ଏହାପରେ ନଗଡ଼ାର ବିକାଶ ପାଇଁ ଖସଡ଼ା ପ୍ରସ୍ତୁତ କରିଥିଲେ ସରକାର । 23 କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ ଭିତ୍ତିଭୂମିର ନିର୍ମାଣ କରାଯାଇଥିଲା । ତେବେ ପ୍ରଶାସନିକ ଅବହେଳା କାରଣରୁ ବିଜୁ ପକ୍କା ଘର, ଜବ୍ କାର୍ଡ, ଲେବର କାର୍ଡ, କାଳିଆ , କୃଷି ଯୋଜନା ଓ ବିଧବା ଭତ୍ତା ଆଦି ସରକାରୀ ଯୋଜନାରୁ ବଞ୍ଚିତ ନଗଡ଼ା ବାସୀ । ଫଳରେ କାମ ଅନ୍ବେଷଣରେ ବାହାର ରାଜ୍ୟରୁ ଯିବାକୁ ବାଧ୍ୟ ହୋଇଛନ୍ତି ଅଞ୍ଚଳବାସୀ ।