ଭୁବନେଶ୍ୱର: ରାଜ୍ୟରେ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବଡ଼ ଧରଣର ଅଦଳବଦଳ । ବଦଳିଲେ 9ଟି ଜିଲ୍ଲାର ଜିଲ୍ଲାପାଳ । ସୂଚନା ଅନୁଯାୟୀ, IAS ସ୍ତରରେ ହୋଇଥିବା ଅଦଳବଦଳ ଅନୁଯାୟୀ, ୨୦୧୦ ବ୍ୟାଚ୍ ଆଇଏଏସ୍ ପ୍ରେମ ଚନ୍ଦ୍ର ଚୌଧୁରୀ ହେଲେ ବିଏମ୍ସି କମିଶନର । ୨୦୦୮ ବ୍ୟାଚ୍ ଆଇଏଏସ୍ ଭୂପିନ୍ଦର ପୁନିଆ ହେଲେ ଓପେପାର ପ୍ରକଳ୍ପ ନିର୍ଦ୍ଦେଶକ, ୨୦୦୮ ବ୍ୟାଚ୍ ଆଇଏଏସ୍ ଗୁହା ପୁନମ ତାପସ କୁମାର ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ । ସେହିଭଳି ୨୦୧୧ ବ୍ୟାଚ୍ ଆଇଏଏସ୍ କେ.ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ ବାଲେଶ୍ୱର ଜିଲ୍ଲାପାଳ, ମଧୁସ୍ମିତା ସାହୁ ହେଲେ ନୂଆପଡ଼ା ଜିଲ୍ଲାପାଳ, ଅନନ୍ୟା ଦାସ ହେଲେ କଟକ ମହାନଗର ନିଗମ କମିଶନର । ଅନ୍ୟପଟେ ଲଲାଟେନ୍ଦୁ ମିଶ୍ରଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ସିତାଂଶୁ କୁମାର ରାଉତ ହେଲେ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଭବାନୀ ଶଙ୍କର ଚୟନିଙ୍କୁ କଟକ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।
୨୦୦୨ ବ୍ୟାଚ୍ ଆଇଏଏସ୍ ଅର୍ଚ୍ଚନା ପଟ୍ଟନାୟକ ହେଲେ ଉଠାଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ତାଙ୍କୁ ଜଳସମ୍ପଦକ ବିଭାଗର ଅତିରିକ୍ତ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ମଧ୍ୟ ଦିଆଯାଇଛି । ୨୦୦୪ ବ୍ୟାଚ୍ ଆଇଏଏସ୍ ନିରଞ୍ଜନ ସାହୁ ହେଲେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ତାଙ୍କୁ ଅତିରିକ୍ତ ଭାବେ ଶ୍ରମ କମିଶନର ଦାୟିତ୍ୱ ମଧ୍ୟ ଦିଆଯାଇଛି । ସେହିଭଳି ୨୦୦୪ ବ୍ୟାଚ୍ ଆଇଏଏସ୍ ପ୍ରଶାନ୍ତ କୁମାର ସେନାପତି ହେଲେ ଇନ୍ସପେକ୍ଟର ଜେନେରାଲ, ପଞ୍ଜିକରଣ । ୨୦୦୫ ବ୍ୟାଚ୍ ଆଇଏଏସ୍ ଦାଶରଥୀ ଶତପଥୀ ହେଲେ ଓଡିଶା ବିଧାନସଭାର ସଚିବ । ୨୦୦୫ ବ୍ୟାଚ୍ ଆଇଏଏସ୍ ନିର୍ମଳ ଚନ୍ଦ୍ର ମିଶ୍ର ହେଲେ ପର୍ଯ୍ୟଟନ ନିର୍ଦ୍ଦେଶକ ଓ ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ।
୨୦୦୫ ବ୍ୟାଚ୍ ଆଇଏଏସ୍ ଅର୍ଜୁନ କୁମାର ମାନିକ୍ ହେଲେ ଅବକାରୀ କମିଶନର । ୨୦୦୬ ବ୍ୟାଚ୍ ଆଇଏଏସ୍ ବିଭୂତି ଭୂଷଣ ପଟ୍ଟନାୟକ ହେଲେ ସମବାୟ ରେଜିଷ୍ଟ୍ରାର । ୨୦୦୬ ବ୍ୟାଚ୍ ଆଇଏଏସ୍ ଡକ୍ଟର ତ୍ରିବିକ୍ରମ ପ୍ରଧାନ ହେଲେ ଅବକାରୀ ବିଭାଗର ଅତିରିକ୍ତ ସଚିବ । ୨୦୦୭ ବ୍ୟାଚ୍ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲ ହେଲେ ସମାଜ ମଙ୍ଗଳ ନିର୍ଦ୍ଦେଶକ ଏବଂ ମିଶନ ଶକ୍ତି । ୨୦୦୭ ବ୍ୟାଚ୍ ଆଇଏଏସ୍ ଶରତ ଚନ୍ଦ୍ର ନାୟକ ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ, ୨୦୦୮ ବ୍ୟାଚ୍ ଆଇଏଏସ୍ ୟାମିନୀ ଷଡଙ୍ଗୀ ହେଲେ ଓଡିଶା ରାଜ୍ୟ ମେଡିକାଲ କର୍ପୋରେସନର ପରଚାଳନା ନିର୍ଦ୍ଦେଶକ । ୨୦୧୧ ବ୍ୟାଚ୍ ଆଇଏଏସ୍ ସାମର୍ଥ ବର୍ମା ହେଲେ କେନ୍ଦ୍ରାପଡା ଜିଲ୍ଲାପାଳ, ୨୦୧୧ ବ୍ୟାଚ୍ ଆଇଏଏସ୍ ରଘୁ ଜି ହେଲେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ।
ସେହିଭଳି OAS ସ୍ତରରେ ହୋଇଥିବା ଅଦଳବଦଳ ଅନୁଯାୟୀ, ସଂଗ୍ରାମ କେଶରୀ ମହାପାତ୍ର ହେଲେ ଜଗତସିଂହପୁର ଜିଲ୍ଲାପାଳ, OAS ଜ୍ୟୋତିରଂଜନ ପ୍ରଧାନ ହେଲେ ଝାରସୁଗୁଡ଼ା ଜିଲ୍ଲାପାଳ, OAS ଜ୍ୟୋତିପ୍ରକାଶ ଦାସଙ୍କୁ ଦିଆଯାଇଛି ବୟନ ଶିଳ୍ପ ନିର୍ଦେଶକ ପଦବୀ । ଏହାସହ OAS କୃପାସିନ୍ଧୁ ମିଶ୍ର ହେଲେ ସୂଚନା ଓ ଲୋକ ସଂପର୍କ ନିର୍ଦେଶକ, OAS ଲକ୍ଷ୍ମୀଧର ମହାନ୍ତି ହେଲେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ, OAS ରମେଶ ଚନ୍ଦ୍ର ରାଉତ ହେଲେ ESI ନିର୍ଦେଶକ ଏବଂ OAS ବିଭୂତିଭୂଷଣ ଦାସ ହେଲେ ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ।
