ପରିସ୍ଥିତି ଅଣାୟତ୍ତ ହେଉଥିବାର ଦେଖି ବାଧ୍ୟ ହୋଇ ସାମ୍ନାକୁ ଆସିଥିଲେ ମୁଖ୍ୟ ଶାସନ ସଚିବ ଓ ଡିଜିପି । ଡ୍ରାଇଭରଙ୍କୁ ବୁଝାଇବା କମ୍, ବରଂ ଉଭୟଙ୍କ କଥାରେ ଅଧିକ ଧମକ ରହିଥିଲା । ଆନ୍ଦୋଳନକାରୀଙ୍କ ମଧ୍ୟରେ ଅଣଡ୍ରାଇଭର ପଶିଥିବା ବେଳେ ସେମାନଙ୍କ ଉଦ୍ଦେଶ୍ୟ ହିଂସା ଘଟାଇବା ବୋଲି କହିଥିଲେ ସିଏସ୍ ପ୍ରଦୀପ ଜେନା । ସେହିପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ଡିଜିପି ।
ତେବେ ସିଏସ ଓ ଡିଜିପିଙ୍କ ରିଆକ୍ସନ ପରେ ଡ୍ରାଇଭର ମହାସଂଘର ସ୍ୱର ନରମିଥିଲା । ଏବଂ ତିନି ମାସ ପାଇଁ ସେମାନେ ଚୁପ୍ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି, ଆନ୍ଦୋଳନକାରୀଙ୍କୁ ପ୍ରେସରାଇଜ କରିବା ପାଇଁ ସାମ୍ନାକୁ ଆସିଥିଲେ କି ସିଏସ୍ ଓ ଡିଜିପି ? ଖୋଲାଖୋଲି ନ କହି ବୁଲେଇବଙ୍କେଇ ଆନ୍ଦୋଳନକାରୀଙ୍କୁ ଅଲଟିମେଟମ୍ ଦେଇଥିଲେ କି ପ୍ରଦୀପ ଓ ସୁନୀଲ ? ଆନ୍ଦୋଳନ ଦମନ ନ ହେବାରୁ ଚାପ ସୃଷ୍ଟି କରି ଆନ୍ଦୋଳନ ବନ୍ଦ କରାଗଲା କି ? ଏବେ ଏସବୁ ପ୍ରଶ୍ନ ନେଇ ଗୁଞ୍ଜରଣ ସୃଷ୍ଟି ହୋଇଥିବା ବେଳେ ତିନି ମାସ ପରେ କିନ୍ତୁ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ମହାସଂଘ ପକ୍ଷରୁ କୁହାଯାଉଛି ।
ଆହୁରି ପଢନ୍ତୁ ଓଡିଶା ଖବର