ଅଧିକ ପଢନ୍ତୁ ଓଡ଼ିଶା ଖବର
ସବୁ ଜିଲ୍ଲାର ଶିକ୍ଷାଜିଲ୍ଲା ଅଧିକାରୀଙ୍କ ଅଫିସ ଆଗରେ ଦିଆଯାଇଥିଲା ଧାରଣା । ଗଞ୍ଜାମରୁ ଗଜପତି, କେନ୍ଦ୍ରାପଡାରୁ କୋରାପୁଟ ସବୁଠି ଶିକ୍ଷକ କରୁଥିଲେ ହଲାବୋଲ । କେନ୍ଦ୍ରୀୟ ହାରରେ ଦରମା ଓ ସ୍ଥାୟୀ ନିଯୁକ୍ତି ଦାବିରେ ମହା ଆନ୍ଦୋଳନ ପରେ ମଧ୍ୟ ସରକାର ଚୁପ। ଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଜିଲ୍ଲା ମୟୂରଭଂଜରେ ସବୁ ଠିକା ଶିକ୍ଷକ ଶିକ୍ଷୟତ୍ରୀ ସାମୁହିକ ଛୁଟିରେ ରହିଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲା କେନ୍ଦ୍ରାପଡାରେ ବି ସମାନ ସ୍ଥିତି ।
ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛି ବିଜେପି। ପିପିଲିରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଆନ୍ଦୋଳନ ସ୍ଥଳକୁ ଯାଇ ଶିକ୍ଷକମାନଙ୍କୁ ଭେଟିଥିଲା। ବିଜେପି ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସମ୍ବିତ। ୪ ଦିନ ହେଲା ଶିକ୍ଷକ ନଥିବାରୁ ସ୍କୁଲରେ ବସି ବସି ଫେରୁଛନ୍ତି ପିଲା । ସାରା ରାଜ୍ୟରେ ଭୁଷୁଡ଼ ପଡ଼ିଛି ପ୍ରାଥମିକ ଶିକ୍ଷା । ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ । ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ରାଜ୍ୟ ସରକାରଙ୍କ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ମିଛ ଧରାପକାଇ ଦେଇଛି । ୪ ଦିନ ଧରି ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ବେଫିକର ରାଜ୍ୟ ସରକାର ।