ରୋଗୀ ମୃତ୍ୟୁ ନେଇ କଟକର ଏକ ଘରୋଇ ହସ୍ପିଟାଲରେ ଉତ୍ତେଜନା
କାଳବୈଶାଖୀର ତାଣ୍ଡବ ରୂପ
ଅନୁଗୁଳ: ଗତକାଲି ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲା ପାଳଲହଡାରେ ଅଦିନିଆ ପବନ ସାଙ୍ଗକୁ ଘଡଘଡି ଓ ବର୍ଷା ହୋଇଥିଲା । ଏହାସହ ଝାରବେଡା ପଞ୍ଚାୟତର ନାମଗାଁରେ ଅଧିକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ରାସ୍ତା ଉପରେ ଅନେକ ଗଛ ଭାଙ୍ଗି ପଡ଼ିଯାଇଥିବାର ଦେଖିବାକୁ ମିଳିଛି । ବର୍ତମାନ ସୁଦ୍ଧା ପ୍ରଶାସନ ପହଞ୍ଚି ପାରିନାହିଁ ।

ଏବଂ ପାଳଲହଡା ବିଭିନ୍ନ ସ୍ଥାନରେ ମଧ୍ୟ ଅନୁରୂପ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି ।ଏଥିରେ ବଡ ବଡ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ତାର ବିଭିନ୍ନ ସ୍ଥାନରେ ଛିଣ୍ଡିବା ସହ ପାଲଲହଡାରେ ସଂପୂର୍ଣ୍ଣ ଭାବେ ବିଦ୍ୟୁତ୍ ସେବା ଠପ୍ ହେଇଯାଉଛି।ଫଳରେ ଲୋକମାନଙ୍କର ଗମନାଗମନରେ ଅନେକ ଅସୁବିଧା ହେଉଛି । ଏହି କାଳବୈଶାଖୀରେ କେହି ମୃତାହତ ହୋଇନଥିବାବେଳେ ଅନେକ ଘର ଦ୍ୱାର ଭାଙ୍ଗିଯାଇଛି ।
Download Argus News App
