ଏହି ତାଲିକାରେ ବିହାରରୁ 401, ଉତ୍ତରପ୍ରଦେଶରୁ 238, ମଧ୍ୟପ୍ରଦେଶରୁ 228 ଏବଂ ଓଡ଼ିଶାରୁ 156 ମୃତକ ରହିଛନ୍ତି । ବର୍ଷ 2020 ରୁ 2021 ମଧ୍ୟରେ ରାଜ୍ୟରେ 37 ପ୍ରତିଶତ ବଢ଼ିଛି ବଜ୍ରପାତର ହାର । ଯାହାକି 20 ଲକ୍ଷ ପାର୍ ହୋଇଛି । ଏଥିରୁ 40 ପ୍ରତିଶତ ବଜ୍ରପାତ ବାଦଲରୁ ଭୂମିକୁ ହୋଇଛି । ଯାହାକି ପୂରା ଦେଶରେ ଗୁଜରାଟ ପରେ ସର୍ବାଧିକ ।
ଭୁବନେଶ୍ୱରରେ ବର୍ଷକୁ 77 ଦିନ ବଜ୍ରପାତ ହେଉଛି । ତଥ୍ୟ ଅନୁସାରେ ଯାହାକି ଦେଶର ଟପ୍-10 ସହର ମଧ୍ୟରେ ଆସୁଛି । ସେହିପରି ଝାରସୁଗୁଡ଼ାରେ ପ୍ରାୟ 70 ଦିନ, ଗୋପାଳପୁରରେ 52, କଟକରେ 29, ଟିଟିଲାଗଡ଼ରେ 27, ସମ୍ବଲପୁରରେ 17, ପୁରୀରେ 17, ବଲାଙ୍ଗୀରରେ 16, ବ୍ରହ୍ମପୁରରେ 15 ଓ କୋରାପୁଟରେ ସବୁଠୁ କମ୍ ପ୍ରାୟ 2 ଦିନ ବଜ୍ରପାତ ବପଦ ରହୁଛି । ମାସିକ ତଥ୍ୟ ଦେଖିଲେ ମେ , ଜୁନ , ଅଗଷ୍ଟ ଓ ସେପ୍ଟେମ୍ବରରେ ମୟୂରଭଞ୍ଜରେ ସର୍ବାଧିକ ବଜ୍ରପାତ ହୋଇଛି । ଭାରତୀୟ ପାଣିପାଗ ବିଭାଗ, ITM ପୁନେ ପକ୍ଷରୁ ଏ ତଥ୍ୟ ନିହାତି ଭାବରେ ଚିନ୍ତାଜନକ ।