ସମ୍ୱଲପୁର ସହର ଉପକଣ୍ଠରେ ମହାନଦୀ ବକ୍ଷରେ ହୀରାକୁଦ ବନ୍ଧ ଛିଡା ହେବାପରେ ପ୍ରାୟ ପ୍ରତି ବର୍ଷ ହେଉଥିବା ବନ୍ୟାରୁ ରକ୍ଷା ମିଳିଲା ସତ, କିନ୍ତୁ ଏହା ମହାନଦୀ ତ୍ରିକୋଣଭୂମି ଅଞ୍ଚଳକୁ ସମ୍ପୂର୍ଣ୍ଣ ବନ୍ୟାମୁକ୍ତ କରିପାରିଲା ନାହିଁ। ହୀରାକୁଦର ପାଣି ସାଙ୍ଗକୁ ତଳମୁଣ୍ଡ ବର୍ଷା ପାଣି ମିଶି ଭୟଙ୍କର ବନ୍ୟା ବିତ୍ପାତ ସୃଷ୍ଟି କଲା। ହୀରାକୁଦ ନିର୍ମାଣ ହେବା ଦିନକୁ ଓଡିଶା ଏଥରକୁ ମିଶାଇ ୨୨ଟି ବଡଧରଣର ବନ୍ୟାର ସମ୍ମୁଖୀନ ହୋଇଛି। ସେଥିରୁ ଅଧିକାଂଶ ବନ୍ୟାରେ ହୀରାକୁଦର ଛଡା ଯାଇଥିବା ପାଣି ହିଁ ପ୍ରମୁଖ କାରଣ ପାଲଟିଛି। ସାଧାରଣତଃ ହୀରାକୁଦ ବନ୍ଧର ୪୦ ବା ଅଧିକ ଗେଟ୍ ଖୋଲିଲେ ତାହା ବଡ ବନ୍ୟାର କାରଣ ହୋଇଥାଏ।
କିନ୍ତୁ ଚଳିତ ବର୍ଷ ଅର୍ଥାତ୍ ୨୦୨୨ରେ ୪୦ ଗେଟ୍ ଖୋଲିବା ପୂର୍ବରୁ ହିଁ ମୁର୍ଡଳିଠାରେ ୧୨ ଲକ୍ଷ କ୍ୟୁସେକ୍ ପେଣି ପ୍ରବାହିତ ହୋଇଚଇ ଓ ରାଜ୍ୟବାସୀ ବଡ ବନ୍ୟାର ସମ୍ମୁଖୀନ ହୋଇ ସାରିଛନ୍ତି।୧୯୬୧, ୧୯୮୦ ଓ ୨୦୧୧ ମସିହାରେ ଅତ୍ୟଧିକ ବନ୍ୟାଜଳ ନିଷ୍କାସନ ପାଇଁ କ୍ରାଏଷ୍ଟ ଗେଟ୍ ଖୋଲିବାକୁ ପଡିଥିଲା। ଗୋଟିଏ ସୁଇସ୍ ଗେଟରେ ଯେତେବ ଜଳ ନିଷ୍କାସନ ହୋଇଥାଏ, ଗୋଟି, କ୍ରାଏଷ୍ଟ ଗେଟରେ ତାର ପ୍ରାୟ ଅଢ଼େଇ ଗୁଣ ପାଣି ନିଷ୍କାସିତ ହୋଇଥାଏ।
୨୦୧୪ରେ ୫୦ ଗେଟ୍ ଦେଇ ୮ ଲକ୍ଷ ୩୪ ହଜାର କ୍ୟୁସେକ୍, ୨୦୦୮ରେ ୪୮ ଗେଟ୍ ଦେଇ ୭ଲକ୍ଷ ୯୧ ହଜାର କ୍ୟୁସେକ୍ ଓ ୨୦୨୦ରେ ୪୬ ଗେଟ୍ ଦେଇ ୭,୬୨ ହଜାର କ୍ୟୁସେକ୍ ପର୍ଯ୍ୟନ୍ତ ଜଳ ହୀରାକୁଦ ଜଳଭଣ୍ଡାରରୁ ମହାନଦୀକୁ ଛଡା ଯାଇଥିଲା।