ଗୋଆ ଭଳି ହେବ ଓଡିଶା ସମୁଦ୍ର ଉପକୂଳ । ବିଚରେ ବସି ମଦର ମଜା ନେବେ ପର୍ଯ୍ୟଟକ । ୨୦୨୩ -୨୪ ଆର୍ଥକ ବର୍ଷ ପାଇଁ ଆସିଥିବା ନୂଆ ଅବକାରୀ ନୀତିରେ ସରକାର ନେଇଥିବା ଏଭଳି କିଛି ନିସ୍ପତି କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ନୂଆ ଅବକାରୀ ନିତି ଅନୁସାରେ ବେଳାଭୂମୀରେ ଓଟିଡିସି ଦ୍ବାରା ଚାଲୁଥିବା କଟେଜ କୁ ମଦ ଲାଇସେନ୍ସ ମିଳିବ। କେଉଁ ବେଳଭୂମୀରେ କିଏ ଏଭଳି ପର୍ଯ୍ୟଟନ କଟେଜ ଚଳାଇ ମଦ ଲାଇସନ୍ସ ନେବ ତାହା ଓଟିଡିସି ସ୍ଥିର କରିବ। କେବଳ ବେଳାଭୂମୀ ନୁହଁ ହ୍ରଦ କିମ୍ବା ନଦୀ ଉପକୂଳରେ ମଧ୍ୟ ମଦ ଲାଇସନ୍ସ ରେ ପର୍ଯ୍ୟଟନ କଟେଜ ଚାଲିପାରିବ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଥିବାବେଳେ ଅବକାରୀ ମନ୍ତ୍ରୀ ବାଢିଛନ୍ତି ଅଜବ ଯୁକ୍ତି।
ନୂଆ ଅବକାରୀ ନୀତି ଅନୁସାରେ ଗାଁ ରେ ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ । ତେବେ ସହରାଞ୍ଚଳରେ ତାରକା ଓ ଅନ୍ୟାନ୍ୟ ହୋଟେଲ ଗୁଡିକର ରୁମ ସଂଖ୍ୟା ଦେଖି ଠିପି ଖୋଲା ପାଇଁ ଲାଇସନ୍ସ ପ୍ରଦାନ କରାଯିବ । ତେବେ ମଦର ଦର, କେଉଁ ବୟସର ଲୋକ ମଦ ପିଇବା ପାଇଁ ଅଯୋଗ୍ୟ ଓ ମଦ୍ୟପାନ ସ୍ବାସ୍ଥ୍ୟପକ୍ଷେ ହାନିକାରକ ବଡ ଅକ୍ଷରରେ ଲେଖିବେ ଦୋକାନୀ । ସେହିପରି ମଦ ଦୋକାନ ନାମ କୌଣସି ଦେବା ଦେବୀଙ୍କ ନାରେ ରଖି ପାରିବେ ନାହିଁ ମଦ ଦୋକାନୀ । ତେବେ ସର୍ବନିମ୍ନ ମଦ ଉଠାଣ କୋଟା ଟିକସ , ଆବେଦନ ଫର୍ମ ଫି ଓ ଲାଇସେନ୍ସ ଫି କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମଦ ବ୍ୟବସାୟୀ ।
ବିଚରେ ମଦ ବିକ୍ରିକୁ ନେଇ ଦୁଇ ବର୍ଷ ତଳେ ସରକାର ଯୋଜନା କରିଥିଲେ ମଧ୍ୟ ବିଭିନ୍ନ ମହଲରୁ ବିରୋଧ ଯୋଗୁଁ ତାହା ଲାଗୁ କରି ପାରି ନଥିଲେ । ଏବେ ପୁଣି ଥରେ ବେଳାଭୂମୀରେ ମଦ ବିକ୍ରି ନିଷ୍ପତ୍ତି ନୂଆ ବିବାଦ ସୃଷ୍ଟି କରିଛି ।