ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିୟନସିପରେ ଭଲ ପ୍ରଦର୍ଶନ କରିଥିବା ଜାଭଲିନ୍ ଥ୍ରୋର କିଶୋର ଜେନାଙ୍କୁ ପୁରସ୍କାର ସ୍ୱରୂପ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି ।
ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୁଦାପେଷ୍ଟରେ ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିୟନସିପରେ କିଶୋର ଜେନାଙ୍କ ଉଲ୍ଲେଖନୀୟ ଯାତ୍ରା ଓ ଅସାଧାରଣ ପ୍ରଦର୍ଶନ ଆମ ରାଜ୍ୟ ଓ ଦେଶ ପାଇଁ କେବଳ ଗୌରବ ଆଣି ଦେଇ ନାହିଁ, ଆଗାମୀ ବର୍ଷଗୁଡ଼ିକରେ ଏହା ଅନେକ ଆଥ୍ଲେଟ୍ସଙ୍କୁ ପ୍ରେରଣା ଯୋଗାଇବ ।
ବ୍ରହ୍ମଗିରି କୋଠସାହିରେ କିଶୋର କୁମାର ଜେନା ପ୍ରଥମେ ବିଜ୍ଞାନ ପଢୁଥିଲାବେଳେ ଦିନେ କିଭଳି ପରିବାରର ଦୁଃଖ ବୁଝିବେ ଓ ଚାକିରି କରିବେ ସେ ନେଇ ଚିନ୍ତାରେ ଥିଲେ । ଏହାରି ମଧ୍ୟରେ କିଶୋର ଭଲି ଖେଳୁଥିବା ବେଳେ ତାଙ୍କୁ ତାଙ୍କ କୋଚ୍ ଜାଭଲିନ୍ ଖେଳିବାକୁ ଉତ୍ସହିତ କରିଥିଲେ । ତେବେ ମାର୍ଚ୍ଚ 20ରେ କେରଳରେ କିଶୋର 81.05 ମିଟର ଥ୍ରୋ କରିଥିବାବେଳେ ଶ୍ରୀଲଙ୍କାରେ 84.38 ମିଟର ଥ୍ରୋ କରି ଭାରତୀୟ ଟିମରେ ସ୍ଥାନ ପାଇଥିଲେ ।
ତେବେ ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିୟନଶିପରେ ଜାଭଲିନ ଫାଇନାଲରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତର ଗୋଲ୍ଡେନ୍ ବୟ ନିରଜ ଚୋପ୍ରା ।
ଆହୁରି ପଢନ୍ତୁ ଖେଳ ଖବର...