ସୂଚନା ଥାଉକି ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ନିୟମିତ କରିବା ପାଇଁ ଓଡିଶା ସରକାରଙ୍କର ଏକ ବିଧିବୋଧ ନିୟମ ଏବଂ ସମୟ ରହିଛି। କିନ୍ତୁ ଏହି ନିୟମକୁ ଖୁଲମ୍-ଖୁଲ୍ଲା ଉଲଙ୍ଗନ କରାଯାଉଛି। ୨୦୧୩ ବ୍ୟାଚରେ ନିଯୁକ୍ତ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ଆଜିକୁ ଚାକିରି କରିବାର ୮ବର୍ଷ ସମୟ ଅତିବାହିତ କରିସାରିଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରାଯାଉନାହିଁ। ସରକାରଙ୍କର ବିଭିନ୍ନ ଦପ୍ତରରେ ବିଭିନ୍ନ ବାହାନା ଦେଖାଇ ଫାଇଲକୁ ଚପାଇ ଦିଆଯାଉଛି। ସରକାରଙ୍କର ନିୟମ ରହିଛି ଜଣେ ଚାକିରି କରିବାର ୬ବର୍ଷ ସମୟ ପୂରଣ ହେଲେ ସେ ନିୟମିତ ହେବ। କିନ୍ତୁ ଏହି ୨୦୧୩ ବ୍ୟାଚରେ ନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ୮ ବର୍ଷ ସମୟ ପୂରଣ କରିସାରିଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରାଯାଉନାହିଁ।
ବିଭିନ୍ନ କାର୍ଯ୍ୟାଳୟ କର୍ମଚାରୀମାନଙ୍କର ଏପରି ଖାମଖିଆଲି କାର୍ଯ୍ୟ ଏବଂ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ପ୍ରତି ଅବହେଳିତ ମୋନୋଭାବକୁ ବିରୋଧ କରି ଓଡିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଏହାର ପ୍ରତିବାଦ ତଥା ୨୦୧୩ ବ୍ୟାଚର ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ତୁରନ୍ତ ନିୟମିତ କରିବାକୁ ଅନସନରେ ବସିବେ ବୋଲି ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଭାତ ମହାନ୍ତି,ସଭାପତି ଶ୍ରୀଯୁକ୍ତ ଶୁଭ୍ରଜିତ୍ ପ୍ରତିହାରୀ,ସାଧାରଣି ସଂପାଦକ ନିରୋଦ୍ ରଥ, କାର୍ଯ୍ୟକାରୀ ସଂପାଦକ ବିଶ୍ଵଜିତ୍ ବିଶ୍ଵାଳ, କାର୍ୟ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ଜେନା, ଦେବାଶିଷ ନାୟକ, ସୌମ୍ୟରଞ୍ଜନ୍ ପ୍ରଧାନ, ସୌମ୍ୟରଞ୍ଜନ ମଲ୍ଲିକ୍, ଶୁଭସୁନ୍ଦର ପଣ୍ଡା, ଶିବଶଙ୍କର ସାମଲ୍, ଅଜୟ ସାହୁ, ମନୋହର ଦାସ୍, ଦିଲ୍ଲିପ ବରିହା, ରତିକାନ୍ତ ସାହୁ, ଜନକ ସାହୁ, ସୁରେଶ ନାୟକ, ରାଜେଶ୍ ଶୁଭଙ୍କର, ନିର୍ମଳ ସ୍ଵାଇଁ, ପ୍ରଳୟ ଭୁୟାଁ, ପ୍ରତାପ୍ ସାମଲ୍, ଚିନ୍ମୟ ମହାପାତ୍ର, ପ୍ରଣବ ବିଶ୍ଵାଳ ଏବଂ ନମିତା ବିଷୟୀ ନିଷ୍ପତ୍ତି ନେଇଛନ୍ତି।