ଭୁବନେଶ୍ୱର: ଅକ୍ଟୋବର 2ରୁ ସାରା ରାଜ୍ୟରେ କରାଗଲା ପ୍ଲାଷ୍ଟିକ ବ୍ୟାନ । କିନ୍ତୁ ସରକାରୀ ନିୟମକୁ ଖୁଲମଖୁଲା ଭାଙ୍ଗୁଛନ୍ତି ନିଜେ ସରକାର । ସରକାର କଡା ଆଇନ ଆଣିଥିଲେ ମଧ୍ୟ ନିଜେ ପାଳନ କରୁନାହାନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସରକାରୀ ଇଡକୋ ପ୍ରଦର୍ଶନୀ ପଡିଆରେ । ସେଠାରେ ବ୍ୟବହାର କରାଯାଉଛି ପ୍ଲାଷ୍ଟିକ ଏବଂ ପାର୍କିଂରେ ପକାଯାଉଛି ପ୍ଲାଷ୍ଟିକ ଆବର୍ଜନା । ଏହି ପଡିଆକୁ ହଜାର ହଜାର ଲୋକ ବିଭିନ୍ନ ମେଳା ଦେଖିବାକୁ ଆସୁଥିବା ବେଳେ ଏପରି ଏକ ଅସ୍ୱଭାବିକ ସ୍ଥିତି ଦେଖିବାକୁ ମିଳୁଛି । କିନ୍ତୁ କାହାରି ଏହା ଉପରେ ନିଘା ନାହିଁ । ନା ସରକାରଙ୍କର ନା ପ୍ରଶାସନର ଅଛି ।
ଯଦି ନିୟମ ଅନୁସାରେ କେହି ବି ପ୍ଲାଷ୍ଟିକ ବ୍ୟବହାର କରନ୍ତି ତେବେ ତାଙ୍କୁ ତଣ୍ତ ଗଣିବାକୁ ପଡିବ । ତେବେ ସେହି ନିୟମ ଅନୁସାରେ ବିଭାଗୀୟ ଅଧିକାରୀଙ୍କଠାରୁ ଜୋରିମାନା ଆଦାୟ ହେବ କି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଏହାକୁ ମଧ୍ୟ ବିଭିନ୍ନ ସ୍ତରରେ ନିନ୍ଦା କରାଯାଉଛି । ଏହା ସହ ସଚେତନତାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ । ଏନେଇ ଆମେ ବିଏମସି କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
