ଭୁବନେଶ୍ୱର: ରାଜ୍ୟରେ ବଢିଲା ଆହୁରି 100ଟି ମେଡିକାଲ ସିଟ୍ । EWS କୋଟାରେ ବର୍ଦ୍ଧିତ ୧୦୦ ସିଟ୍କୁ MCI ପକ୍ଷରୁ ଅନୁମୋଦନ ଦିଆଯାଇଛି । ସୂଚନା ଅନୁଯାୟୀ ୩ଟି ମେଡିକାଲ୍ କଲେଜରେ ୧୦୦ ସିଟ୍ ବଢିବ ବୋଲି ନିଷ୍ପତ୍ତି ନିଆଯାଇଛି । ବୁର୍ଲାରେ ୫୦ ଏବଂ କୋରାପୁଟ ଓ ମୟୂରଭଞ୍ଜରେ ୨୫-୨୫ ସିଟ୍ ବୃଦ୍ଧି କରାଯିବ ବୋଲି ସ୍ଥିର କରାଯାଇଛି ।
ମୟୁରଭଞ୍ଜର ବାରିପଦା ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ କୋରାପୁଟ ଲକ୍ଷ୍ମଣ ନାଏକ ମେଡିକାଲ କଲେଜରେ ୨୫ଟି ଲେଖାଏଁ ସିଟ୍ ବଢିବ ବୋଲି ଘୋଷଣା କରାଯାଇଛି । ବୁର୍ଲା ମେଡିକାଲ କଲେଜରେ ପୂର୍ବରୁ 150 ମେଡିକାଲ ସିଟ୍ ଥିବା ବେଳେ ଏଥିରେ 50 ସିଟ୍ ବୃଦ୍ଧି କରାଯାଇ ଏହା 200 ସିଟ୍ ବିଶିଷ୍ଟ କରାଯାଇଛି ।
ଆର୍ଥିକ ଦୃଷ୍ଟି କୋଣରୁ ଦୁର୍ବଳ ଥିବା ମେଧାବୀ ଛାତ୍ରଛାତ୍ରୀମାନେ ଏହି ସିଟ୍ରେ ନାମ ଲେଖାଇପାରିବେ ବୋଲି ସ୍ଥିର କରାଯାଇଛି । ଏହା ଆସନ୍ତା 2019-20 ଶିକ୍ଷା ବର୍ଷରୁ ଲାଗୁ ହେବ ବୋଲି କୁହାଯାଇଛି ।

