଛି ଏଠି ଶାସନ ବ୍ୟବସ୍ଥା ଭୁସୁଡୁଛି। ଦୟା କରି ସରକାର ଆଉ ଲୋକଙ୍କ ଧର୍ଯ୍ୟ ପରୀକ୍ଷା କରନ୍ତୁ ନାହିଁ। କାରଣ ଲୋକ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେ। ସେଥି ପାଇଁ ପ୍ରଶାସନ ଦାୟୀ ରହିବ। ରାଜଧାନୀ ର ସମସ୍ୟାକୁ ସମାଧାନ କରିବାକୁ ସମର୍ଥ ନୁହନ୍ତି କିନ୍ତୁ ସାରା ଓଡ଼ିଶା ହେଲିକପ୍ଟର ରେ ବୁଲି ସହ ସହ କୋଟି ଲୋକଙ୍କ ଟଙ୍କା ଖର୍ଚ୍ଚ କରି ପ୍ରଚାର କରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି କହିଛନ୍ତି ।
ବିଜୁ ଜନତା ଦଳ କେବଳ ରାଜନୀତି କରିବାରେ ବେସ୍ତ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ରେ ନୁହେଁ ,ଏହା ନୈତିକ ହିନ ରାଜନେତା ମାନଙ୍କ ଲକ୍ଷଣ। ସ୍ବଚ୍ଛତା ନାମରେ କୋଟି କୋଟି ଟଙ୍କା ଦୁର୍ନୀତି କରିବା ଓ ସାଧାରଣ ଲୋକଙ୍କ ଟଙ୍କା ଲୁଟି ଖାଇବା ବିଜୁ ଜନତା ଦଳର ଅଭ୍ୟାସ। ଏହି ଆନ୍ଦୋଳନ ଲୋକଙ୍କ ପାଇଁ ଚାଲିଛି ଓ ଆଗକୁ ମଧ୍ୟ ଏଭଳି ଚାଲିଥିବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି। ଆଜିର ଏହି ସତ୍ୟାଗ୍ରହ ରେ ବିଜେପି ନେତା ପବିତ୍ର ଦାସ,ଠାକୁର ରଞ୍ଜିତ ଦାସ,ରାଜେନ୍ଦ୍ର ଦାସ, ସ୍ୱୟଂ ସେବକ ରାୟ, ପ୍ରଶାନ୍ତ ମହାନ୍ତି , ଲିପା ଦାସ, ମାନସୀ ରାୟ ପାଢ଼ୀ, ପ୍ରତୀକ୍ଷା ମହାପାତ୍ର, ନଗେନ ବିଶୋଇ , ଯଯାତୀ ବିଶ୍ଵାଳ ଙ୍କ ସହ ଜିଲ୍ଲା ର ସମସ୍ତ ନେତୃତ୍ବ ଉପସ୍ଥିତ ଥିଲେ।
ଅର୍ଗସ ବ୍ୟୁରୋ : ପ୍ରଥମେ କଥାବାର୍ତ୍ତା, ପରେ ପ୍ରେମ ଓ ତାପରେ ଶାରୀରିକ ସମ୍ପର୍କ । ଏବେ ଧୋକା ଦେଲା ପ୍ରେମିକ । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ । ଦଶପଲ୍ଲା ଥାନା ଲେମ୍ବୁଗୋଛା ଗ୍ରାମର ବିଶ୍ୱନାଥ କହଁର ଶ୍ରମିକ ଭାବେ କାମ କରନ୍ତି । ବର୍ଷେ ତଳେ ଦୁଇ ଜଣଙ୍କ ଦେଖାସାକ୍ଷତ ହୋଇଥିଲା ୧୪ ବର୍ଷୀୟ ନାବାଳିକାର ସହ । ପ୍ରଥମ ଦେଖାରେ ବିଶ୍ୱନାଥ ତାଙ୍କୁ ପସନ୍ଦ କରିଥିଲେ । ମିଠା ମିଠା କଥା କହି ତାଙ୍କ ମନ କିଣି ଥିଲେ । ଆଉ ନାବାଳିକା ମଧ୍ୟ ବିଶ୍ୱନାଥଙ୍କ ପ୍ରେମକୁ ଗ୍ରହଣ କରିଥିଲେ । ତାପର ଦିନ ପ୍ରେମିକାକୁ ଧରି ଚମ୍ପଟ ମାରିଥିଲେ ବିଶ୍ୱନାଥ ।
ନାବାଳିକାକୁ ନେଇ ବିଶ୍ବନାଥ ବିବାହ ମଧ୍ୟ କରିଥିଲେ । ଆଉ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ପତି ପତ୍ନୀଙ୍କ ହୋଇ ଗୋଟିଏ ରୁମରେ ରହୁଥିଲେ । ଦୀର୍ଘ ଦଶମାସ ଧରି ଶାରୀରିକ ସମ୍ପର୍କ ରଖିଥିଲେ ବିଶ୍ବନାଥ । କଅଁଳ ବୟସରେ ହୋଇଥିବାରୁ ଝିଅଟି କିଛି ବୁଝି ପାରୁ ନଥିଲେ ମଧ୍ୟ ନିଜକୁ ଭାବି ସ୍ୱାମୀଙ୍କ ଆଗରେ ଉପସ୍ଥାପନ କରୁଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କିଛି ଦିନ ରହିବା ପରେ ବିଶ୍ବନାଥ ମନରେ ଘର କରୁଥିଲା ସନ୍ଦେହ । ଟିକେ ଟିକେ କଥାରେ କରୁଥିଲା ସନ୍ଦେହ । ଯାହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ସୃଷ୍ଟି ହୋଉଥିଲା ଝଗଡ଼ା । ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଉଥିଲା ଝଗଡ଼ା । ଆଉ ସମୟ ସୁବିଧା ନିଜ ପ୍ରେମିକାକୁ ଘରୁ ବାହାର କରିଦେଇ ଥିଲେ । ପ୍ରେମିକ ଠାରୁ ଧୋକା ପଇଲା ପରେ ଘରକୁ ଫେରିଥିଲେ ପ୍ରେମିକା ଆଉ ପରିବାର ଲୋକଙ୍କ ଆଗରେ ବଖାଣି ଥିଲେ ସେ କଲା ରାତିର କରୁଣ କାହାଣୀ । ଝିଅ ଠାରୁ ସବୁ କଥା ଶୁଣିଲା ପରେ ପରିବାର ଲୋକ ଏନେଇ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଧୋକା ବାଜ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।