ଖାଲି ସେତିକି ନୁହେଁ କଲ ସେଣ୍ଟରର ଫୋନ ନମ୍ବରଟିକୁ ସମ୍ପୂର୍ଣ୍ଣ ଟୋଲ ଫ୍ରି କରାଯିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ରାଜେଶ ପ୍ରଭାକର ପାଟିଲ । ଏପରିକି 2 ଟି ରେଜିଷ୍ଟର ମାଧ୍ୟମରେ ଯୋଜନା ବିଷୟରେ ଆସୁଥିବା ଅଭିଯୋଗ ଓ ସଫଳତାକୁ ଲିପିବଦ୍ଧ କରାଯିବ । ତେବେ ପ୍ରାଥମିକ ଭାବେ ଏହାକୁ ଏକ ବର୍ଷ ପାଇଁ ଲାଗୁ କରିବାକୁ ଯୋଜନା ରହିଥିବା ବେଳେ ଆବଶ୍ୟକ ହେଲେ ଏହାର ଅବଧି ବୃଦ୍ଧି କରାଯାଇପାରେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।
ସେପଟେ ଗ୍ରାମୀଣ ଗୃହ ନିର୍ମାଣରେ ଦୁର୍ନୀତିର ଲମ୍ବା ଫର୍ଦ୍ଦ ସରକାରଙ୍କ ସ୍ୱଚ୍ଛତାମନ୍ତ୍ରକୁ ପଦାରେ ପକାଇଛି । ଏପରିକି ଖୋଦ୍ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳିରେ ରହିଛି ଗଣ୍ଡା ଗଣ୍ଡା ଦୁର୍ନିତିର ଅଭିଯୋଗ । ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଦଳୀୟ ଭିତ୍ତିରେ ଯୋଜନା ବଣ୍ଟା ଯାଉଥିବାର ଅଭିଯୋଗ ନେଇ ସରକାରଙ୍କୁ ବହୁବାର ଘେରିଛନ୍ତି ବିରୋଧୀ । ଶାସକ ଦଳର ନେତା ମନ୍ତ୍ରୀ, ବିଧାୟକଙ୍କଠୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ନାମରେ ପିସି କାରବାରର ଅଭିଯୋଗ ଯୋଜନାର ବାସ୍ତବତା ଉପରେ ଛିଡା କରିଛି ବିରାଟ ପ୍ରଶ୍ନବାଚୀ । ତେବେ ଏଭଳି ପରିସ୍ଥିତିରେ ସରକାରଙ୍କ ଏହି ସ୍ବଚ୍ଛତା ମନ୍ତ୍ରକୁ ଆଇଓ୍ବାଚ ଡ୍ରାମା ବୋଲି କହିଛନ୍ତି ବିରୋଧୀ । ଅନ୍ୟପଟେ ଏହାର ଜବାବ ରଖିଛି ବିଜେଡି ।