ଭୁବନେଶ୍ୱର: ରାଜ୍ୟରେ ତାତିର ପ୍ରକୋପ ଜାରି ରହିଛି । ଅସହ୍ୟ ହେଉଛି ତାତି । ମେ’ ମାସ ଆସିବା ପୂର୍ବରୁ ଅସମ୍ଭାଳ ହେଲାଣି ଗ୍ରୀଷ୍ମପ୍ରବାହ । ଗତକାଲି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ବିଶେଷ କରି ପଶ୍ଚିମ ଓଡିଶାରେ ତାତି ଅସମ୍ଭାଳ ହୋଇଥିଲା । ରାଜ୍ୟର ତତଲା କଡେଇ ପାଲଟିଥିଲା ଟିଟିଲାଗଡ । ଟିଟିଲାଗଡର ତାପମାତ୍ରା ସର୍ବାଧିକ ୪୩.୫ଡିଗ୍ରୀ ରହିଥିବାବେଳେ ବଲାଙ୍ଗୀର, ମାଲକାନଗିରି ଓ ଝାରସୁଗୁଡାର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା । ଭବାନୀପାଟଣା, ସମ୍ବଲପୁର, ହୀରାକୁଦ, ସୁନ୍ଦରଗଡ ସହରର ତାପମାତ୍ରା ୪୧ଡିଗ୍ରୀ ଉପରେ ରହିଥିଲା । ତେବେ ଭୁବନେଶ୍ୱର, କଟକ ସମେତ ଉପକୂଳ ଓଡିଶାର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଥିଲା ।
ସେପଟେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୪୮ ଘଂଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ ଲଘୁଚାପ । ଏବଂ ୩୦ ତାରିଖରେ ତାମିଲନାଡୁ ଉପକୂଳ ଛୁଇଁବାର ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ବାତ୍ୟା ଦକ୍ଷିଣପୂର୍ବ ଶ୍ରୀଲଙ୍କା ଦେଇ ଭାରତ ଆଡକୁ ଗତି କରିବ । ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ସହ ୫୦ରୁ ୬୦ କିମି ବେଗରେ ପବନ ବହିପାରେ ।ତେବେ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ କି ନାହିଁ ଏନେଇ କିଛି ଜଣାପଡ଼ିନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
